Indus Valley Times

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

 Breaking News

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
September 30
11:38 2022

ବ୍ରହ୍ମପୁର,୩୦/୯: ଭିଜିଲାନ୍ସ ଜାଲରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ବାଘୁଆ ଜଳସେଚନ ପ୍ରକଳ୍ପର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବିଷ୍ଣୁଙ୍କ ଘର, ଅଫିସ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରାଯାଇଛି।
ବିଷ୍ଣୁଙ୍କର ବ୍ରହ୍ମପୁର଼ ନିଳାଦ୍ରୀ ବିହାର, ବିଜୟ ବିହାର, ଗୋବିନ୍ଦ ନଗରରେ ଥିବା ଘରେ ଚଢ଼ାଉ ଚାଲିଥିବା ବେଳେ ବୁଗୁଡ଼ାରେ ବାଘୁଆ ପୋଜେକ୍ଟ ଅଫିସ ଓ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି।
ବିଜୟ ବିହାରରେ ବିଷ୍ଣୁଙ୍କର ଏକ ଆଲିସାନ ଘର ରହିଛି। ଭିଜିଲାନ୍ସ କର୍ମଚାରୀ ବିଜୟ ବିହାର ସ୍ଥିତ ଘରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛନ୍ତି। ଏହାସହ ସୁନାଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଜଣାଯାଇଛି। ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୭ଟିମ୍ ସାମିଲ ହୋଇଛନ୍ତି। ଏହି ଟିମ୍ରେ ୪ଜଣ ଡିଏସ୍ପି ଅଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031