Indus Valley Times

ଯୌତୁକ ନିଆଁରେ ଜଳିଲେ ଆରତୀ, ୨ ବର୍ଷ ତଳେ କରିଥିଲେ ପ୍ରେମ ବିବାହ

 Breaking News

ଯୌତୁକ ନିଆଁରେ ଜଳିଲେ ଆରତୀ, ୨ ବର୍ଷ ତଳେ କରିଥିଲେ ପ୍ରେମ ବିବାହ

ଯୌତୁକ ନିଆଁରେ ଜଳିଲେ ଆରତୀ, ୨ ବର୍ଷ ତଳେ କରିଥିଲେ ପ୍ରେମ ବିବାହ
July 14
10:53 2025

ଗଞ୍ଜାମ, ୧୪/୭: ପୁଣି ଯୌତୁକ ପାଇଁ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ବଧୂ ହତ୍ୟା ଉଦ୍ୟମ । ଏପରି ଏକ ଅଭାବନୀୟ ଘଟଣା ଖଲ୍ଲିକୋଟ ଥାନା କହ୍ନେଇପୁର ଗାଁରେ ଘଟିଛି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ବୋହୂ ଆରତୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଦୁଇ ବର୍ଷ ପୂର୍ବେ ପୁଅ ଆକାଶ ପରିଡ଼ା ଆରତୀଙ୍କୁ ପ୍ରେମ ବିବାହ କରିଥିଲେ। ଯୌତୁକ ପାଇଁ ଶାଶୂ ଅଧିକାଂଶ ସମୟରେ ନିର‌୍ୟାତନା ଦେଉଥିବା ବୋହୂ ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଶାଶୂ ବୋହୂଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟି ହୋଇଥିଲା ।
ଆଜି ସକାଳୁ ଦିଅର ଓ ଶାଶୂ ଉଭୟ ମିଶି ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ତୁରନ୍ତ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ଏନେଇ ଖବର ପାଇ, ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031