Indus Valley Times

ଗଣଶିକ୍ଷକଙ୍କୁ ଖୁସି ଖବର ଦେଲେ ନବୀନ: ବଢିଲା ଦରମା

 Breaking News

ଗଣଶିକ୍ଷକଙ୍କୁ ଖୁସି ଖବର ଦେଲେ ନବୀନ: ବଢିଲା ଦରମା

ଗଣଶିକ୍ଷକଙ୍କୁ ଖୁସି ଖବର ଦେଲେ ନବୀନ: ବଢିଲା ଦରମା
March 01
10:47 2024

ଭୁବନେଶ୍ୱର,୧/୩: ବଢ଼ିଛି ଗଣ ଶିକ୍ଷକଙ୍କ ଦରମା। OTET ପାସ୍ କରିନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବଢ଼ାଯାଇଛି।
ଖାଲି ଏତିକି ନୁହେଁ ଙଞଋଞ ପାସ୍ କରିଥିବା ଗଣଶିକ୍ଷକମାନେ ନିୟମିତ ହେବେ।
Med ଶିକ୍ଷକ ଭାବେ ନିୟମିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। OTET ପାସ୍ କରିଥିବା ସହକାରୀ ଶିକ୍ଷକଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ବି ଦିଆଯିବାକୁ ଘୋଷଣା କରିଛନ୍ତି। ଏହାପରେ ରାଜ୍ୟର ମୋଟ୍ ୧୨ ହଜାର ୧୧୩ ଗଣଶିକ୍ଷକ ଏହି ନିଷ୍ପତ୍ତିର ଫାଇଦା ପାଇବେ।
ଗଣଶିକ୍ଷକମାନେ ଦରମା ବୃଦ୍ଧି ସହ ଅନେକ ଦାବି ନେଇ ରାଜଧାନୀ ରାଜରାସ୍ତାରେ ମାସ ମାସ ଧରି ଧାରଣା ଦେଇଥିଲେ। ବହୁ ବର୍ଷ ଧରି ଏନେଇ ଦାବି ବି କରି ଆସୁଥିଲେ। ତେବେ ନିର୍ବାଚନ ପୂର୍ବରୁ ଗଣଶିକ୍ଷକଙ୍କ ଦରମା ବଢ଼ାଇଛନ୍ତି ରାଜ୍ୟ ସରକାର।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031