Indus Valley Times

ଅର୍ଚ୍ଚନାଙ୍କୁ ୧୦ ଲକ୍ଷ ଦେଇଥିଲେ ବ୍ୟବସାୟୀ, ଘାଣ୍ଟୁଛି ଇଡି

 Breaking News

ଅର୍ଚ୍ଚନାଙ୍କୁ ୧୦ ଲକ୍ଷ ଦେଇଥିଲେ ବ୍ୟବସାୟୀ, ଘାଣ୍ଟୁଛି ଇଡି

ଅର୍ଚ୍ଚନାଙ୍କୁ ୧୦ ଲକ୍ଷ ଦେଇଥିଲେ ବ୍ୟବସାୟୀ, ଘାଣ୍ଟୁଛି ଇଡି
November 22
12:20 2022

ଭୁବନେଶ୍ବର,୨୨/୧୧: ଅର୍ଚ୍ଚନା ନାଗ ମାମଲାରେ ଇଡିରେ ଆଉ ଜଣେ ବ୍ୟବସାୟୀ ହାଜର ହୋଇଥିବା ଜଣାଯାଇଛି। ତାଙ୍କ ନାଆଁ ଅମୀୟକାନ୍ତ ଦାସ ବୋଲି ଜଣାଯାଇଛି। ବ୍ୟବସାୟୀଜଣକ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଅର୍ଚ୍ଚନାଙ୍କ ସହ ଲକ୍ଷ ଲକ୍ଷଟଙ୍କାର ନେଣଦେଣ କରିଛନ୍ତି।
ଅମୀୟକାନ୍ତ ଦାସ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ପଠାଇଥିଲେ ବୋଲି କୁହାଯାଉଛି। ଏ ବିଷୟରେ ତଥ୍ୟ ହାସଲ କରିବାକୁ ଇଡି ପୂର୍ବରୁ ଉକ୍ତ ବ୍ୟବସାୟୀଙ୍କୁ ଇଡି କାର‌୍ୟ୍ୟାଳୟରେ ହାଜର ହେବାକୁ ନୋଟିସ୍ ହୋଇଥିଲା। ଯେଉଁ ୧୨ଜଣଙ୍କୁ ଏଯାଏ ଇଡି ନୋଟିସ୍ ଦେଇଛି, ସେମାନଙ୍କ ଭିତରେ ବ୍ୟବସାୟୀ ଥିଲେ।
ଏଣେ ଜଣାଶୁଣା ସିନେ ପ୍ରଯୋଜକ ଅକ୍ଷୟ ପରିଜା ଆଜି ଦିନ ୨ଟାରେ ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହେବେ ବୋଲି ସୂଚନା ମିଳିଛି। ସେ ତାଙ୍କ ଓକିଲ ଆକାଶ ଭୂୟାଁଙ୍କ ସହ ଇଡି କାର‌୍ୟ୍ୟାଳୟରେ ହାଜର ହେବେ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ପୂର୍ବରୁ ଅର୍ଚ୍ଚନା ନାଗ ମାମଲାରେ ଇଡି ପକ୍ଷରୁ ସମନ ଜାରି କରାଯାଇଥିବା ବେଳେ, ନିର୍ଦ୍ଧାରିତ ସମୟ ଓ ତାରିଖ ଭିତରେ ହାଜର ହେବାକୁ କୁହାଯାଇଥିଲା ।
ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମରେ ସେ ନୂଆପଲ୍ଲୀ ଥାନାରେ କରିଥିବା ଏତଲା ଅଧାରରେ ଇଡି ପରିଜାଙ୍କୁ ସମନ କରିଥିଲା। ଅକ୍ଷୟ ହାଜର ହେବା ପରେ ତାଙ୍କ ବୟାନ ରେକର୍ଡ କରାଯାଇଥାନ୍ତା।ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍ କରି ୩ କୋଟି ଟଙ୍କା ମାଗିବା ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଏବେ ଜେଲରେ ଅଛନ୍ତି।
କିନ୍ତୁ ସେ ବ୍ୟକ୍ତିଗତ ଭାବେ ହାଜର ହୋଇ ନଥିଲେ। ଅନ୍ୟପକ୍ଷରେ ତାଙ୍କ ଓକିଲ ଆକାଶ ଭୂୟାଁ ଇଡି କାର‌୍ୟ୍ୟାଳୟରେ ହାଜର ହୋଇଥିଲେ। ସ୍ବାସ୍ଥ୍ୟଗତ କାରଣରୁ ଅକ୍ଷୟ ପରିଜାଙ୍କୁ ଆଉ କିଛି ଦିନ ସମୟ ଦେବାକୁ ଓକିଲ ଇଡି କାର‌୍ୟ୍ୟାଳୟରେ କହିଥିଲେ।
ଅର୍ଚ୍ଚନା ବିରୋଧରେ ଥାନାରେ ଅକ୍ଷୟ ପରିଜା ଦେଇଥିବା ଏତଲା ଅନୁସାରେ ନିଜକୁ ଆଇନଜୀବୀ ଭାବେ ପରିଚୟ ଦେଇଥିଲା ଅର୍ଚ୍ଚନା ନାଗ୍।
ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା କହିଥିଲା।ସେହି ଯୁବତୀ ତାର ମହକିଲ ବୋଲି ଦାବି କରିଥିଲା ଅର୍ଚ୍ଚନା। ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ଧମକାଇଥିଲା।ନହେଲେ ସମ୍ମାନହାନି କରିବାର ଓ କ୍ୟାରିୟର ନଷ୍ଟ କରିଦେବାର ଧମକ ଦେଇଥିଲା।
ସମ୍ମାନହାନି ଭୟରେ ବୁଝାମଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା। ଏଥିପାଇଁ ଭୁବନେଶ୍ୱରର ସ୍ୟାଣ୍ଡି ଟାୱାରରେ ଅର୍ଚ୍ଚନାଙ୍କ ସହ ଭେଟ ହୋଇଥିଲା। ମାମଲା ରଫାଦଫା କରିବା ପାଇଁ ୩ କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା। ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି କାଟିଦେବା ସହ ଭୁବନେଶ୍ୱର ବାହାରକୁ ଯାଇପାରିବେନାହିଁ ବୋଲି ଧମକାଇଥିଲା ଅର୍ଚ୍ଚନା। ଏହି ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ବି ଇଡି ନୋଟିସ କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031