Indus Valley Times

ବୌଦ୍ଧ: ପ୍ରବେଶ ଉତ୍ସବ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

 Breaking News

ବୌଦ୍ଧ: ପ୍ରବେଶ ଉତ୍ସବ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବୌଦ୍ଧ: ପ୍ରବେଶ ଉତ୍ସବ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
April 06
19:52 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୬/୪: ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଥମ ଶ୍ରେଣୀରେ ନାମ ଲେଖା ନିମନ୍ତେ ପ୍ରବେଶ ଉତ୍ସବ ପାଳନ ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସଚେତନତା ପାଇଁ ରାଧାନଗର ଗ୍ରାମ ପରିକ୍ରମା କରିଥିଲେ ।
ଗ୍ରାମ ପରିକ୍ରମା ପରେ ବିଦ୍ୟାଳୟର ୨୦୨୨-୨୩ ଶିକ୍ଷା ବର୍ଷର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ଦେବା ଅବସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ରାଧାନଗର ଗ୍ରାମର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷାବିତ ସଦାନନ୍ଦ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପୁରାତନ ଛାତ୍ର ଯୁବ ସମାଜସେବୀ ତଥା ଯୁବକବି ତୋଫାନ୍ ଦେହୁରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ।
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନାରାୟଣ ମେହେର ସଭାପତିତ୍ବ କରିଥିବା ବେଳେ ବିଦ୍ୟାଳୟର ସହକାରୀ ଶିକ୍ଷକ ଦେବରାଜ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ବିସିକେସନ ବେହେରା, ଶିକ୍ଷୟିତ୍ରୀ ବସିରନ୍ ବିବି ଓ ପରିଚାଳନା କମିଟିର ସଦସ୍ୟ ବିକ୍ରମ ଦେହୁରୀ ବିଦାୟକାଳୀନ ସମ୍ବର୍ଦ୍ଧନା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଆଲୋକପାତ କରିବା ସହିତ ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଏହି କାର୍ଯ୍ୟକ୍ରମରେ ମୋ ସ୍କୁଲ ଅଭିଯାନ କମିଟିର ସଭାପତି ତୁଷାର କାନ୍ତ ସାହୁ, ସମୀର ଦେହୁରୀ,ଦିବାକର ଦେହୁରୀ ଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ସଭା ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।
କର୍ମଚାରୀ ସମନ୍ୱୟ ସମିତି ବୌଦ୍ଧ ଶାଖାର କାର୍ଯ୍ୟକାରିଣୀ ବୈଠକ
ବୌଦ୍ଧ,୬/୪ : ଓଡିଶା ରାଜ୍ୟ ଅଣଗେଜେଟେଡ କର୍ମଚାରୀ ସମନ୍ୱୟ ସମିତି ବୌଦ୍ଧ ଶାଖାର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କର୍ମଚାରୀ ଭବନ ଠାରେ ଅଧ୍ୟକ୍ଷ ଦିଲ୍ଲିପ କୁମାର ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ରାଜେନ୍ଦ୍ର କୁମାର ମହାପାତ୍ର ବିବିରଣୀ ପାଠ କରିଥିଲେ । ବୈଠକରେ ଚଳିତ ମାସ ଶେଷ ସୁଦ୍ଧା ସାଧାରଣ ପରିଷଦ ବୈଠକ କରିବାକୁ ନିଷ୍ପତି ହୋଇଥିଲା ।
ପରିଚାଳନା ପାଇଁ ଏକ ନୂତନ ୧୨ ଜଣିଆ କମିଟି ଗଠନ କରାଯାଇଥିଲା । କମିଟିରେ ଅଧ୍ୟକ୍ଷ ଶ୍ରୀ ବିଶି, ସଂପାଦକ ଶ୍ରୀ ମହାପାତ୍ର, ଜଗବନ୍ଧୁ ପାତ୍ର, ସଂଜିବ ପଣ୍ଡା, ଶତୃଜିତ ମହାପାତ୍ର, ପ୍ରେମାନନ୍ଦ ମେହେର, ମହେଶ ସେଠୀ,ତାପସ ମିଶ୍ର,ଶମ୍ଭୁ ପ୍ରସାଦ ଗିରି,ବିରେନ ଦାସିଆ, ରାଜକିଶୋର ପଟ୍ଟନାୟକ, ଦିଲ୍ଲିପ ପାତ୍ର ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ଏଥିରେ ରାଜସ୍ୱ କ୍ଷେତ୍ର କର୍ମଚାରୀ ସଂଘ,ଅମିନ ସଂଘ,ସୁପର ଭାଇଜର ସଂଘ, ସରକାରୀ ମୋଟର ଚାଳକ ସଂଘ,ରାଜସ୍ୱ ଅମଲା ସଂଘ, ଲେବ୍ରେଟେରୀ ଟେକନିସିଆନ ସଂଘ, ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ସଂଘ, ବନ କର୍ମଚାରୀ ସଂଘ, ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ, ବନ କର୍ମଚାରୀ ସଂଘ,ଶିକ୍ଷକ କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଉପସଭାପତି ଅଶୋକ ପରମଗୁରୁ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।
ଭୂମିହୀନକୁ ଦୁଇ ଏକର ଚାଷ ଜମି ଓ ୧୦ ଡେସିମିଲ ଘର ଡିହ ଦାବି କଲା ପାଣ-ଗଣ୍ଡା ବିକାଶ ପରିଷଦ
ବୌଦ୍ଧ,୬/୪:ବୌଦ୍ଧଜିଲ୍ଲା ପାଣ-ଗଣ୍ଡା ବିକାଶ ପରିଷଦ ପକ୍ଷରୁ ସଂଗଠନର ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଅତିରିକ୍ତ ତହସିଲଦାରଙ୍କୁ ସାକ୍ଷାତ କରିଥିବା ଜଣାପଡିଛି ।
ପାଣ- ଗଣ୍ଡା ବିକାଶ ପରିଷଦ ପକ୍ଷରୁ ଗତ ବର୍ଷ ଜୁଲାଇ ମାସରେ ଭୂମିହୀନକୁ ୨ ଏକର ଚାଷ ଜମି, ୧୦ ଡେସିମିଲ ଘରଡିହ ଓ ସମସ୍ତ ବସ୍ତିକୁ ରାସ୍ତା ଯୋଗାଇ ଦେବା ଦାବିରେ ବୌଦ୍ଧ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଦାବି ଗୁଡିକ ପ୍ରଶାସନ ପକ୍ଷରୁ ପୂରଣ କରାଯାଇ ନ ଥିବାରୁ ସଂଗଠନ ପକ୍ଷରୁ ଆଜି ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ମନୋରଂଜନ ସୁନାଙ୍କ ସହିତ ଆଲୋଚନା କରିଥିଲେ ।
ଚଳିତ ଏପ୍ରିଲ ମାସ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ଆଇନ ଅନୁଯାଇ ପଟ୍ଟା ପ୍ରଦାନ କରାଯିବାକୁ ଅତିରିକ୍ତ ତହସିଲଦାର ସଂଗଠନର କର୍ମକର୍ତ୍ତାଙ୍କୁ ସୁଚନା ଦେଇଥିବା ସଂଗଠନ ପକ୍ଷରୁ କୁହାଯାଇଛି । ଯଦି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆନଯାଏ ।
ସଂଗଠନ ପକ୍ଷରୁ ଜିଲ୍ଲାର ସମସ୍ତ ଆରଆଇ ଅଫିସ ଘେରାଉ କରିବା ସହିତ ଆନ୍ଦୋଳନ କରାଯିବ ବୋଲି ସଂଗଠନର ସଂପାଦକ ପ୍ରକାଶ କରିଛନ୍ତି । ଆଲୋଚନା ବୈଠକରେ ସଂଘର ସଭାପତି ରୋହିତ କହଁର, ଉପସଭାପତି ମକରଧ୍ୱଜ ମହାନନ୍ଦିଆ, ଦଶରଥ ବେହେରା, କହ୍ନେଇ ବାଦୀ, ସେବତୀ ବେହେରା, ରାମଚନ୍ଦ୍ର ତାଣ୍ଡେ, ମହାଦେବ କଲତାଙ୍କ ସମେତ ସଂଘର କର୍ମକର୍ତ୍ତା ମାନେ ସାମିଲ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031