Indus Valley Times

ଗଜପତି: ଜଙ୍ଗଲ ସଂରକ୍ଷଣ ବିଲକୁ ପ୍ରତ୍ୟାହାର କରିବାକୁ ଆଦିବାସୀ ଦିବସରେ ଦାବି

 Breaking News

ଗଜପତି: ଜଙ୍ଗଲ ସଂରକ୍ଷଣ ବିଲକୁ ପ୍ରତ୍ୟାହାର କରିବାକୁ ଆଦିବାସୀ ଦିବସରେ ଦାବି

ଗଜପତି: ଜଙ୍ଗଲ ସଂରକ୍ଷଣ ବିଲକୁ ପ୍ରତ୍ୟାହାର କରିବାକୁ ଆଦିବାସୀ ଦିବସରେ ଦାବି
August 09
22:20 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୮ : ଆଜି ବିଶ୍ୱ ଆଦିବାସୀ ଦିବସ ଅବସରରେ ଅଖିଳ ଭାରତ ଆଦିବାସୀ ମଞ୍ଚ ଓ ଅଖିଳ ଭାରତ କିଶାନ ମଜଦୂର ସଭା ପକ୍ଷରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପାରଶମ୍ଵା ଗ୍ରାମ ଠାରେ ଆଦିବାସୀ ମାନଙ୍କ ଏକ ବିଶାଳ ଶୋଭାଯାତ୍ରା ଓ ସମାବେଶ ଅନୁଷ୍ଠିତ ହୋଇଯାଇଛି ।
ଆଦିବାସୀ ନେତା ଶ୍ରୀ କାଡୁକା ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଅଖିଳ ଭାରତ କିଶାନ ମଜଦୂର ସଭାର ଜାତୀୟ ସମ୍ପାଦକ ଶ୍ରୀ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧି ନୀତିକୁ ନିନ୍ଦା କରିଥିଲେ ।
ମଣିପୁର ଠାରେ ନିକଟରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନ ପ୍ୟାରେଡ୍ ଓ ଗଣବଳାତ୍କାର କରିବା ଓ ମଧ୍ୟପ୍ରଦେଶରେ ଜନୈକ ବିଜେପି ନେତାଙ୍କ ଦ୍ବାରା ଜଣେ ଆଦିବାସୀ ଯୁବକଙ୍କ ମୁହଁରେ ପରିସ୍ରା କରିବା ଘଟଣାକୁ ଉଲ୍ଲେଖ କରି ସେ ଦେଶର ଆଦିବାସୀ ମାନଙ୍କ ପ୍ରତି ଆଜି ବି କିପରି ଶୋଷଣ ଓ ନିର୍ଯ୍ୟାତନା ଚାଲିଛି ତାର ଅବତାରଣା କରିଥିଲେ ।
କେନ୍ଦ୍ରର ମୋଦି ସରକାର ନିକଟରେ ବିଜେଡି ଦଳର ସମର୍ଥନରେ ଯେଉଁ ଜଙ୍ଗଲ ସଂରକ୍ଷଣ ବିଲ୍ ସଂସଦରେ ପାସ୍ କରିଛନ୍ତି , ତାହା ଦେଶର ଏକ ପଞ୍ଚମାଂଶ ଜଙ୍ଗଲକୁ ଧ୍ଵଂସ କରିବା ସହ ଚାରି ଭିତରେ ରହୁଥିବା ଲକ୍ଷ ଲକ୍ଷ ଆଦିବାସୀଙ୍କ ଜୀବନ ଜୀବିକା\’କୁ ଉଜାଡିବାକୁ ଯାଉଛି ବୋଲି କହିଥିଲେ ।
କେନ୍ଦ୍ର ସରକାର ନିଜର ହିନ୍ଦୁତ୍ଵବାଦୀ ଏଜେଣ୍ଡା ମୁତାବକ ଯେଉଁ ଅଭିନ୍ନ ନାଗରିକ ସଂହିତା (ଟଉଉ) ଆଣିବା କଥା କହୁଛନ୍ତି , ତାହା ଦେଶର ଶହ ଶହ ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି ଉପରେ ମନୁବାଦୀ ଆକ୍ରମଣ ଏବଂ ତାକୁ ଆଦିବାସୀ ମାନେ କଦାପି ଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାଜ୍ୟ ସରକାର କିପରି ସେମାନଙ୍କ ବିନା ସହମତିରେ ସେମାନଙ୍କ ଜମି , ଜଙ୍ଗଲ ଓ ପାହାଡକୁ ଦେଶୀ ବିଦେଶୀ ବୃହତ କମ୍ପାନୀଙ୍କୁ ଟେକିଦେଇ ସେଠାକାର ବାସିନ୍ଦାଙ୍କୁ ବଳପୂର୍ବକ ବିସ୍ଥାପିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏଆଇକଏଏମଏସ: ଜିଲ୍ଲା କମିଟି ସମ୍ପାଦକ ଶ୍ରୀ କେଦାର ଶବର , ଜିଲ୍ଲା କମିଟି ସଦସ୍ୟ ଶ୍ରୀ କାଡୁକା ଶବର ପ୍ରମୁଖ ଯୋଗ ଦେଇ ଓଡ଼ିଶାର ଜନସଂଖ୍ୟାର ଏକ ଚତୁର୍ଥାଂଶ ଆଦିବାସୀ ହୋଇଥିଲେ ବି ରାଜ୍ୟ ସରକାର ଆଦିବାସୀ ମାନଙ୍କ ଭାଷା , ଲିପି ଓ ସଂସ୍କୃତିର ବିକାଶରେ ଆନ୍ତରିକତା ଦେଖାଉ ନ ଥିବା ଅଭିଯୋଗ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଶ୍ରୀ ସମ୍ଵୁରା ଶବର , ନାରୀ ନେତ୍ରୀ ଗଣଶ୍ରୀ ଶବର , ଶ୍ରୀ ସାମସନ୍ ଗମାଙ୍ଗ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ସମାବେଶର ଆରମ୍ଭରେ ବିଶିଷ୍ଟ ଆଦିବାସୀ ନେତା ତଥା ଏଆଇକଏଏମଏସ:ର ପୂର୍ବତନ ରାଜ୍ୟ କମିଟି ସଦସ୍ୟ ବୁଦ୍ଧ ଗମାଙ୍ଗଙ୍କ ମୃତ୍ୟୁରେ ଦୁଇ ମିନିଟ ଶୋକ ପ୍ରକାଶ କରା ଯାଇଥିଲା । ଏହି ଅବସରରେ ଆଦିବାସୀମାନଙ୍କ ଏକ ବିଶାଳ ଶୋଭାଯାତ୍ରା ପାଖ ଆଖ ଅଞ୍ଚଳ ପରିକ୍ରମା କରିଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031