Indus Valley Times

ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ : ବେଳାଭୂମିରେ ଶିଳ୍ପୀ ମାନସ ସାହୁ ବାଲୁକା କଳା, “Break The Bias”ର ଦେଲେ ବାର୍ତ୍ତା

 Breaking News

March 08
10:00 2022

ପୁରୀ, ୮/୩ : ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ଉପଲବ୍ଧିକୁ ପାଳନ କରିବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ସମାଜରୁ ଲିଙ୍ଗଗତ ଭେଦଭାବ ଦୂର ଲାଗି ମଧ୍ୟ ଏହା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଏ ।
ତେବେ ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପୁରୀ ବେଳାଭୂମି ରେ ମହିଳା ମାନଙ୍କୁ ସମ୍ମାନ ଜଣାଇ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି ।
ଏ ବର୍ଷ ର ଥିମକୁ ଆଧାର କରି ପୁରୀର ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ଏଥିରେ ସେ ନାରୀ ମାନଙ୍କୁ ସମ୍ମାନ ଜଣାଇବା ସହିତ ପୁରୁଷ ଏବଂ ନାରୀ ମାନଙ୍କ ମଧ୍ୟରେ ପକ୍ଷପାତ ନ କରି ସମ ଦୃଷ୍ଟିରେ ଦେଖିବା ସହିତ ନାରୀମାନଙ୍କର ସମାଜରେ ସମାନ ଅଧିକାର ଥିବାର ବାର୍ତ୍ତା ଦେଇଛନ୍ତି ।
ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ ବାଲି ବ୍ୟବହାର କରାଯାଇଛି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ “Break The Bias” ର ବାର୍ତ୍ତା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031