Legatus

୯ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ଆସିଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ନୂଆ ଯୋଜନା

 Breaking News

୯ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ଆସିଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ନୂଆ ଯୋଜନା

୯ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ଆସିଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ନୂଆ ଯୋଜନା
July 10
22:14 2023

ଭୁବନେଶ୍ବର,୧୦/୭ : ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ପୋଷାକ ଓ ଜୋତା-ମୋଜା। ସମସ୍ତ ସରକାରୀ ହାଇସ୍କୁଲ୍ ତଥା ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ୍ରେ ପଢ଼ୁଥିବା ଛାତ୍ରଛାତ୍ରୀ ଏଥିରେ ସାମିଲ କରାଯିବ। ‘ମୁଖ୍ୟମନ୍ତ୍ରୀ ପରିଧାନ’ ଯୋଜନାରେ ହାଇସ୍କଲ୍ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ। ଚଳିତ ଶିକ୍ଷାବର୍ଷରୁ ଏହାକୁ କାର‌୍ୟ୍ୟକାରୀ କରାଯିବ।
ଏସଂକ୍ରାନ୍ତରେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି। ସ୍କୁଲ୍ ୟୁନିଫର୍ମ ଓ ଆନୁଷଙ୍ଗିକ ସାମଗ୍ରୀର ବ୍ୟବସ୍ଥା ପାଇଁ ସହାୟତା ରାଶି ୬୦୦ ଟଙ୍କା ମିଳୁଥିଲା ବେଳେ ଏବେ ଏକ ହଜାର ଟଙ୍କା ମିଳିବ। ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ରେ ଏହି ବ୍ୟବସ୍ଥା ରଖାଯାଇଛି।୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଜଣେ ପିଲା ପିଛା ୫୫୦ ଟଙ୍କା ମୂଲ୍ୟରେ ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟରେ ହଳେ ଜୋତା ଓ ଦୁଇ ହଳ ମୋଜା ଦିଆଯିବ।
ଏଥିସହ ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟି-ସାର୍ଟ, ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟ୍ରାକ୍ ପ୍ୟାଣ୍ଟପ୍ରତି ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ।ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପୋଷାକ ଓ ଜୋତା-ମୋଜା ପାଉଥିବା ବେଳେ ଏବେ ହାଇସ୍କୁଲ ପିଲାଙ୍କୁ ଏହି ସୁବିଧା ମିଳିବାକୁ ନେଇ ସରକାରୀ ହାଇସ୍କୁଲ୍ରେ ଉତ୍ସାହ ଦେଖା ଦେଇଛି।
ହାଇସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ଓ ଜୋତା- ମୋଜା ଯୋଜନା ଚଳିତ ଶିକ୍ଷାବର୍ଷରୁ କାର‌୍ୟ୍ୟକାରୀ ହେଉଥିବାରୁ ଏଥିପାଇଁ ପ୍ରକ୍ରିୟାକରଣ ଆରମ୍ଭ ହୋଇଯାଇଛି। ପୋଷାକ, ଜୋତା-ମୋଜା କ୍ରୟ ଓ ବିତରଣ ପାଇଁ ବ୍ଲକ୍ସ୍ତରରେ ଏକ କମିଟି ଗଠିତ ହେବ।
ଏହି କମିଟି ନେତୃତ୍ବରେ ଏମ୍ଏସ୍ଏମ୍ଇ ବା ସ୍ବୀକୃତିପ୍ରାପ୍ତ ଏସ୍ଏଚ୍ଜିଙ୍କୁ ପୋଷାକ କ୍ରିୟ ବା ବଣ୍ଟନ ଦାୟିତ୍ବ ଦିଆଯିବ। ସେମାନେ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପୋଷାକ ସହିତ ଜୋତା- ମୋଜା ଯୋଗାଡ଼ କରି ପିଲାମାନଙ୍କୁ ବଣ୍ଟନ କରିବେ। ଜଣେ ଛାତ୍ର/ଛାତ୍ରୀଙ୍କୁ ବର୍ଷକ ପାଇଁ ୨ହଳ ପୋଷାକ ଓ ଏକ ହଳ ଯୋତା, ଏକ ହଳ ମୋଜା ପ୍ରଦାନ କରାଯିବ। ଛାତ୍ରଙ୍କ ପାଇଁ ଫୁଲ୍ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ପାଇଁ ଚୁଡ଼ିଦାର-ପଞ୍ଜାବୀ ପୋଷାକ ରହିଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930