Indus Valley Times

ବୌଦ୍ଧ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ କଳା ବ୍ୟାଚ୍ ପରିଧାନ କରି ଧାରଣା

 Breaking News

ବୌଦ୍ଧ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ କଳା ବ୍ୟାଚ୍ ପରିଧାନ କରି ଧାରଣା

ବୌଦ୍ଧ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ କଳା ବ୍ୟାଚ୍ ପରିଧାନ କରି ଧାରଣା
May 02
20:34 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨/୫ : ବୌଦ୍ଧ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ, ସାମ୍ବାଦିକ ମାନଙ୍କ ବହୁତ ଦିନର ଦାବି ପେନସନ୍, ପ୍ରୋଟେକ୍ସନ ଓ ଏକ୍ରେଡିସନ୍ ଦାବିରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ର ସମସ୍ତ ସାମ୍ବାଦିକ ମାନେ ମିଳିତ ଭାବେ କଳା ବ୍ୟାଚ୍ ପରିଧାନ କରି ଧାରଣା ଦେଇଥିଲେ ।
ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ସଭାପତି ଶ୍ରୀ ପ୍ରସନ୍ନ ମହାନ୍ତିଙ୍କ ଆହ୍ୱାନ କ୍ରମେ , ବୌଦ୍ଧ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଶୁକ୍ରବାର ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ସଭାପତି କମ୍ଭୁଧର ଖେତିଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବ କିଶୋର ମେହେରଙ୍କ ଦେଖରେଖରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ ସାଧାରଣ ସମ୍ପାଦକ ମନରଞ୍ଜନ ନାଏକ ସଦସ୍ୟ ଶେଷଦେବ ଦାସ ସୁନୀଲ କୁମାର ଖେତି ଯୋଗ ଦେଇଥିଲୋ ଶେଷରେ ସାମ୍ବାଦିକ ମାନଙ୍କର ଦିର୍ଘଦିନର ପେନସନ୍,ପ୍ରୋଟେକ୍ସନ ଓ ଏକ୍ରେଡିସନ୍ ଆଦି ପ୍ରମୁଖ ଦାବି ସମେତ ଅନ୍ୟାନ୍ୟ ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଦେଶ୍ୟରେ ବୌଦ୍ଧ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।
ସାମ୍ବାଦିକ ମାନଙ୍କର ଏହି ଦିର୍ଘଦିନର ଦାବି ରାଜ୍ୟ ସରକାର ପୁରଣ ନ କରି କାଳ କ୍ଷେପଣ ନିତି ଆପଣେଇ ଥିବା ଯୋଗୁଁ ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସରକାର ଏହି ଦାବି ପୂରଣ ନ କଲେ ଆଗାମି ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବ କୋଶୋର ମେହେର କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930