Indus Valley Times

ରାଜ୍ୟରେ ଅସହ୍ୟ ଶୀତ: ୫ ଡିଗ୍ରୀକୁ ଖସିଲା ପାରଦ ଜି. ଉଦୟଗିରି

 Breaking News

ରାଜ୍ୟରେ ଅସହ୍ୟ ଶୀତ: ୫ ଡିଗ୍ରୀକୁ ଖସିଲା ପାରଦ ଜି. ଉଦୟଗିରି

December 20
13:10 2023

ଭୁବନେଶ୍ବର,୨୦/୧୨: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିଠାରେ ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରେକର୍ଡ କରାଯାଇଛି। ରାଜ୍ୟର ୧୩ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ଜଣାଯାଇଛି। ୫ ଡିଗ୍ରି ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ପରିଗଣିତ ହୋଇଛି।
ଏହାଛଡ଼ା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୭.୫, ଅନୁଗୁଳ ଓ କୋରାପୁଟରେ ୮ ଡିଗ୍ରି, ସେମିଳିଗୁଡ଼ାରେ ୮.୪, ଦାରିଙ୍ଗବାଡ଼ିରେ ୮.୫, କେନ୍ଦୁଝର ଓ ରାଉରକେଲାରେ ୮.୬ ଡିଗ୍ରି, ସୁନ୍ଦରଗଡ଼ରେ ୮.୮, ଭବାନୀପାଟଣାରେ ୮.୯, ରାଣୀତାଲ ଓ ଝାରସୁଗୁଡ଼ାରେ ୯ ଡିଗ୍ରି, ସୋନପୁରରେ ୧୦ ଡିଗ୍ରି ରହିଛି। ତେବେ କଟକ ଓ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରେକର୍ଡ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୪ ଦିନ ଯାଏ ପାଗ ଶୁଖିଲା ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। କିଛି ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ଥିବା ବେଳେ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବ। ୨୧ ତାରିଖଠାରୁ ରାତିର ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଆସିପାରେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031