Indus Valley Times

ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ବ ରକ୍ତଦାତା ଦିବସ ପାଳିତ : ଦୁଇ ରକ୍ତଦାତା ଙ୍କୁ ସମ୍ମାନିତ

 Breaking News

ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ବ ରକ୍ତଦାତା ଦିବସ ପାଳିତ : ଦୁଇ ରକ୍ତଦାତା ଙ୍କୁ ସମ୍ମାନିତ

ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ବ ରକ୍ତଦାତା ଦିବସ ପାଳିତ : ଦୁଇ ରକ୍ତଦାତା ଙ୍କୁ ସମ୍ମାନିତ
June 14
19:32 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୪/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ବ ରକ୍ତଦାତା ଦିବସ ଓ ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ବଳରାମ ଗୌଡ଼ଙ୍କ ଅବସର କାଳୀନ ସୃତି ଉଦ୍ଦେଶ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଡ଼ିଓ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ପ୍ରଥମେ ନିଜେ ରକ୍ତଦାନ କରିବା ପରେ ପରେ ସହରର ବହୁ ସଂଖ୍ୟାରେ ଯୁବକ ଯୁବତୀ ମାନେ ଯୋଗଦେଇ ସ୍ବେଛାକୃତ ଭାବେ ୪୭ ୟୁନିଟ ରକ୍ତ ସଂଗୃହିତ ହୋଇ ପାରିଥିଲା ।
ଏହି ଅବସରରେ ବାଲିଗୁଡ଼ାର ବିପଦର ବନ୍ଧୁ ସଙ୍ଗଠନର କୈଳାଶ ଚନ୍ଦ୍ର ଆରୁଖ ଏବଂ ଜି.ସିମାଞ୍ଚଳ ରେଡ୍ଡୀ ଏହି ଦୁଇ ସଦସ୍ୟ ଅନେକ ଥର ରକ୍ତ ଅଭାବ ହେଉଥିବା ଏବଂ ରକ୍ତ ଦାନ ସଂଗ୍ରହ କେନ୍ଦ୍ର ଗୁଡିକରେ ରକ୍ତଦାନ କରି ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟି ଥିବାରୁ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସମ୍ମାନୀତ କରାଯାଇଥିଲା ।
ରକ୍ତଦାନ ମହତ ଦାନ ଆମ ଦ୍ବାରା ଯଦି ଜଣଙ୍କ ଜୀବନ ବଞ୍ଚି ପାରୁଛି ତେବେ ଆମକୁ ଏହି ମହତ କାର୍ଯ୍ୟ କରିବା କୁ ପଛ ଘୁଞ୍ଚା ଦେବୁନାହିଁ ବୋଲି ବିଡ଼ିଓ ଏବଂ ସମ୍ମାନିତ ଦୁଇ ରକ୍ତଦାତା ନିଜ ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930