Indus Valley Times

ବାତ୍ୟା ‘ଅର୍ଣ୍ଣବ’ ପରେ ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ପ୍ୟାକେଜ୍ ଘୋଷଣା, ପ୍ରତି ପରିବାରକୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା

 Breaking News

ବାତ୍ୟା ‘ଅର୍ଣ୍ଣବ’ ପରେ ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ପ୍ୟାକେଜ୍ ଘୋଷଣା, ପ୍ରତି ପରିବାରକୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା

ବାତ୍ୟା ‘ଅର୍ଣ୍ଣବ’ ପରେ ବନ୍ୟା ବିପନ୍ନଙ୍କ ପାଇଁ ବଡ଼ ପ୍ୟାକେଜ୍ ଘୋଷଣା, ପ୍ରତି ପରିବାରକୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା
November 01
21:56 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୧/୧୧ : ଦକ୍ଷିଣ ଓଡ଼ିଶାରେ ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ନେଇଛି। ଏହି ଜଳପ୍ରଳୟ ଯოଗୁଁ ବହୁ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ରାଜ୍ୟ ସରକାର ବନ୍ୟା ବିପନ୍ନଙ୍କ ପାଇଁ ଏକ ବୃହତ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଭାବିତ ପ୍ରତ୍ୟେକ ପରିବାରକୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି।
ସରକାରଙ୍କ ଘୋଷଣା ଅନୁଯାୟୀ, ଯେଉଁ ପରିବାରମାନଙ୍କର ଘର ଭିତରେ ବନ୍ୟା ପାଣି ପଶି ସବୁକିଛି ନଷ୍ଟ ହୋଇଯାଇଛି, ସେମାନଙ୍କୁ ପୋଷାକ କିଣିବା ପାଇଁ ଆର୍ଥିକ ସହାୟତା ମିଳିବା ସହ ବାସନକୁସନ ବାବଦକୁ ଅତିରିକ୍ତ ୨୫୦୦ ଟଙ୍କା ଯୋଗାଇ ଦିଆଯିବ।
ଏହାସହିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପକ୍କା ଓ କଚ୍ଚା ଘରଗୁଡ଼ିକର ପୁନଃନିର୍ମାଣ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି। ସମତଳ ଅଞ୍ଚଳରେ ଘର ଭାଙ୍ଗିଥିବା ଲୋକଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଏବଂ ପାର୍ବତ୍ୟ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୩୦ ହଜାର ଟଙ୍କା ସହାୟତା ମିଳିବ।
କେବଳ ଘରଦ୍ୱାର ନୁହେଁ, ବନ୍ୟାରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି।
ଅଣଜଳସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୧୮ ହଜାର ଟଙ୍କା ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ପ୍ରଦାନ କରାଯିବ।
ସେହିପରି ବାରମାସୀ ଫସଲ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୨୨ ହଜାର ୫୦୦ ଟଙ୍କା ଏବଂ ବନ୍ୟାଜଳରେ ଚାଷଜମିରେ ଜମିଥିବା ପଟୁ ମାଟି ହଟାଇବା ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ସହାୟତା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି।
ବର୍ତ୍ତମାନ ସୁଦ୍ଧା ବନ୍ୟା ଯୋଗୁ ହୋଇଥିବା ସମସ୍ତ କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ ସମ୍ଭବ ହୋଇନାହିଁ। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ ହସ୍ତଗତ ହେବା ପରେ ଆବଶ୍ୟକସ୍ଥଳେ ସହାୟତା ରାଶିର ପରିମାଣ ଆହୁରି ବୃଦ୍ଧି କରାଯାଇପାରେ।
ସରକାରଙ୍କ ଏହି ସମୟୋଚିତ ପଦକ୍ଷେପ ଦ୍ୱାରା ବନ୍ୟାରେ ସର୍ବସ୍ୱ ହରାଇଥିବା ପ୍ରଭାବିତ ପରିବାର ଏବଂ ଚାଷୀ ଭାଇମାନେ ବେଶ୍ ଆଶ୍ୱସ୍ତି ପାଇବେ ବୋଲି ଆଶା କରାଯାଉଛି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30