Indus Valley Times

ବାଲାଜୀ କଲେଜରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ

 Breaking News

ବାଲାଜୀ କଲେଜରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ

ବାଲାଜୀ କଲେଜରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ
March 10
11:18 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧୦/୩ : ବଲାଙ୍ଗୀର ବାଲାଜୀ କଲେଜ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ମାନଙ୍କର ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।
ବାଲାଜୀ କଲେଜ ର ନିର୍ଦେଶକ ଅଭିଳାଷ ଅଗ୍ରୱାଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମକୁ ବାଲାଜୀ ନର୍ସିଂ କଲେଜ ର ଅଧକ୍ଷ ଦେବାଶିଷ ପାଣ୍ଡିଆ ସ୍ବାଗତ ଜଣାଇବା ସହ ଅତିଥି ପରିଚୟ ପ୍ରଦାନ କରି ସଭା କାର୍ଯ୍ୟ ଅନୁଷ୍ଟିତ କରିଥିଲେ।
ଏହି ଅବସର ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଆଇନ୍,ବିଧି ବ୍ୟବସ୍ଥା,ବାଳିକା ସକ୍ତିକରଣ,ପୋକ୍ସୋ,ବାଲ୍ୟ ବିବାହ ନିରୋଧ ଆଇନ୍,ଶିଶୁ ଶ୍ରମିକ ଆଇନ୍ ର ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ।
ଲିଙ୍ଗ ନିରୂପଣ ନିରୋଧ ଆଇନ୍ କାନୁନ୍ ଉପରେ କଠୋର ଦଣ୍ଡ ବ୍ୟବସ୍ଥା ଉପରେ ସମ୍ୟକ୍ ଧାରଣା ଦେଇଥିଲେ।ଶିଶୁ ସହାୟତା ସେବା କେନ୍ଦ୍ର ପାଇଁ ଥିବା ଅଭିଯୋଗ ଉପରେ ଟୋଲ ଫ୍ରି ହେଲ୍ପଲାଇନ ଦ୍ଵାରା ୧୦୯୮ ରେ ଅସହାୟ ଅବସ୍ଥାରେ ଥିବା ଶିଶୁଙ୍କୁ ଉଦ୍ଧାର କରାଯାଇ ଶିଶୁ ର ଯତ୍ନ,ସୁରକ୍ଷା ଓ ଥଇଥାନ ଉପରେ ସଚେତନତା କରିଥିଲେ।ମହିଳା ହେଲ୍ପଲାଇନ ୧୮୧ ରେ ଅସହାୟ ଅବସ୍ଥାରେ ଥିବା ମହିଳାଙ୍କୁ ସହଯୋଗ କରିବାର ବ୍ୟବସ୍ଥା ସଂପର୍କରେ ଅବଗତ କରିଥିଲେ।
ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥାପିତ ଥିବା ଅରୁଣା ର ଜିଲ୍ଲା ପରାମର୍ଶଦାତା ଶ୍ରୀ ପ୍ରମୋଦ ବଗର୍ତ୍ତି ଆଶୀର୍ବାଦ ଯୋଜନା, ଗ୍ରୀନ୍ ପାସେଜ୍ ସାର୍ଟିଫିକେଟ,ଯଶୋଦା ଯୋଜନା,ପୃଷ୍ଠପୋଷକତା ରାଶୀ,ସୁଦକ୍ଷା ଯୋଜନା ଉପରେ କନ୍ୟା ସନ୍ତାନ ମାନଙ୍କ ପାଇଁ ଆଇଟିଆଇ,ପଲିଟେକନିକ୍ କଲେଜ ରେ ବିଭିନ୍ନ ବିଷୟ ଉପରେ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ଅତି କାମ ଖର୍ଚ୍ଚରେ ପାଠ ପଢି ପାରିବା ର ସୁଯୋଗ ସୃଷ୍ଟି କରିବା ପାଇଁ ବ୍ୟବସ୍ଥା ଥିବାରୁ ଅଧିକରୁ ଅଧିକ ଗରିବ ଶ୍ରେଣୀର ଝିଅ ମାନେ ପାଠ ପଢି ସ୍ବାବଲମ୍ବୀ ହୋଇପାରିବେ ବୋଲି ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଚାଇଲ୍ଡ ହେଲ୍ପଲାଇନ ର ଡୋଲି ସାହୁ,ଶୁଭମ୍ ଜେନା,ସୁନ୍ଦର ସାଏ ବାଲାଜୀ କଲେଜ ର ହଷ୍ଟେଲ ର ପଛ ପଟେ ବୃକ୍ଷ ରୋପଣ କରିଥଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31