Indus Valley Times

ଗଜପତି : ଆଇନସେବା ପ୍ରାଧିକରଣ , ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟ ଓ ବନ ବିଭାଗର ମିଳିତରେ” ବିଶ୍ବ ପରିବେଶ ଦିବସ ପାଳିତ

 Breaking News

ଗଜପତି : ଆଇନସେବା ପ୍ରାଧିକରଣ , ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟ ଓ ବନ ବିଭାଗର ମିଳିତରେ” ବିଶ୍ବ ପରିବେଶ ଦିବସ ପାଳିତ

June 05
21:01 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୫/୬: ଗଜପତି ଜିଲ୍ଲା ଗୁମ୍ମାବ୍ଲକ ଅନ୍ତର୍ଗତ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟ ପରିସରରେ , ଜିଲ୍ଲା ଆଇନସେବା ପ୍ରାଧିକରଣ , ବନ ବିଭାଗ ଓ କନିଷ୍ଠ ମହାବିଦ୍ୟାଳୟର ଏନଏସଏସ ମିଳିତରେ “ବିଶ୍ବ ପରିବେଶ ଦିବସ ” ପାଳନ ଅବସରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପ୍ରଥମେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ରବି ନାରାୟଣ ବେହେରା ପ୍ରଥମେ ବୃକ୍ଷ ରୋପଣ କରିବା ପରେ ଏହି କାର୍ଯ୍ୟକ୍ରମରେ ପ୍ରୋବେସନରୀ ମାଜିଷ୍ଟ୍ରେଟ ଶ୍ରୀ ଶୁଭଜିତ ବେହେରା , ରେଞ୍ଜର ଶ୍ରୀ କବିନ ପରିଚ୍ଛା , ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ବିନୋଦ ଚନ୍ଦ୍ର ରଥ, ସମସ୍ତ ଅଧ୍ୟାପକ ଅଧ୍ୟାପିକା , ଛାତ୍ରଛାତ୍ରୀ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।
ସେହିଭଳି ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ମହାବିଦ୍ୟାଳୟ ପରିସରରେ ସ୍ଵଚ୍ଛ-ଭାରତ ତଥା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଛାତ୍ରଛାତ୍ରି ମାନେ ଏଣେ ତେଣେ ପଡିଥିବା ବର୍ଜ୍ୟବସ୍ତୁ ଗୋଟାଇ ଏବଂ ଝାଡୁମାରୀ ସଫା କରିଥିଲେ ।
ପରେ ମହାବିଦ୍ୟାଳୟର ସଭାଗୃହ ଠାରେ ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ରବି ନାରାୟଣ ବେହେରା ଅଧ୍ୟକ୍ଷତା କରି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିବା ସହ ପରିବେଶର ସୁରକ୍ଷା ଓ ତାର ମହତ୍ୱ ଉପରେ କହି ପରିବେଶ ଓ ପ୍ରଦୂଷଣ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ପ୍ରକୃତି ମାତାର ସୁରକ୍ଷା ପାଇଁ ବିଶ୍ବ ପରିବେଶ ପାଳନ କରାଯିବା ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି କହିଥିଲେ ।
ଏଥି ସହିତ ପ୍ରାଧିକରଣ ସଚିବ ଶ୍ରୀ ବେହେରା , ବିଭିନ୍ନ ମାଗଣା ଆଇନସେବା ସହାୟତା ସମ୍ପର୍କରେ ମଧ୍ୟ ଉପସ୍ଥିତ ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୋର୍ଟର ପ୍ରୋବେସନରୀ ମାଜିଷ୍ଟ୍ରେଟ ଶ୍ରୀ ଶୁଭଜିତ ବେହେରା , ଜିଲ୍ଲା ଓକିଲ ସଂଘର ସେକ୍ରେଟାରି ଶ୍ରୀ କୃଷ୍ଣ ମୋହନ ପଟନାୟକ , ଫରେଷ୍ଟ ରେଞ୍ଜର ଶ୍ରୀ କବିନ ପରିଚ୍ଛା ମହାବିଦ୍ୟାଳୟର ଏନଏସଏସ ବିଭାଗ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶ୍ରୀ ସୀତାରାମ ପ୍ରଧାନ , ଜେଆରସି: କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କଳ୍ପନା ପଣ୍ଡା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣର ଉପକାରୀତା , ପ୍ଳାଷ୍ଟିକ ମୁକ୍ତ ସମାଜ ଗଠନ ଏବଂ ବିଭିନ୍ନ ପ୍ରକାର ମଞ୍ଜି ସଂଗ୍ରହ କରି ବର୍ଷା ଦିନରେ ମଞ୍ଜି ଗୁଡିକର ଉପଯୋଗ ପାଇଁ ଗଛ ଲଗାଇବା ପାଇଁ ସଚେତନ କରାଇଥିଲେ ।
ଅନ୍ୟପକ୍ଷରେ ବିଶ୍ୱରେ ଜୈବ ସମାଜ ଓ ଏହାର ପରିବେଶ ତିଷ୍ଠି ରହିବାକୁ ହେଲେ ପରିବେଶ ସୁରକ୍ଷା ଅପରିହାର‌୍ୟ୍ୟ ବୋଲି କହିଥିଲେ ।
ଶେଷରେ ଭାରପ୍ରାପ୍ତ ଅଧ୍ୟାକ୍ଷ ଶ୍ରୀ ବିନୋଦ ଚନ୍ଦ୍ର ରଥ କାର‌୍ୟ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର ଶ୍ରୀ ରମେଶ ଚନ୍ଦ୍ର ସେଠୀ , ଶ୍ରୀ ଶିବ ସେନାପତି ଓ କାହ୍ନୁ ପଣ୍ଡାଙ୍କ ସମେତ ବନ ବିଭାଗ କର୍ମଚାରି ଓ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପକା ଓ କର୍ମଚାରି ମାନେ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031