Indus Valley Times

ଟ୍ରାକ୍ଟର ଓଲଟି ଚାପି ହୋଇଗଲେ : ବଡ ବାପା ମୃତ, ପୁତୁରା ଗୁରୁତର

 Breaking News

ଟ୍ରାକ୍ଟର ଓଲଟି ଚାପି ହୋଇଗଲେ : ବଡ ବାପା ମୃତ, ପୁତୁରା ଗୁରୁତର

July 31
11:45 2024

ହାଟଡିହି, ୩୧/୭: ଟ୍ରାକ୍ଟର୍ ଓଲଟି ବଡ଼ବାପା ମୃତ ଏବଂ ପୁତୁରା ଗୁରୁତର। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଢେଙ୍କା ପଞ୍ଚାୟତର ଝଣଝଣା ନିକଟରେ। ଗତକାଲି ବିଳମ୍ବିତ ରାତିରେ ମୋଟରଗାଡିଆର ବିଜୟ କୁମାର ନାଏକ ନିଜ ପୁତୁରା କ୍ଷୀରୋଦ କୁମାର ନାଏକଙ୍କ ସହ ଜମିରୁ ଚାଷ ସାରି ଫେରୁଥିବା ବେଳେ ଝଣଝଣା ନିକଟରେ ଟ୍ରାକ୍ଟର୍ ଓଲଟି ପଡ଼ିଥିଲା। ଫଳରେ ବିଜୟ ଏବଂ କ୍ଷୀରୋଦ ଟ୍ରାକ୍ଟର୍ ତଳେ ଚାପି ହୋଇ ରହିଥିଲେ।
ସ୍ଥାନୀୟ ଲୋକେ ଉଦ୍ଧାର କରି ଉଭୟଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ବିଜୟଙ୍କୁ ମୃତ ଘୋଷଣା କରିଥିଲେ। ପୁତୁରା କ୍ଷୀରୋଦକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031