Indus Valley Times

କାର୍ଯ୍ୟରତ ସାମ୍ବାଦିକଙ୍କ ବଢିଲା ବୀମା ରାଶି, ଏବେ ମିଳିବ ଏତିକି ଲକ୍ଷ ଟଙ୍କା

 Breaking News

କାର୍ଯ୍ୟରତ ସାମ୍ବାଦିକଙ୍କ ବଢିଲା ବୀମା ରାଶି, ଏବେ ମିଳିବ ଏତିକି ଲକ୍ଷ ଟଙ୍କା

କାର୍ଯ୍ୟରତ ସାମ୍ବାଦିକଙ୍କ ବଢିଲା ବୀମା ରାଶି, ଏବେ ମିଳିବ ଏତିକି ଲକ୍ଷ ଟଙ୍କା
July 18
21:33 2023

ଭୁବନେଶ୍ୱର,୧୮/୭: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାର୍ଯ୍ୟ ରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ପରିମାଣକୁ ୨ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ଏହି ସୁବିଧା ରାଜ୍ୟର ୮୭୧୭ଜଣ ସାମ୍ବାଦିକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ୨୦୧୮ ଜୁନ୍ ମାସରୁ କାର୍ଯ୍ୟ ରତ ସାମ୍ବାଦିକ ଓ ସେମାନଙ୍କ ପରିବାରକୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଛି । ଏହି ରାଶିକୁ ବୃଦ୍ଧି ପାଇଁ ସାମ୍ବାଦିକମାନେ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ସ୍ୱାସ୍ଥ୍ୟବୀମା ରାଶି ୫ଲକ୍ଷ ଟଙ୍କାକୁ ବୃଦ୍ଧି ନିମନ୍ତେ ଘୋଷଣା କରିଛନ୍ତି ।
ଗତ କିଛିଦିନ ତଳେ ରାଜ୍ୟ ସରକାର ଏହି ବୀମା ପାଇଁ ଏକ ସ୍ୱତନ୍ତ୍ର ୱେବପୋର୍ଟାଲ ଉନ୍ମୋଚନ କରିଥିଲେ, ଯେଉଁଥିରେ ସାମ୍ବାଦିକମାନେ ଅନଲାଇନରେ ଆବେଦନ କରିବାର ସୁଯୋଗ ରହିଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031