Indus Valley Times

ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 Breaking News

ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
August 29
18:41 2024

ଓଡ଼ିଶା, ୨୯/୮ : ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେପ୍ଟେମ୍ବର ୮ ତାରିଖରେ ନୂଆଁଖାଇ ପର୍ବ ପଡ଼ୁଛି। ତେବେ ସେହିଦିନ ରବିବାର ପଡୁଛି। ରବିବାର ଛୁଟି ପଡ଼ୁଥିବାରୁ ୯ ତାରିଖ ଅର୍ଥାତ୍ ସୋମବାରକୁ ଛୁଟି ଘୋଷଣା କରାଯାଇଛି। ସେପ୍ଟେମ୍ବର ୯ ତାରିଖରେ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଭିନ୍ନ ଜିଲ୍ଲାରେ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ ହୋଇସାରିଛି।
ସମ୍ବଲପୁରରେ ମା’ ସମଲେଇଙ୍କଠାରେ ୮ ତାରିଖ ପୂର୍ବାହ୍ନ ୯ଟା ୧୨ରୁ ୯ଟା ୨୭ ମିନିଟ ମଧ୍ୟରେ ନବାନ୍ନ ଲାଗି ନେଇ ଶୁଭଲଗ୍ନ ସ୍ଥିର ହୋଇଛି। ଏହି ସମୟରେ ଲୋକେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି କରି ନୂଆ ଖାଇ ପାରିବେ।
ସୁବର୍ଣ୍ଣପୁରରେ ପୂର୍ବାହ୍ନ ୯ଟା ୨୩ରୁ ୯ଟା ୩୭ ମିନିଟ୍ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବ। ଏହି ସମୟରେ ସୁବର୍ଣ୍ଣପୁର ଗଡ଼ଜାତ ଅଞ୍ଚଳ ତଥା ବୌଦ୍ଧ ଜିଲ୍ଲାର କଣ୍ଟାମାଳ-ପଞ୍ଚରା ଅଞ୍ଚଳରେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କ ପାଖରେ ନବାନ୍ନ ସମର୍ପଣ କରି ସାରିଲା ପରେ ନବାନ୍ନ ଭକ୍ଷଣ କରିବେ।
ବରଗଡ଼ରେ ନିଶାର୍ଦ୍ଧ ପରେ ଓ ପାହାନ୍ତିଆ ପୂର୍ବରୁ ମା’ ସମଲେଶ୍ୱରୀଙ୍କ ପାଖରେ ପ୍ରଥମେ ନବାନ୍ନ ଲାଗି କରାଯିବ ।
ସକାଳ ୯ଟା ୩୫ମିନିଟରୁ ୧୦ଟା ୪ ମଧ୍ୟରେ ନବାନ୍ନ ଖାଇବେ ବରଗଡ଼ବାସୀ। ବଲାଙ୍ଗିର ଜିଲ୍ଲାରେ ଲୋକେ ୮ ତାରିଖ ସକାଳ ୯ଟା ୩୫ରୁ ୧୦ଟା ୭ ମଧ୍ୟରେ ନିଜ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲଗାଇ ନୂଆ ଖାଇବେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930