Indus Valley Times

ଗଜପତି: ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ “ଆନ୍ତର୍ଜାତୀୟ ମାତୃଭାଷା ଦିବସ” ପାଳିତ

 Breaking News

ଗଜପତି: ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ “ଆନ୍ତର୍ଜାତୀୟ ମାତୃଭାଷା ଦିବସ” ପାଳିତ

ଗଜପତି: ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ “ଆନ୍ତର୍ଜାତୀୟ ମାତୃଭାଷା ଦିବସ” ପାଳିତ
February 21
19:50 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୧/୨: ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ମାର୍ଟ-ରୁମ ଠାରେ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ “ଆନ୍ତର୍ଜାତୀୟ ମାତୃଭାଷା ଦିବସ” ପାଳିତ ହୋଇଯାଇଛି ।
ଏହି ଅବସରରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ ଅଜୟ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ମାତୃଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ସହିତ ଏହାର ବିକାଶ ଆମ ପାଇଁ ଏକ ଆହ୍ବାନ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ , ଗବେଷକ ଓ ଐତିହାସିକ ତଥା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂପ୍ରତିକ ଯୁଗରେ ବୃତ୍ତିଭିତ୍ତିକ ଭାଷା ବୃଦ୍ଧି ପାଉଥିବା ଯୋଗୁଁ ଆମର ମାତୃଭାଷାର ସ୍ୱରୂପ ବଦଳିବାରେ ଲାଗିଛି , ତେଣୁ ମାତୃଭାଷାରେ କହିବା , ଲେଖିବା ଓ ଶୁଣିବା ପ୍ରତି ଗୁରୁତ୍ଵ ଦେଇ ଏହାର ବହୁଳ ବ୍ୟବହାର କରାଯିବା ସହ ମାତୃଭାଷା ଆମର ଅନ୍ତସ୍ୱର୍ ହେଉ ବୋଲି କହିଥିଲେ ।
ଅନ୍ୟପକ୍ଷରେ ଐତିହ୍ୟ ସମ୍ପନ୍ନ କଲେଜରେ ମାତୃଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ସହ ବିକାଶ ଦିଗରେ ଯେଉଁ ସାଧୁ ଉଦ୍ୟମ ହୋଇଛି ।
ଛାତ୍ରଛାତ୍ରୀ ମାନେ ଏଥିରେ ଉଦବୁଦ୍ଧ ହେଲେ ଆଗାମୀ ଦିନରେ ଭାଷାକୁ ସେମାନେ ହିଁ ସୁରକ୍ଷା ଦେବାରେ ବେଶ ସହାୟକ ହୋଇପାରିବେ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡଃ ଜିତେନ୍ଦ୍ର ନାଥ ପଟ୍ଟନାୟକ ଏବଂ ଗାଳ୍ପିକ ଶ୍ରୀ ନରସିଂହ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ତଥା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମାତୃଭାଷାର ସଜ୍ଞା ଓ ଓଡ଼ିଆ ସାହିତ୍ୟର ମୌଳିକତା ଉପରେ କହି ଭାଷା କିଭଳି ବିକୃତ ହେବାରେ ଲାଗିଛି । ଓଡ଼ିଆ ଭାଷାର ଅସ୍ମିତାକୁ ଜାଗ୍ରତ କରାଇବା ସହ ଏହାର ସୁରକ୍ଷା ଓ ସମୃଦ୍ଧ ପାଇଁ ଓଡ଼ିଆ ଭାଷାର ବହୁଳ ବ୍ୟବହାର ସମ୍ପର୍କରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ନିମନ୍ତ୍ରଣ ଅତିଥି ଅଧ୍ୟାପକ ଶ୍ରୀ ସୌଦାଗର ସିଅ କରିଥିବା ବେଳେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ସ୍ଵାଗତ ଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡଃ ଚନ୍ଦ୍ର ଶେଖର ଦାସ ଏବଂ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ବିଭାଗୀୟ ଅତିଥି ଅଧ୍ୟାପକ ଅର୍ଜୁନ ଜେନା।
ଏହି କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

 

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930