Indus Valley Times

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ିଲା, ଜୁନ୍ ମାସରୁ ମିଳିବ ୩୫୦୦ ଟଙ୍କା

 Breaking News

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ିଲା, ଜୁନ୍ ମାସରୁ ମିଳିବ ୩୫୦୦ ଟଙ୍କା

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ିଲା, ଜୁନ୍ ମାସରୁ ମିଳିବ ୩୫୦୦ ଟଙ୍କା
May 21
12:49 2025

ଭୁବନେଶ୍ୱର, ୨୧/୫: ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ଜୁନ୍ ମାସରୁ ୩,୫୦୦ ଟଙ୍କା ବର୍ଦ୍ଧିତ ଭତ୍ତା ପାଇବେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ। ହିତାଧିକାରୀଙ୍କୁ ଜୁନ୍ ସୁଦ୍ଧା ୮୦ବର୍ଷ ହୋଇଥିଲେ ବର୍ଦ୍ଧିତ ଟଙ୍କା ମିଳିବ ।
ଏନେଇ ରାଜ୍ୟ ସରକାର ଡିଏସଏସଓଏସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ୱାରା ୪ ଲକ୍ଷ ୧୭ ହଜାର ୪୯୬ ଜଣ ଉପକୃତ ହେବେ ।
ଏହା ସେମାନଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ବିଜେପି ସରକାର ଆସିବା ପରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ସମେତ ଅନ୍ୟାନ୍ୟ ବର୍ଗର ଲୋକଙ୍କ ପାଇଁ ବହୁ ସୁବିଧା କରାଯାଉଛି । ବିଭିନ୍ନ ମହତ୍ତ୍ବାକାଂକ୍ଷୀ ଯୋଜନା ଦ୍ବାରା ଯୋଗ୍ୟ ହିତାଧିକାରୀମାନେ ଉପକୃତ ହେଉଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031