Indus Valley Times

ଡବଲ୍ ଲଘୁଚାପ: ଓଡ଼ିଶାରେ ସୃଷ୍ଟି ହୋଇପାରେ ବନ୍ୟା ସ୍ଥିତି, ଚେତାବନୀ ଦେଲେ ଆଇ ଏମ୍ ଡି ଡିଜି

 Breaking News

ଡବଲ୍ ଲଘୁଚାପ: ଓଡ଼ିଶାରେ ସୃଷ୍ଟି ହୋଇପାରେ ବନ୍ୟା ସ୍ଥିତି, ଚେତାବନୀ ଦେଲେ ଆଇ ଏମ୍ ଡି ଡିଜି

ଡବଲ୍ ଲଘୁଚାପ: ଓଡ଼ିଶାରେ ସୃଷ୍ଟି ହୋଇପାରେ ବନ୍ୟା ସ୍ଥିତି, ଚେତାବନୀ ଦେଲେ ଆଇ ଏମ୍ ଡି ଡିଜି
July 14
17:15 2025

ଭୁବନେଶ୍ୱର, ୧୪/୭ : ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ IMD ଆକଳନ କରିଛି। IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ସୋମବାର ଆକଳନ କରିଛନ୍ତି। ଅବପାତ ଜନିତ ବର୍ଷା ବନ୍ୟା ସ୍ଥିତି ଆଣିପାରେ ବୋଲି IMD ଡିଜି ଗଣମାଧ୍ୟମକୁ କହିଛନ୍ତି।
ପଶ୍ଚିମବଙ୍ଗ ଉପକୂଳରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ପଶ୍ଚିମ ଦିଗରେ ଗତି କରି ସୋମବାର ମଧ୍ୟାହ୍ନ ସୁଦ୍ଧା ଅବପାତରେ ପରିଣତ ହୋଇଛି । ଫଳରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆଗାମୀ ଦିନରେ ଓଡ଼ିଶାରେ ବନ୍ୟା ଆଶଙ୍କା
କଲିକତାରେ କେନ୍ଦ୍ରୀଭୂତ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଉତ୍ତର ଏବଂ ଆସନ୍ତାକାଲି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷାର ଆକଳନ କରାଯାଇଛି । ଉତ୍ତର ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ରହିଛି ।
ଉପକୂଳରେ ପାରାଦୀପ ଠାରୁ ଆରମ୍ଭ କରି ପଶ୍ଚିମରେ ସମ୍ବଲପୁର ପର‌୍ୟ୍ୟନ୍ତ ପ୍ରବଳ ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ପ୍ରାୟ ୨୦ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
ବର୍ଷା ପ୍ରଭାବରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ମହାନଦୀ ଏବଂ ବ୍ରାହ୍ମଣୀ ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇପାରେ । ବିଶେଷକରି ସୁବର୍ଣ୍ଣରେଖା ଏବଂ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031