Indus Valley Times

ତିବ୍ରତର ପଲ୍ସ ପୋଲିଓ ଟୀକାକରଣ(IPPI) ୨୦୨୫ ଉଦ୍ଘାଟିତ

 Breaking News

ତିବ୍ରତର ପଲ୍ସ ପୋଲିଓ ଟୀକାକରଣ(IPPI) ୨୦୨୫ ଉଦ୍ଘାଟିତ

October 12
20:04 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୧୨/୧୦ : ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୌଦ୍ଧର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟୀକାକରଣ କେନ୍ଦ୍ର ଠାରେ ପୋଲିଓ ଟୀକାକରଣ(IPPI) ୨୦୨୫ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତିଭୁଷଣ ନାୟକଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଡାକ୍ତର ସଂଘମିତ୍ରା ପଣ୍ଡା, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରବାର କଲ୍ୟାଣ) ଡାକ୍ତର ଅମିତାଭ ଦାସ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ସାନ୍ତା ନିବେଦିତା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଗିରିଜା ପ୍ରସାଦ ମିଶ୍ର, ସ୍ବାସ୍ଥ୍ୟ ବିଭାଗ ର କର୍ମଚାରୀ ଓ ସ୍ବାସ୍ଥ୍ୟବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତି ଥିଲେ।
ଏହି କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ଚଳିତ ଅକ୍ଟୋବର ମାସ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଟୀକାକରଣ ଜନ୍ମ ରୁ ୫ ବର୍ଷ ର ଶିଶୁମାନଙ୍କୁ ଦୁଇ ବୁନ୍ଦା ମାତ୍ର ଦିଆଯିବ।ଏହି ଟୀକାକରଣ ଦ୍ବାରା ରାଜ୍ୟ ଓ ଦେଶରୁ ପୋଲିଓ କୁ ସଂପୂର୍ଣ୍ଣ ଦୁର କରାଯାଇ ପାରିବ।
ଏହି କାର୍ଯ୍ୟକ୍ରମ ଅବସରରେ ସମସ୍ତ ବ୍ଲକ ରେ ବିଭିନ୍ନ ସୂଚନା ଓ ଶିକ୍ଷାତ୍ମକ କାର‌୍ୟକ୍ରମ କରାଯାଇ ଲୋକମାନଙ୍କୁ ସଚେତନ କରାଯାଉଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031