Indus Valley Times

ନଗର ବିଜେଡି ସଭାପତିଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା : ଅମୁଲ୍ୟ ନୟାଗଡ଼ ପାଇଁ ଅମୁଲ୍ୟ ଥିଲେ

 Breaking News

ନଗର ବିଜେଡି ସଭାପତିଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା : ଅମୁଲ୍ୟ ନୟାଗଡ଼ ପାଇଁ ଅମୁଲ୍ୟ ଥିଲେ

September 07
19:53 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୭/୯ : ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ନଗର ବିଜେଡି ସଭାପତି ଅମୁଲ୍ୟ ମହାନ୍ତିଙ୍କ ପରଲୋକରେ ଆଜି ବ୍ଲକ ସଭାଗୃହଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।
ବରିଷ୍ଠ ଆଇନଜୀବୀ ପ୍ରତାପ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ପ୍ରମୂଖ ଯୋଗ ଦେଇଥିଲେ ।
ଏହି ସଭାରେ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇ ଅମୁଲ୍ୟ ମହାନ୍ତି ନୟାଗଡ଼ ପାଇଁ ଅମୁଲ୍ୟ ଥିଲେ ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ମହାନ୍ତିଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାରେ ହୋଇଥିଲେ ବି ସେ ନିଜକୁ ସର୍ବଦା ନୟାଗଡ଼ିଆ ବୋଲି କହି ଆସୁଥିଲେ ।
ନୟାଗଡ଼ ପ୍ରତି ତାଙ୍କର ଅହେତୁକ ଭଲପାଇବା, ନୟାଗଡ଼ ବାସୀଙ୍କ ପ୍ରତି ଆବେଗ ସର୍ବଦା ପ୍ରତିପାଦିତ ହୋଇ ଆସିଛି । ସେ ଜଣେ ସମାୟାନୁବର୍ତ୍ତୀ, ସୁନାମଧନ୍ୟ ଓ ନିଷ୍ଠାପର ବ୍ୟକ୍ତିତ୍ୱ ଥିଲେ ବୋଲି ଅନେକ ମତ ରଖିଛନ୍ତି ।
ନୟାଗଡ଼ ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ ଅମୁଲ୍ୟ ମହାନ୍ତି ମୃତ୍ୟୁକୁ ଜିତିଗଲେ ବୋଲି କହିଛନ୍ତି । ତାଙ୍କ ମୃତ୍ୟୁ ନିକଟତ୍ତର ବୋଲି ଜାଣିବା ପରେ ବି ସେ ଦାମ୍ଭିକ ଭାବେ ସମସ୍ତଙ୍କ ସହ ଫୋନରେ କଥାବାର୍ତ୍ତା ହେଉଥିଲେ । ସୁନ୍ଦର ମୃତ୍ୟୁକୁ ଆଲିଙ୍ଗନ କରିବା ପାଇଁ ଉତ୍ସର୍ଗିକୃତ ମନୋଭାବ ରଖିଥିଲେ ବୋଲି ବିଧାୟକ କହିଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ବରିଷ୍ଠ ନାଗରିକ ବିଶ୍ୱନାଥ ନାୟକ, ରୁଦ୍ରପ୍ରସନ୍ନ ରଥଙ୍କ ସମେତ ବହୁ କାଉନସିଲର ଉପସ୍ଥିତ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031