Indus Valley Times

ବିର୍ସାମୁଣ୍ଡା ଜୟନ୍ତୀ ଉତ୍ସବ ପାଳିତ: ଆଦିବାସୀ ନୃତ୍ୟ ସଂଗୀତରେ ମଞ୍ଚ ଦୁଲୁକିଲା

 Breaking News

ବିର୍ସାମୁଣ୍ଡା ଜୟନ୍ତୀ ଉତ୍ସବ ପାଳିତ: ଆଦିବାସୀ ନୃତ୍ୟ ସଂଗୀତରେ ମଞ୍ଚ ଦୁଲୁକିଲା

ବିର୍ସାମୁଣ୍ଡା ଜୟନ୍ତୀ ଉତ୍ସବ ପାଳିତ: ଆଦିବାସୀ ନୃତ୍ୟ ସଂଗୀତରେ ମଞ୍ଚ ଦୁଲୁକିଲା
January 29
19:27 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କରିପୋର୍ଟ
ବାଲିଗୁଡା, ୨୯/୧ : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଭଗବାନ ବିର୍ସାମୁଣ୍ଡା ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି ।
ସାଂସ୍କୃତିକ ସନ୍ଧ୍ୟାରେ କନ୍ଧମାଳ ଜ଼ିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ର କଳାକାର ଙ୍କ ଆଦିବାସୀ ନୃତ୍ୟ ଓ ସଂଗୀତ ଉପସ୍ଥିତ ଦର୍ଶକ ଙ୍କୁ ବିମୋହିତ କରିଥିଲା ।
ଅନୁଷ୍ଠାନ ର ସମ୍ପାଦକ ପ୍ରମୋଦ ଦଣ୍ଡସେନା ଙ୍କ ନେତୃତ୍ୱ ରେ କୋଡିଏ ଜଣିଆ ଦଳ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ କଣ୍ଠ ଶିଳ୍ପୀ ଚରଣ ବିନ୍ଧାଣୀ ଙ୍କ ଲୋକପ୍ରିୟ କୁଇ ଗୀତ “ବାଦୁବାଦୁଲା ରାଧା କୁଞ୍ଜ ବନ ତାନି ସାନା ” ଗୀତ ଓ ନୃତ୍ୟରେ ମଞ୍ଚ ଦୁଲୁକିଥିଲା ।
ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଆଇ. ଟି. ଡ଼ି. ଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଜାତୀୟ ଜନ ଜାତି ଲୋକ କଳା ସଂଯୋଜକ ନିରଞ୍ଜନ ପଣ୍ଡା, ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅନନ୍ୟାର ଅଧ୍ୟକ୍ଷ ଦୁର୍ଗା ମାଧବ ଆଚାର୍ଯ୍ୟ, ସଂସ୍କାର ଭାରତୀ ର ମୁଖ୍ୟ ଶାନ୍ତନୁ ରଥ ପ୍ରମୁଖ ଯୋଗ ଦେଇଥିଲେ ।
ମୁଖ୍ୟ ଅତିଥି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କଳାକାର ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି କଳାକାର ମାନଙ୍କ ସହିତ ଆଦିବାସୀ ନୃତ୍ୟ ର ତାଳେ ତାଳେ ନାଚିଥିଲେ । ଦେବାଶିଷ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।
ସିନ୍ଦ୍ରିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ
ବାଲିଗୁଡା, ୨୯/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସିନ୍ଦ୍ରିଗାଁ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବାଲିଗୁଡ଼ା ଥାନା ଅଧିକାରୀ ସମ୍ବିତ ସ୍ୱାଇଁ ଯୋଗ ଦେଇ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଏନ୍ ଏସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ବିଜେପି ସଭାପତି ମନୋଜ କୁମାର ରଥ, ବାଲିଗୁଡ଼ା ଥାନା ଏସ ଆଇ ଯୁଗଳ କିଶୋର ନାୟକ ପ୍ରମୁଖ ଯୋଗ ଦେଇ ଗୁରୁ ଶିଷ୍ୟ ସମ୍ପର୍କରେ ସମ୍ୟକ ଭାଷଣ ପ୍ରଦାନ କରିଥିଲେ ।
ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହରିଶ୍ଚନ୍ଦ୍ର ପ୍ରଧାନ ବାର୍ଷିକ ବିବରଣୀ ପଠନ ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉତ୍ସବରେ କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ବାରା ଉଦଘାଟନ ଓ ଉଦଯାପନୀ ସଙ୍ଗୀତ, ନୃତ୍ୟ ପରିବେଷଣ କରାଯାଇଥିଲା।
ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ,ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ।
ବାଲିଗୁଡା ଉପଖଣ୍ଡ ପ୍ରଶାସନ ପକ୍ଷରୁ ବରିଷ୍ଠ ମଞ୍ଚ କଳାକାର ତଥା ନାଟ୍ୟକାର ପ୍ରମୋଦ ଦଣ୍ଡସେନା ସମ୍ବର୍ଦ୍ଧିତ
ବାଲିଗୁଡା, ୨୯/୧ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ ର ସମ୍ପାଦକ ପ୍ରମୋଦ ଦଣ୍ଡସେନା ଙ୍କୁ ବାଲିଗୁଡା ଉପଖଣ୍ଡ ପ୍ରଶାସନ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ସମ୍ବର୍ଦ୍ଧିତ କରାଯାଇଛି ।
କନ୍ଧମାଳ ଜିଲ୍ଲାର ଅନନ୍ୟ ପ୍ରତିଭା ବରିଷ୍ଠ ମଞ୍ଚ ଅଭିନେତା ତଥା ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କୁ ଏକ ବର୍ଣ୍ଣାତ୍ୟ ପରିବେଶ ମଧ୍ୟରେ ମୂଖ୍ୟ ଅତିଥି ବାଲିଗୁଡା ଉପ ଜ଼ିଲ୍ଲାପାଳ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି ।
ସୂଚନାଯୋଗ୍ୟ ଯେ ପ୍ରମୋଦ ମାତ୍ର ପଞ୍ଚମ ଶ୍ରେଣୀରୁ ଅଭିନୟ ଜୀବନ ଆରମ୍ଭ କରି ଏଯାବତ୍ ୫୦ ରୁ ଉର୍ଦ୍ଧ୍ବ ମଞ୍ଚ ନାଟକ ରେ ଅଭିନୟ ର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ଏଵଂ ତିନୋଟି ନାଟକ ରଚନା ଓ ନିର୍ଦ୍ଦେଶନା ଦେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।
ନାଟକ ଗୁମୁରୀ କାନ୍ଦୁଛି ଗୁମୁଡୁମାହା , ଶିଶୁ ନାଟକ ଖେମୂଣ୍ଡି ର ପାଟ୍ଟରାଣୀ ମାଆ ପାଟ୍ଟଖଣ୍ଡା , ନାଟକ \” ଝାର୍\” ଦି ଫରେଷ୍ଟ ଅନ୍ୟତମ । ଶହେ ରୁ ଉର୍ଦ୍ଧ୍ବ ପଥପ୍ରାନ୍ତ ନାଟକ ରେ ଅଭିନୟ ଓ ପଚାଶ ରୁ ଉର୍ଦ୍ଧ୍ବ ପଥପ୍ରାନ୍ତ ନାଟକର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ।
ପ୍ରମୋଦ ଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଓଡ଼ିଶା ର ବିଭିନ୍ନ ମଞ୍ଚରେ ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ଓଡ଼ିଶା ବାହାରେ ମଧ୍ୟସେ ନାଟକ ପାଇଁ କାମ କରିଛନ୍ତି ।
କେବଳ ମଞ୍ଚ ନାଟକ ନୁହେଁ ଲୋକ କଳା ଲୋକ ସଙ୍ଗୀତ ପାରମ୍ପରିକ କଳାକୁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଦର୍ଶନ କରି କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି କ୍ଷ ଉପଖଣ୍ଡ ପ୍ରଶାସନ ଏହିଭଳି ପ୍ରତିଭା କୁ ଚି଼ହ୍ନଟ କରି ସମ୍ମାନିତ କରିଥିବା ରୁ ପ୍ରମୋଦ ବେଶ ଖୁସି ପ୍ରକଟ କରିବା ସହିତ ପ୍ରଶାସନ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ବରିଷ୍ଠ ନାଗରିକ ସଂଘ ତରଫରୁ ମିତ୍ର ସଙ୍ଗମ ଆସର
ବାଲିଗୁଡା, ୨୯/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବରିଷ୍ଠ ନାଗରିକ ସଂଘ ତରଫରୁ ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ ସ୍ଥାନୀୟ ଗାୟତ୍ରୀ ମନ୍ଦିର ସଭା ଗୃହ ପରିସରରେ ସଭାପତି ବିଜୟ ଚନ୍ଦ୍ର ଖଣ୍ଡଗିରି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ଥାନା ଏସ. ଆଇ. ଭୋଳାନାଥ ପଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏଥିରେ ଅଞ୍ଚଳର ସମସ୍ତ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର କିପରି ପାଇ ପାରିବେ ସେ ନେଇ ଆଲୋଚନା ହେବା ସହ ପୂର୍ବରୁ ସ୍ଥାନୀୟ ଉପଜିଲ୍ଲାପାଳ ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କରିବା ପାଇଁ ସ୍ଥାନ ଚି଼ହ୍ନଟ କରିବା ବିଷୟ ସ୍ଥାନୀୟ ତହସିଲଦାର ଙ୍କୁ ଦିଆଯାଇଛି ବୋଲି ସଂଘର ସାଧାରଣ ସମ୍ପାଦକ ମନ୍ନଥ କୁମାର ରାଉଳ ପ୍ରକାଶ କରିଥିଲେ ।
ସଂଘର ସମସ୍ତ ସଦସ୍ୟ ଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ଓ ଜମ୍ପିକ ବଲ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହା ପରେ ସଂଘର ସମସ୍ତ ସଦସ୍ୟ ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ଜରା ନିବାସ ରେ ପହଞ୍ଚି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ ଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରି ଅନ୍ତେବାସୀ ଙ୍କୁ ଫଳ ଓ ମିଷ୍ଟାନ ବଣ୍ଟନ କରିଥିଲେ ।
ଏଥିରେ ସଂଘର ସଦସ୍ୟ ପ୍ରହ୍ଲାଦ ପ୍ରସାଦ ଲେଙ୍କା, ବଂଶୀଧର ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରମାକାନ୍ତ ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031