Indus Valley Times

ଏଏନଏମ୍ ପ୍ରଶ୍ନ ପତ୍ର ଲିକ୍ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷା ବାତିଲ; ନିରାଶରେ ଫେରିଲେ ପରୀକ୍ଷାର୍ଥୀ

 Breaking News

ଏଏନଏମ୍ ପ୍ରଶ୍ନ ପତ୍ର ଲିକ୍ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷା ବାତିଲ; ନିରାଶରେ ଫେରିଲେ ପରୀକ୍ଷାର୍ଥୀ

December 05
18:49 2025

ଗଜପତି,୫/୧୨: ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍‌ଏମ୍ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ ଏକା ପ୍ରଶ୍ନ କରିଥିଲେ।
ଆଜି ୨ଟା ବେଳେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଦିନ ୧୧ଟା ବେଳେ ବଜାରରେ ପ୍ରଶ୍ନ ପତ୍ର ବିକ୍ରି ହେଉଥିବା ନେଇ ବିଧାୟକ ପ୍ରଶ୍ନ କରିଥିଲେ। ଆଜି ଗଜପତି ଜିଲା ପାରଳାଖେମୁଣ୍ଡି ମହାରାଜ ବାଳକ ଉଚ୍ଚ ବିଦ୍ୟାଳୟରେ ଏଏନ୍‌ଏମ୍ ପରୀକ୍ଷା ହେବାର ଥିଲା।
ପିଲାଙ୍କୁ ପ୍ରଶ୍ନପତ୍ର ମଧ୍ୟ ବଣ୍ଟା ହୋଇଥିଲା ପରେ ହଠାତ୍ ପରୀକ୍ଷାକୁ ବାତିଲ କରାଯାଇଛି। କଷ୍ଟକରି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ପିଲାମାନେ ପରୀକ୍ଷା ଗୃହରୁ ନିରାଶରେ ଫେରିବା ସମୟରେ ଭାବବିହ୍ବଳ ହୋଇପଡିଛନ୍ତି। କେହି ଦୁର୍ବୃତ୍ତ ପ୍ରଶ୍ନପତ୍ର ଲିକ୍ କରିବା ଯୋଗୁ ସମସ୍ତେ ହଇରାଣ ହେବାକୁ ପଡିଲା ବୋଲି ପରୀକ୍ଷାର୍ଥୀ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930