Indus Valley Times

ବନ୍ଧାହେଲେ ଶିକାରୀ ବାପ-ଝିଅ: ଦେଶୀ ବନ୍ଧୁକ, ଟାଙ୍ଗିଆ ବଜ୍ରକାପ୍ତା କାତି ସମେତ ବହୁ ସାମଗ୍ରୀ ଜବତ

 Breaking News

ବନ୍ଧାହେଲେ ଶିକାରୀ ବାପ-ଝିଅ: ଦେଶୀ ବନ୍ଧୁକ, ଟାଙ୍ଗିଆ ବଜ୍ରକାପ୍ତା କାତି ସମେତ ବହୁ ସାମଗ୍ରୀ ଜବତ

ବନ୍ଧାହେଲେ ଶିକାରୀ ବାପ-ଝିଅ: ଦେଶୀ ବନ୍ଧୁକ, ଟାଙ୍ଗିଆ ବଜ୍ରକାପ୍ତା କାତି ସମେତ ବହୁ ସାମଗ୍ରୀ ଜବତ
August 09
11:40 2023

ବୌଦ୍ଧ,୯/୮: ବନ୍ୟ ଜୀବଜନ୍ତୁ ଶିକାରରେ ସିଦ୍ଧହସ୍ତ ବାପଝିଅ। ଶିକାର ନିମନ୍ତେ ବହୁ ସାମଗ୍ରୀ ବ୍ୟବହାର କରୁଥିଲେ, ଆଉ ଯାହା ଶିକାର କରୁଥିଲେ ତାକୁ ବିକି ମାଲେମାଲ ହେଉଥିଲେ। ହେଲେ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଏହି ଶିକାରୀ ବାପଝିଅଦ୍ୱୟ ଧରା ପଡ଼ିଛନ୍ତି ।
ଗିରଫ ବାପଝିଅଦ୍ୱୟ ହେଲେ ଉତ୍ତମ ପ୍ରଧାନ ଓ ତାଙ୍କ ଝିଅ ସାବିତ୍ରୀ ମାଝୀ । ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଏହି ୨ ଜଣ ଗିରଫ ହୋଇଛନ୍ତି।
ଗତକାଲି କୁସଙ୍ଗ ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍କ୍ୱାର୍ଡ ଗଠନ କରାଯାଇ ପଦ୍ମତୋଲା ବିଟ୍ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ସେହି ସମୟରେ ସେଠାରେ ରହୁଥିବା ଉତ୍ତମ ପ୍ରଧାନଙ୍କ ଘରେ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା ।
ଚଢ଼ାଉ ସମୟରେ ତାଙ୍କ ଘରୁ ଦୁଇଟି ଦେଶୀ ବନ୍ଧୁକ ସହିତ ଗୋଟିଏ ଟାଙ୍ଗିଆ ଜବତ ହୋଇଥିବା ବେଳେ ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ତାର, ବିଷାକ୍ତ ଗୋଳା ଫାସ ସମେତ ବହୁ ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଥିଲା ।
ଏନେଇ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ସେମାନଙ୍କୁ ଗୁଡ଼ାଇତୁଡ଼ାଇ ପଚାରିଥିଲେ। ବାପ ଝିଅ ଦୁହେଁ ଏହି ଶିକାର କାର୍ଯ୍ୟରେ ସାମିଲ ଥିବାରୁ ଦୁଇ ଜଣକୁ ଗିରଫ କରାଯାଇ ଚରିଛକ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି।

Tags
Share

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031