Indus Valley Times

କୁଆଖାଇରୁ ଉଦ୍ଧାର ହେଲା ନିଖୋଜ ଦୁଇ ସାଙ୍ଗଙ୍କ ମୃତଦେହ : ସମୁଦାୟ ୪ ସାଙ୍ଗଙ୍କ ଗଲା ଜୀବନ

 Breaking News

କୁଆଖାଇରୁ ଉଦ୍ଧାର ହେଲା ନିଖୋଜ ଦୁଇ ସାଙ୍ଗଙ୍କ ମୃତଦେହ : ସମୁଦାୟ ୪ ସାଙ୍ଗଙ୍କ ଗଲା ଜୀବନ

କୁଆଖାଇରୁ ଉଦ୍ଧାର ହେଲା ନିଖୋଜ ଦୁଇ ସାଙ୍ଗଙ୍କ ମୃତଦେହ : ସମୁଦାୟ ୪ ସାଙ୍ଗଙ୍କ ଗଲା ଜୀବନ
July 12
11:07 2023

ଭୁବନେଶ୍ୱର,୧୨/୭ : ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ଗତକାଲିଠୁ ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି। ଫଳରେ ମୃତକଙ୍କ ସମୁଦାୟ ସଂଖ୍ୟା ୪ରେ ପହଞ୍ଚିଛି।
ମୃତକମାନେ ହେଲେ ଆର୍ଯ୍ୟନ, ଅବିନାଶ, ରୋହିତ ଏବଂ ପ୍ରତୀକ। ଆର୍ଯ୍ୟନ ଙ୍କ ଘର ଜାମସେଦପୁରରେ ହୋଇଥିବା ବେଳେ ରୋହିତଙ୍କ ଘର ବାଲେଶ୍ୱରରେ । ଅବିନାଶ ଏବଂ ପ୍ରତୀକଙ୍କ ଘର କଟକରେ ବୋଲି ଜଣାଯାଇଛି।
ଅଗ୍ନିଶମବାହିନୀ, ଭୁବନେଶ୍ୱର ଷ୍ଟ୍ରାଇକିଂ ଫୋର୍ସ ଏବଂ ଓଡ୍ରାଫ୍ର ୩୦ ଜଣ ଉଦ୍ଧାରକାରୀ ଟିମ୍ ସହାୟତାରେ ୨ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ୨ ଜଣ ସ୍କୁବା ଡାଇଭର ମଧ୍ୟ ସାମିଲ ହୋଇଥିଲେ ।
ଗତକାଲି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାସ୍ଥିତ ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ୮ ଛାତ୍ର ସାଙ୍ଗ ଧବଳହାର ନିକଟକୁ ଭୋଜି କରିବାକୁ ଯାଇଥିଲେ।
ଭୋଜି ଚାଲିଥିବା ସମୟରେ ସେମାନେ ଗାଧୋଇବାକୁ ନଦୀକୁ ଯାଇଥିଲେ। ନଦୀରେ ବର୍ଷା ପାଣି ପୂରିଥିବାରୁ ସାମାନ୍ୟ ସୁଅ ମଧ୍ୟ ଥିଲା। କୌଣସି କାରଣରୁ ୮ ଜଣ ଗାଧୋଉଥିବା ବେଳେ ସେଥିରୁ ୪ ଜଣ ବୁଡ଼ି ଯାଇଥିଲେ।
ସ୍ଥାନୀୟ ଲୋକେ ଏହା ଜାଣିବା ପରେ ଖୋଜାଖୋଜି କରିଥିଲେ। ହେଲେ ପାଣିରୁ କାହାରି ବି ପତ୍ତା ନ ପାଇବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଅଗ୍ନିଶମ ବାହିନୀ କର୍ମଚାରୀ ବହୁ ଖୋଜାଖୋଜି ପରେ ଗତକାଲି ଜାମସେଦ୍ପୁରର ଆର୍ଯ୍ୟନ୍, କଟକର ଅବିନାଶଙ୍କ ମୃତଦେହ ଉଦ୍ଧାର କରିଥିଲେ । ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି ସତ୍ତ୍ୱେ ରୋହିତ ଓ ପ୍ରତିକଙ୍କ ପତ୍ତା ମିଳି ପାରି ନ ଥିଲ।
ଆଜି ସକାଳେ ପୁଣି ଥରେ ଅଗ୍ନିଶମ ବାହିନୀ କର୍ମଚାରୀ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଉଭୟ ମୃତଦେହ ଉଦ୍ଧାର କରିଛନ୍ତି। ଫଳରେ କୁଆଖାଇରେ ବୁଡ଼ି ଯାଇଥିବା ସମସ୍ତ ୪ ଜଣ ଛାତ୍ରଙ୍କ ମୃତଦେହକୁ ଉଦ୍ଧାର କରାଯାଇ ସାରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031