Legatus

ଏକତରଫା ପ୍ରେମରୁ ଯୁବତୀଙ୍କୁ ଛୁରି ଭୂସି ହତ୍ୟା, ଗିରଫ ପରେ ସତ ମାନିଲା ଅଭିଯୁକ୍ତ

 Breaking News

ଏକତରଫା ପ୍ରେମରୁ ଯୁବତୀଙ୍କୁ ଛୁରି ଭୂସି ହତ୍ୟା, ଗିରଫ ପରେ ସତ ମାନିଲା ଅଭିଯୁକ୍ତ

ଏକତରଫା ପ୍ରେମରୁ ଯୁବତୀଙ୍କୁ ଛୁରି ଭୂସି ହତ୍ୟା, ଗିରଫ ପରେ ସତ ମାନିଲା ଅଭିଯୁକ୍ତ
June 23
17:23 2023

ଭୁବନେଶ୍ବର/କେନ୍ଦ୍ରାପଡ଼ା,୨୩/୬: ଗତ ୨୦ ତାରିଖ ଦିନ ଭୁବନେଶ୍ବରରେ ଜଣେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ରମେଶ ବାରିକ ଆଜି କେନ୍ଦ୍ରାପଡ଼ାରୁ ଗିରଫ ହୋଇଛି। ପୁଲିସ ଅଭିଯୁକ୍ତ ରମେଶକୁ ଗିରଫ କରିବା ପରେ ଅଧିକ ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ୨୦ ତାରିଖ ଅର୍ଥାତ୍ ରଥଯାତ୍ରା ଦିନ ଛୁରାମାଡ଼ରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ବୈଜୟନ୍ତୀ ସାହୁ(୨୦)ଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଥିଲା। ଗତ ୧୫ ଦିନ ତଳେ ଜଗତସିଂପୁର ଜିଲ୍ଲା ନାଉଗାଁ ଅଞ୍ଚଳର ବୈଜୟନ୍ତୀ ମଞ୍ଚେଶ୍ବର ଥାନା ଜିଜିପି କଲୋନିସ୍ଥିତ ଫାୟାର୍ ଆଣ୍ଡ ସେଫ୍ଟି ଏଜେନ୍ସିରେ ରିସେପ୍ସନିଷ୍ଟ୍ ଭାବେ ଯୋଗଦେଇଥିଲେ।
ସବୁଦିନ ଭଳି ରଥଯାତ୍ରା ଦିନ ସେ ସକାଳ ୧୦ଟାରେ ଅଫିସ୍ ଆସିଥିଲେ। କିଛି ସମୟ ପରେ ହଠାତ୍ ରମେଶ ସେଠାରେ ପହଞ୍ଚିଥିଲା ଏବଂ ଅଚାନକ ଅଣ୍ଟାରୁ ଏକ ଛୁରୀ ବାହାର କରି ବୈଜୟନ୍ତୀଙ୍କୁ ଆକ୍ରମଣ କରିଥିଲା।
ଜୀବନ ବିକଳରେ ବୈଜୟନ୍ତୀ ଅଫିସ୍ ଭିତରେ ଦୌଡ଼ିଥିଲେ ବି ରମେଶ ଗୋଡ଼ାଇ ଗୋଡ଼ାଇ ତାଙ୍କ ପେଟକୁ ତିନି ଚାରିଥର ଭୁସି ଦେଇଥିଲା। ରକ୍ତମୁଖା ରମେଶକୁ ଦେଖି ଭୟରେ କର୍ମଚାରୀମାନେ ଅଫିସ୍ ବାହାରକୁ ଧାଇଁଥିଲେ। ବୈଜୟନ୍ତୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚଟାଣରେ ଛଟପଟ ହେଉଥିବା ବେଳେ ରମେଶ ସେଠାରୁ ଫେରାର୍ ହୋଇଯାଇଥିଲା।
ତେବେ କର୍ମଚାରୀମାନଙ୍କଠାରୁ ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ସେଠାରେ ପହଞ୍ଚି ବୈଜୟନ୍ତୀଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା। ପରେ କଟକ ଏସ୍ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ଗୁରୁବାର ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ପରିବାର ଲୋକେ ମୃତଦେହକୁ ଆମ୍ବୁଲାନ୍ସରେ ଆଣି ମଞ୍ଚେଶ୍ବର ଥାନା ସମ୍ମୁଖରେ ରଖି ଧାରଣା ଦେଇଥିଲେ। ତେଣୁ ରାତି ଅଧରେ ଥାନା ସମ୍ମୁଖରେ ଉତ୍ତେଜନାମୂଳକ ସ୍ଥିତି ଦେଖାଦେଇଥିଲା। ପୁଲିସ ବୁଝାସୁଝା କରିବା ପରେ ମୃତଦେହକୁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା।
ପୂର୍ବରୁ ରମେଶ ଉକ୍ତ ସଂସ୍ଥାରେ କାମ କରୁଥିଲା। କିନ୍ତୁ କୌଣସି କାରଣରୁ ତାକୁ ଚାକିରିରୁ ବାହାର କରିଦିଆଯାଇଥିଲା। ସେବେଠୁ ସେ ତା’ ସ୍ଥାନରେ କାହାକୁ ସେଠାରେ କାମ କରିବାକୁ ଦେଉନଥିଲା। ତା ଜାଗାରେ ଯିଏ ରହିବ ତାକୁ ମାରିଦେବ ବୋଲି ଧମକାଉଥିଲା।
କିଛି ଦିନ ତଳେ ଜଣେ ଯୁବତୀ ଉକ୍ତ ସଂସ୍ଥାରେ ରିସେପ୍ସନିଷ୍ଟ ଭାବେ ଯୋଗଦେଇଥିଲେ। ରମେଶ ଉକ୍ତ ଯୁବତୀଙ୍କୁ ଧମକାଇବା ସହ ଛୁରିରେ ଆକ୍ରମଣ କରିଥିଲା। ସୌଭାଗ୍ୟବଶତଃ ସେହି ଯୁବତୀ ଅଳ୍ପକେ ବର୍ତ୍ତିଯାଇଥିଲେ ଏବଂ ଭୟରେ ଚାକିରି ଛାଡ଼ି ଦେଇଥିଲେ। କିନ୍ତୁ ବୈଜୟନ୍ତୀଙ୍କ ପାଇଁ ଚାକିରି ଜରୁରୀ ଥିବାରୁ ସେ ରମେଶର ଧମକକୁ ନ ଡରି କାମରେ ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930