Indus Valley Times

ଆଜିଠୁ ବଢିବ ତାପମାତ୍ରା: ଖରାରେ ସିଝିବ ସାରା ଓଡିଶା, ଅନୁଗୁଳ ରାଜ୍ୟର ସବୁଠୁ ଉତପ୍ତ ସହର

 Breaking News

ଆଜିଠୁ ବଢିବ ତାପମାତ୍ରା: ଖରାରେ ସିଝିବ ସାରା ଓଡିଶା, ଅନୁଗୁଳ ରାଜ୍ୟର ସବୁଠୁ ଉତପ୍ତ ସହର

ଆଜିଠୁ ବଢିବ ତାପମାତ୍ରା: ଖରାରେ ସିଝିବ ସାରା ଓଡିଶା, ଅନୁଗୁଳ ରାଜ୍ୟର ସବୁଠୁ ଉତପ୍ତ ସହର
March 16
10:18 2022

ଭୁବନେଶ୍ୱର, ୧୬/୩: ଆଜିଠୁ ବଢିବ ତାପମାତ୍ରା । ଖରାରେ ସିଝିବ ସାରା ଓଡ଼ିଶା । କେତେକ ସ୍ଥାନରେ ୪୦ ଡିଗ୍ରୀ ମୁହାଁ ହେଲାଣି ପାରଦ । ଏହାଦେଖି ଏବେଠୁ ଲୋକଙ୍କ ମନରେ ଛାନିଆ ପଶିଗଲାଣି।
ଗତକାଲି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭାବେ ଅନୁଗୁଳରେ ତାପମାତ୍ରା ୩୯.୭ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ବୌଦ୍ଧ ଓ ଟିଟିଲାଗଡରେ ତାପମାତ୍ରା ୩୯ ଡିଗ୍ରୀ ଥିବା ବେଳେ ବାରିପଦା, ସୋନପୁରରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଥିଲା ।
ସେହିପରି ୧୨ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ କିମ୍ବା ତାଠାରୁ ଅଧିକ ଥିଲା। ରାଜଧାନୀ ଭୁବନେଶ୍ୱରରେ ୩୮.୧ ଏବଂ କଟକରେ ୩୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା ।
୩ ଦିନ ଡହଡହ ଖରାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟର କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରକୁ ଯାଇପାରେ । ଏଥିପାଇଁ ୮ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031