Indus Valley Times

କନ୍ଧମାଳ: ୭ଦଫା ଦାବିରେ ସମୁହ ଆଶା କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

 Breaking News

କନ୍ଧମାଳ: ୭ଦଫା ଦାବିରେ ସମୁହ ଆଶା କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

November 30
20:41 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୩୦/୧୧: ୦୭ ଦଫା ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ସମୁହ ଆଶା କର୍ମୀ ।
ଆଶା କର୍ମୀ ମାନଙ୍କର ଦୀର୍ଘ ଦିନର ନ୍ୟାର୍ଯ୍ୟ ଦାବି ପୂରଣ ହୋଇନଥିବାରୁ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ଆଶା କର୍ମୀ ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ସାରା ରାଜ୍ୟରେ ଏହି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ସଂଘ । ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ମା ଦୁର୍ଗା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ମଞ୍ଚର ଶପଥ ଗ୍ରହଣ ଉତ୍ସବ
ବାଲିଗୁଡା,୩୦/୧୧: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ନୂଆସାହି ଗ୍ରାମ୍ୟ କମିଟି ର ପ୍ରତ୍ୟକ୍ଷ ତତ୍ୱାବଧାନରେ ନବ ଗଠିତ ମା ଦୁର୍ଗା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ଯୁବ ମଞ୍ଚର ଶପଥ ଗ୍ରହଣ ଉତ୍ସବ ନୂଆସାହି ବରାଳଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ଆବାହକ ଲଳିତ ପାତ୍ର ଏବଂ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଶିକ୍ଷକ ବିଜୟଚନ୍ଦ୍ର ଖଣ୍ଡଗିରି ନବ ନିର୍ବାଚିତ ପଦାଧିକାରୀ ଙ୍କୁ ଶପଥପାଠ କରାଇଥିଲେ ।
ଏଥିରେ ସଭାପତି ଭାବେ ଜଳେନ୍ଦ୍ର ପାତ୍ର, ଉପ ସଭାପତି ଭାବେ ଅର୍ଜୁନ ନାୟକ, ସମ୍ପାଦକ ଭାବେ ଅମନ ଅଫତାବ, ସହ ସମ୍ପାଦକ ଭାବେ ଶୁକଦେବ ନାୟକ, ଯୁଗ୍ମ ସମ୍ପାଦକ ଭାବେ ମାନସ ଆମୟତ ଶପଥ ପାଠ କରିଥିଲେ ।
ତତ ସଙ୍ଗେ ସଙ୍ଗେ ଏଥିରେ ଆଇନ ପରାମର୍ଶ ଦାତା ଭାବେ ବରିଷ୍ଠ ଆଇନଜୀବି ଶେଖ ସାଦିକ ଓ ଯୁବ ଆଇନଜୀବି ଭାବେ ଜଗଦିଶ ସାମନ୍ତରାୟ ଏବଂ ଗଣମାଧ୍ୟମ ସଂଯୋଜକ ଭାବେ ସାମ୍ବାଦିକ ପ୍ରମୋଦ ଦଣ୍ଡସେନା ଙ୍କୁ ଚୟନ କରାଯାଇଥିଲା ।
କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :ଜରୁରୀ ବିଭାଗରେ ବିଶେଷଜ୍ଞ ପଦବୀ ଖାଲି
କନ୍ଧମାଳ,୩୦/୧୧: ଆଦିବାସୀ ଅଧୁଷିତ ପଛୁଆ ଜିଲା ଭାବେ ପରିଚିତ କନ୍ଧମାଳ ଜିଲାରେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି କ୍ଷ ଯାହାକି,ଜିଲ୍ଲା ବାସୀ ଭଗବାନଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରିଥାନ୍ତି କ୍ଷ ଜିଲାରେ ଲୋକ ସଂଖ୍ୟା ଏବଂ ରୋଗୀଙ୍କ ଅନୁପାତରେ ଡାକ୍ତର ନାହାନ୍ତି। ଡାକ୍ତର ଅଭାବ ଯୋଗୁଁ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ।
ବହୁ ଜରୁରୀ ବିଭାଗରେ ବିଶେଷଜ୍ଞ ପଦବୀ ଖାଲିପଡ଼ିଛି। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଜିଲାବାସୀ ଭରସା କରିପାରୁ ନ ଥିବା ବେଳେ ରୋଗୀଙ୍କୁ କୁଆଡେ ନେବେ ତାହା ଜାଣି ପାରୁନାହାନ୍ତି। ଅକାଳରେ ଚାଲି ଯାଉଛି ଜୀବନ ।
ଏସବୁ ଦେଖିଲେ ଜିଲାରେ ଏବେ ବି ବିକାଶ ଅପହଞ୍ଚ ସେଥିରେ ଦ୍ୱିମତ ନାହିଁ କ୍ଷ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଦୈନିକ ବହୁ ରୋଗୀ ଆସୁଛନ୍ତି। ହେଲେ ଡାକ୍ତର ଅଭାବ ଯୋଗୁ ସେମାନେ ଚିକିତ୍ସା ସେବା ପାଇ ପାରୁନାହାନ୍ତି।
ଥଣ୍ଡା, ଜ୍ୱର, କାଶ ଆଦି ସାମାନ୍ୟ ରୋଗରେ ଆକ୍ରାନ୍ତଙ୍କୁ ବ୍ରହ୍ମପୁର ରେଫର କରି ଦିଆଯାଉଛି କ୍ଷ ବିଶେଷଜ୍ଞ ଡାକ୍ତର ନ ଥିବାରୁ କେହି ରିସ୍କ ନେବାକୁ ଚାହୁଁ ନାହାନ୍ତି।
ଜିଲା ମୁଖ୍ୟ ଚିକିତ୍ସାଳୟ ଏକ ରେଫରାଲ ହସ୍ପିଟାଲ ଭାବେ ଦୁର୍ନାମ ଅର୍ଜନ କରି ଚାଲିଛି କ୍ଷ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ(ଏସ୍ଡିଏଚ୍)ରେ ମୋଟ ୪୨ ଜଣ ବିଶେଷଜ୍ଞ ପଦବୀ ଥିବା ବେଳେ ମାତ୍ର ୧୬ ଜଣ ଅଛନ୍ତି। ବାଲିଗୁଡା ଏସ୍ଡିଏଚ୍ରେ ଜଣେ ବି ବିଶେଷଜ୍ଞ ନାହାନ୍ତି। ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ବାଲିଗୁଡା ଉପଖଣ୍ଡ ଚିକିତ୍ସାାଳୟ ଅଧୀନରେ ରହିଛି ୧୪ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୩୬ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର। ଜିଲାରେ ଡାକ୍ତରଙ୍କ ପଦବୀ ୨୮୫ ଥିବା ବେଳେ ୨୧୯ ଜଣ ଅଛନ୍ତି।
୬୬ ପଦବୀ ଖାଲି ପଡିଛି । ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୦ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୧୬ ଜଣ କ୍ଷ ୧୪ଟି ପଦବୀ ଖାଲି ରହିଛି। ବାଲିଗୁଡା ଉପଖଣ୍ଡ ଚିକିତ୍ସାାଳୟରେ ୧୨ ବିଶେଷଜ୍ଞ ପଦବୀ ଥିବା ବେଳେ ଜଣେ ହେଲେ ବି ନାହାନ୍ତି।
ଫଳରେ ଏହି ଚିକିତ୍ସାଳୟରେ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସୂଚନା ଅନୁସାରେ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ୩ଟି ପଦବୀରୁ ଗୋଟିଏ ଖାଲିପଡିଛି କ୍ଷ ସେହିପରି ଶିଶୁ ବିଶେଷଜ୍ଞ ୮ଟି ରୁ ୫, ସ୍ତ୍ରୀ ଓ ପ୍ରସ୍ତୁତି ବିଶେଷଜ୍ଞ ୫ ଟିରୁ ୩, ରେଡିଓ ଲୋଜି ୧ ପଦବୀ, ପାଥୋଲୋଜି ବିଶେଷଜ୍ଞ ଗୋଟିଏ ପଦବୀ, ୨ ନିସ୍ତେଜକ ପଦବୀରୁ ଗୋଟିଏ ଖାଲି ପଡିଛି । ଚକ୍ଷୁ ରୋଗ ବିଶେଷଜ୍ଞ ଦୁଇଟି ପଦବୀ, ନାଶା, ଗଳା ଓ କର୍ଣ୍ଣ ବିଶେଷଜ୍ଞ ଗୋଟିଏ ପଦବୀ, ଚର୍ମ ରୋଗ ବିଶେଷଜ୍ଞ ଗୋଟିଏ ପଦବୀରୁ କେହି ହେଲେ ନାହାନ୍ତି।
ସେହିପରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭେଷଜ, ଅସ୍ତ୍ରୋପଚାର, ଅସ୍ଥିଶଲ୍ୟ, ପାଥୋଲୋଜି, ଚକ୍ଷୁ ବିଶେଷଜ୍ଞ ପଦବୀ ଆବଶ୍ୟକ ଥିବା ବେଳେ କେହି ମଧ୍ୟ ଜଣେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଶିଶୁ ବିଶେଷଜ୍ଞ ୩ଟି ପଦବୀ ଖାଲି ପଡିଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ଏବଂ ନିସ୍ତେଜକ ବିଶେଷଜ୍ଞଙ୍କ ପଦବୀ ଖାଲି ପଡିଛି ।
ରାଜ୍ୟ ସରକାର ଜିଲାର ଦୁର୍ଗମ ଅଞ୍ଚଳରେ କାମ କରିବା ଲାଗି ଡାକ୍ତରମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରୋତ୍ସାହନ ରାଶି ରଖିଛନ୍ତି। କିନ୍ତୁ ବହୁ ଡାକ୍ତର ମେଡିକାଲରେ ନ ରହି ଛୁଟି କାଟୁଥିବା ଦେଖିବାକୁ ମିଳୁଛି । ଡାକ୍ତର ଅଭାବ ସମସ୍ୟା ଯୋଗୁ ଜିଲାରେ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛିା ସରକାର ଏଥିପ୍ରତି ଦୃଷ୍ଟି ଦେଇ ଖାଲି ପଡିଥିବା ପଦବୀ ପୂରଣ କରିବାକୁ ଜିଲାବାସୀ ଦାବି କରୁଛନ୍ତି।
କନ୍ଧମାଳ: ସାତ ଦିନ ପରେ ଖୋଲିଲା ପଞ୍ଚାୟତ କାର୍ଯ୍ୟାଳୟର ତାଲା
କନ୍ଧମାଳ,୩୦/୧୧: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡ଼ା ପଞ୍ଚାୟତ କାର୍ଟ୍ୟରଳୟରେ ତାଲା ପଡ଼ିବା ଘଟଣାର ସାତ ଦିନ ପରେ ଜିଓ ଟାୱାର ନିର୍ମାଣ ପାଇଁ ବିଡ଼ିଓଙ୍କ ଆଲୋଚନା ଓ ପ୍ରତିଶ୍ରୁତି ଦେବା ପରେ ଅଞ୍ଚଳବାସୀ ତାଲା ଖୋଲି ଥିବା ଦେଖିବାକୁ ମିଳିଛି।
ଡିମିରିଗୁଡ଼ା ପଞ୍ଚାୟତରେ ଦୀର୍ଘ ବର୍ଷରୁ ମୋବାଇଲ ଟାୱାର ନିର୍ମାଣ ପାଇଁ ପ୍ରଶାସନ, ବିଧାୟକ, ଜିଲ୍ଲାପାଳଙ୍କୁ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଯାହାକୁ ନେ଼ଇ ଅଞ୍ଚଳର ଶତାଧିକ ମହିଳା ପୁରୁଷ ସାମିଲ୍ ହୋଇ ଟାୱାର ନିର୍ମାଣ କରିବା ଦାବିରେ ଆନ୍ଦୋଳନ କରିବା ସହ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଥିଲେ।ତେବେ ପ୍ରଥମ ଦିନରେ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିବା ବେଳେ ଦୁତୀୟ ଦିନରେ ତହସିଲଦାର୍ ଏମ୍ ଅନୁରାଧା ଓ ଫିରିଙ୍ଗିଆ ଅତିରିକ୍ତ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ଯାହା ଦ୍ଵାରା ପଞ୍ଚାୟତରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଫିରିଙ୍ଗିଆ ବିଡ଼ିଓ ଲୋକଙ୍କୁ ବୁଝା ବୁଝି କରିବା ସହ ତୁରନ୍ତ ମୋବାଇଲ୍ ଟାୱାର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବା ସହ ତାଲା ଖୋଲିବାକୁ କହିବା ପରେ ଉତ୍ତ୍ୟକ୍ତ ଲୋକେ ପଞ୍ଚାୟତରୁ ତାଲା ଖୋଲିଥିଲେ।
ଅନ୍ୟ ପଟେ ଫେବୃଆରୀ ମାସ ଶେଷ ସୁଦ୍ଧା ମୋବାଇଲ୍ ଟାୱାର ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେଲେ ପୁଣି ଥରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି।
କନ୍ଧମାଳ: ନବ ଉଲ୍ଳାସ କାର୍ଯ୍ୟକ୍ରମ ଅନୁଷ୍ଠିତ: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କନ୍ଧମାଳର ୪ ଜଣ ପୁରସ୍କୃତ
କନ୍ଧମାଳ,୩୦/୧୧: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ନବୋଦୟ ପୁରାତନ ଛାତ୍ର ସଂଗଠନର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ୩୨ଟି ନବୋଦୟ ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁଲିସ କମିଶନର ସୌମ୍ୟରଂଜନ ପ୍ରିୟଦର୍ଶନୀ, ମୁଖ୍ୟବକ୍ତା ଭାବେ ପୂର୍ବତନ ପୁଲିସ୍ କମିଶନର ଜଗଦାନନ୍ଦ ଓ ସମ୍ମାନିତ ଅତିଥିଭାବେ ଶ୍ରୀମତୀ ପାବର୍ତୀ ପ୍ରମୁଖ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ବିଭିନ୍ନ ବିଭାଗରେ ଏଚିଭର ଆୱାର୍ଡ-୨୦୨୨ ପ୍ରଦାନ କରାଯାଇ ଥିବା ବେଳେ ଏଥିରେ କନ୍ଧମାଳ ଜିଲାର ୪ ଜଣ ପୂର୍ବତନ ନବୋଦୟ ଛାତ୍ର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ ହୋଇଛନ୍ତି । ସେଥି ମଧ୍ୟରେ କରୋନା ସମୟରେ ନିଆରା ଅଭିନବ କାର୍ଯ୍ୟକ୍ରମ ମୋ ଘରେ କାନ୍ଥ କଳାପଟା ପାଇଁ ଶିକ୍ଷକ ସୀମାଞ୍ଚଳ ମୁଖୀ ଓ ଚିତ୍ରକଳା ପାଇଁ ଶିକ୍ଷକ ମାନସ ରଂଜନ ପ୍ରଧାନ ଓ ସଂଙ୍ଗୀତ ବିଭାଗରେ କୁମାରୀ ବିଲମ୍ବତା ବାଣୀସୁଧା ଏବଂ ସାରା ଭାରତରେ ହକିଖେଳର ପ୍ରସାର ପାଇଁ ଏକ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରି ସଫଳତା ପାଇଥିବା ସୁବ୍ରଜିତ୍ ପ୍ରଧାନ (କ୍ରୀଡ଼ାକ୍ଷେତ୍ରରେ ) ଏହି କାର୍ଯ୍ୟକ୍ରମରେ ସମ୍ମାନିତ ହୋଇ କନ୍ଧମାଳ ଜିଲାପାଇଁ ଗୌରବ ଆଣିଦେଇଛନ୍ତି । ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କର ଏଭଳି କୃତିତ୍ୱ ପାଇଁ ବିଭିନ୍ନ ମହଲରେ ଶୁଭେଚ୍ଛା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031