Indus Valley Times

ବୌଦ୍ଧ ଜିଲ୍ଲାସ୍ତରୀୟ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସମ୍ମିଳନୀ

 Breaking News

ବୌଦ୍ଧ ଜିଲ୍ଲାସ୍ତରୀୟ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସମ୍ମିଳନୀ

December 04
08:03 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୧୨: ବୌଦ୍ଧ ଜିଲ୍ଲାର ୨୨୬ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ଏକ ଜିଲ୍ଲାସ୍ତରୀୟ ସମ୍ମିଳନୀ ନୁଆପାଲି ଗୌଡଦେଇ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ।
ନୁଆଁପାଲି ଗୌଡଦେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ଅମାତଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୫୦ରୁ ଅଧିକ ଶିକ୍ଷକ ଓ କର୍ମଚାରୀ ମାନେ ସାମିଲ ଥିଲେ ।
ଶିକ୍ଷକ ସର୍ବେଶ୍ୱର ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ । ସମ୍ମିଳନୀରେ ଶିକ୍ଷକ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହେବା ସହ ସପ୍ତମ ବେତନ କମିଶନ ନେଇ ମଧ୍ୟ ଆଲୋଚନା ହୋଇଥିଲା ।
ଏହା ସହ ଜିଲ୍ଲାରେ ଶିକ୍ଷକ ମାନଙ୍କ ମଧ୍ୟରେ ଯେପରି ସୁସଂପର୍କ ରହିବା ସହ ଭାଇଚାର ବଜାୟ ରହିବ ସେ ନେଇ ଦୃଢ ଆଲୋଚନା ହୋଇଥିଲା । ସଂଘର ପ୍ରଥମ ବୈଠକ ୨୦୨୨ ମସିହାରେ ପୁର୍ଣ୍ଣଚନ୍ଦ୍ର ଊଚ୍ଚବିଦ୍ୟାଳୟ ବୁଢୀପଦର ଠାରେ ହୋଇଥିବା ବେଳେ ତୃତୀୟ ବୈଠକ ବହିରା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ ବୋଲି ବହିରା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତଲାଲ ମିଶ୍ର ସୁଚନା ଦେଇଥିଲେ ।
ସମ୍ମିଳନୀରେ ପୁର୍ଣ୍ଣଚନ୍ଦ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପରିଡା ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧାପଥରର ସହକାରୀ ଶିକ୍ଷକ ରଂଜନ ପ୍ରଧାନ ଶିକ୍ଷକ ସଂଘକୁ ଆଗକୁ କିପରି ଜିଲାରେ ମଜଭୁତ କରାଯାଇପାରିବ ସେ ନେଇ ମତବ୍ୟକ୍ତ କରିଥିଲେ । ଶିକ୍ଷକ ପ୍ରମୋଦ ପୁଜାହାରୀ, ବିରୁପାକ୍ଷ ସ୍ୱାଇଁ , ସଂସାର ଅମାତ, ରଂଜିତ ଧଳ, ସର୍ବେଶ୍ୱର ସ୍ୱାଇଁ, ମନରୋମା ମହାକୁଡ, ପ୍ରିୟମ୍ବଦା ସେନାପତି ପ୍ରମୁଖ ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ ।
ବୌଦ୍ଧରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ
ବୌଦ୍ଧ,୪/୧୨: ବୌଦ୍ଧ ଟାଉନହଲ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଝାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଦରିଦ୍ର‌୍ୟ ଭଂଜନ ମଦନ ମୋହନ ପାତ୍ର, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ଡ. ବିକେଆରସି ହେମ୍ରମ, ଅଧ୍ୟାପକ ପ୍ରବୀର କୁାମର ଦାସ ଯୋଗ ଦେଇଥିଲେ ।
ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଯ୍ୟଧନ ବିଶି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଭା ଆରମ୍ଭରେ ଟାଉନହଲ ଠାରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା ।
ରାଲିରେ ଶତାଧିକ ଦିବ୍ୟାଙ୍ଗ ଭାଗ ନେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅତିଥି ମାନଙ୍କ ଦ୍ୱାରା କୃତି ପ୍ରତିଯୋଗିମାନଙ୍କୁ ପୁରସ୍କାର ବଣ୍ଟନ କରାଯାଈଥିବା ବେଳେ ୩ ଜଣଙ୍କୁ ବିବାହ ପ୍ରୋତ୍ସାହନ ରାଶି, ୩୬ ଜଣ ହିତାଧିକାରୀଙ୍କୁ ଭିନ୍ନକ୍ଷକ ଭତ୍ତା, ୨୦ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଭିନ୍ନକ୍ଷମ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଅଶ୍ୱିନୀ କୁମାର ପାଣ୍ଡେ ଧଡ଼୍ୟବାଦ ପ୍ରଦାନ କରିଥିଲେ ।
କାର୍ଯ୍ୟରେ ଅବହେଳା ପାଇଁ ଜିଲ୍ଲାପରିଷଦ କାର୍ଯ୍ୟାଳୟର ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ
ବୌଦ୍ଧ,୪/୧୨: କାର୍ଯ୍ୟରେ ଅବହେଳା ପାଇ ବୌଦ୍ଧ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଦୁଇ ବରିଷ୍ଠ କର୍ମଚାରୀଙ୍କୁ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ନିଲମ୍ବିତ କରିଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ ଜିଲ୍ଲାପରିଷଦ କାର୍ଯ୍ୟାଳୟର କାର୍ଯ୍ୟରତ ଦୁଇ କର୍ମଚାରୀ କାର୍ଯ୍ୟରେ ଅବହେଳା ପାଇଁ ଶନିବାର ଦିନ ନିଲମ୍ବିତ କରିଥିବା ଜଣାପଡିଛି । ନିଲମ୍ବିତ ଦୁଇ ବରିଷ୍ଠ କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ ଓ ଆଦେଶ ନଆସିବା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଛାଡି ପାରିବେ ନାହିଁ ବୋଲି ଜଣାପଡିଛି ।
ଅଷ୍ଟାଦଶ ବୌଦ୍ଧ ପୁସ୍ତକମେଳା ଉଦଘାଟିତ
ବୌଦ୍ଧ,୪/୧୨: ବୌଦ୍ଧ କଚେରୀ ଖେଳ ପଡିଆଠାରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଦ୍ୱାରା ଆୟୋଜିତ ଅଷ୍ଟାଦଶ ବୌଦ୍ଧ ପୁସ୍ତକମେଳା ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥିଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପୁସ୍ତକ ମେଳାର ଉପାଦେୟତା, ବର୍ତ୍ତମାନ ଡିଜିଟାଲ ଯୁଗରେ ପୁସ୍ତକ ପଠନର ଆବଶ୍ୟକତା ଇତ୍ୟାଦି ସମ୍ପର୍କରେ ଆଲୋକପାତ କରିଥିଲେ ।
ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ସଭାପତି ଦିବ୍ୟଶଙ୍କର ରାଉତ, ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ, ଆବାହକ ସତ୍ୟଜିତ କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
ପୁସ୍ତକ ମେଳା ଉଦ୍‌ଘାଟନ ପୂର୍ବରୁ ପୁରୁଣାକଟକ ମା ଭୈରବୀଙ୍କ ପୀଠରୁ ଅଖଣ୍ଡ ଦୀପ ଅଣାଯାଇ ପୁସ୍ତକମେଳା ମଞ୍ଚରେ ସ୍ଥାପନ କରାଯାଇଥିଲା । ଉଦଘାଟନୀ ସଭା ସତ୍ୟଜିତ ପଣ୍ଡା ପରିଚାଳନା କରିଥିବାବେଳେ ଦିବ୍ୟ ଶଙ୍କର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଜିଲ୍ଲାପାଳ ପୁସ୍ତକ ମେଳାର ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ । ଏହି ମେଳାରେ ରାଜ୍ୟର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶକ ଓ ବିକ୍ରେତା ଯୋଗ ଦେଇଥିବା ବେଳେ ପ୍ରତ୍ୟେକ ସନ୍ଧ୍ୟାରେ ସାହିତ୍ୟ ସଭା, ବିଭିନ୍ନ ଆଲୋଚନା ଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଆୟୋଜକଙ୍କ ନିକଟରୁ ସୂଚନା ମିଳିଛି । ଉଦଘାଟନୀ ସନ୍ଧ୍ୟାରେ ବଲାଙ୍ଗୀରର ଦୁଲଦୁଲି କଳା ପରିଷଦ, ପ୍ରଗତି କଣ୍ଟାମାଳ, ସୃଷ୍ଟି ଡ୍ୟାନ୍ସ ଗ୍ରୁପ ବୌଦ୍ଧ, ଆଶା ଶିକ୍ଷାନୁଷ୍ଠାନ ଗିରାସିଙ୍ଗା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ତିନିରାଜ୍ୟରେ ବିଜୟ ପରେ ବୌଦ୍ଧ ବିଜେପିରେ ଉତ୍ସବର ମାହୋଲ
ବୌଦ୍ଧ,୪/୧୨: ବିଧାନସଭା ନିର୍ବାଚନରେ ରାଜସ୍ଥାନ,ମଧ୍ୟପ୍ରଦେଶ ଓ ଛତିଶଗଡ ତିନୋଟି ରାଜ୍ୟରେ ବିଜୟ ନେଇ ବିଜେପିର କର୍ମୀମାନେ ଉତ୍ସାହିତ ହୋଇଛନ୍ତି । ବୌଦ୍ଧଜିଲ୍ଲା ବିଜେପି ପକ୍ଷରୁ ଦଳର ବିଜୟ ନେଇ ଉତ୍ସବ ପାଳନ କରାଯିବା ସହିତ ସହରର ଗାନ୍ଧୀଛକଠାରେ ବାଣ ଫୁଟାଇ ଓ ମିଠା ବାଣ୍ଟି ଉତ୍ସବ ପାଳନ କରାଯାଇଛି ।
ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ନେତୃତ୍ୱରେ ଅନୁଷ୍ଠିତ ଏହି ବିଜୟ ଉତ୍ସବ ଅବସରେ ପ୍ରେମାନନ୍ଦ ମିଶ୍ର,ତାପସ କୁମାର ପଟ୍ଟନାୟକ,ଶ୍ୟାମସୁନ୍ଦର ପୁରୋହିତ,ସୂର୍ଯ୍ୟନାରାୟଣ ମହାପାତ୍ର,ସୁଶାନ୍ତ କୁମାର ବାଘ,ମାଗୁଣି ଗାଈଗୌରିଆ, ଶମ୍ଭୁ ପ୍ରଧାନ,ବାମନ ବାରିକ,ବିନୋଦ ମହାକୁଡ,ବିକାଶ ମହାକୁଡ,ମନୋରଂଜନ ଦାଶ,ନମିତାରାଣୀ ଦାଶ,ବିଶିକେଶନ ପ୍ରଧାନ,ରାଜ କୁମାର ମେହେର,ନିରଂଜନ ଦାନୀଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।
ତୈଳିକ ଵୈଶ୍ୟ ସମାଜ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ବୌଦ୍ଧ,୪/୧୨: ତୈଳିକ ଵୈଶ୍ୟ ସମାଜ ବୌଦ୍ଧ ର ସପ୍ତମ ବାର୍ଷିକ ଉତ୍ସବ ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ନାଏକପଡ଼ା ଗୁମ୍ଫା ନିକଟସ୍ଥ ଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଉପଦେଷ୍ଟା ବିଚିତ୍ର କୁମାର ସାହୁ କୁବେର ଭଗବାନ ଓ ଜଗନ୍ନାଥ ମହାପ୍ରଭୁ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ସଭାପତି ଶଙ୍କର୍ଷଣ ସାହୁଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା ।
ମୁଖ୍ୟ ଅତିଥି ଭାବେ ସୁବାସ ଚନ୍ଦ୍ର ସାହୁ ଯୋଗଦେଇ ସମାଜର ଉନ୍ନତି ପାଇଁ ସଂଗଠିତ ଭାବେ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇ ଥିଲେ । ସମ୍ପାଦକ ବିଜୟ କୁମାର ସାହୁ ଅତିଥି ପରିଚୟ କରିବା ସହ ବିବରଣୀ ପଠନ କରି ଜାତି ସମାଜ ଗଠନ ର ଲକ୍ଷ୍ୟ ଉଦ୍ଦେଶ୍ୟ ଉପସ୍ଥାପନ କରି ଥିଲେ ।
କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ ଆୟବ୍ୟୟ ବିବରଣୀ ଦେବା ସହ ବୋଇତ ବନ୍ଦାଣ ଉତ୍ସବ କୁ ସଫଳ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆଗମୀ ଦିନରେ ବୃକ୍ଷ ରୋପଣ, ରକ୍ତ ଦାନ ଶିବିର, ମେଧାବୀ ଛାତ୍ର ଅଭିନନ୍ଦନ ଭଳି ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଥିଲା।ପ୍ରତ୍ୟେକ ପରିବାର ର ପୁରୁଷ ମହିଳା ପିଲାଛୁଆ ଉତ୍ସଵ ରେ ଭାଗ ନେଇ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହିତ ବାର୍ଷିକ ଉତ୍ସବ ପାଳନ କରିଥିଲେ।
ସହ ସମ୍ପାଦକ ଶତ୍ରୁଘ୍ନ ସାହୁ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଉପସଭାପତି କୈଳାସ ଚନ୍ଦ୍ର ସାହୁ, ସନାତନ ସାହୁ, ବିନୋଦ ସାହୁ, ପ୍ରଭାସ ଚନ୍ଦ୍ର ପୃଷ୍ଟି, ଅର୍ଜୁନ ସାହୁ, ଆଶୋକ ସାହୁ ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031