Indus Valley Times

ଗଜପତି: ଜିଲ୍ଲା ସ୍ତରୀୟ ୧୫୩ ତମ ଗାନ୍ଧୀ ଜୟନ୍ତି ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲା ସ୍ତରୀୟ ୧୫୩ ତମ ଗାନ୍ଧୀ ଜୟନ୍ତି ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

October 02
19:11 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ଗଜପତି, ୨/୧୦: ଜାତିର ଜନକ ମହାତ୍ମା ଗାନ୍ଧିଜୀ\’ଙ୍କ ୧୫୩ ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ ଅବସରରେ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୌଜନ୍ୟତାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସକାଳ ସମୟରେ ଗାନ୍ଧିଛକ ସ୍ଥିତ ଗୌରହରି ପାଠାଗାର ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଉପରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ପୁଷ୍ପମାଲ୍ୟ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ପରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାପାଳ ଶ୍ରୀ ପଣ୍ଡା , ସିଡିଏମଓ: ଡ଼ାଃ ପ୍ରଦୀପ ପାତ୍ର , ଡିଏମଓ: ଡ଼ାଃ ପ୍ରମୋଦ ପଣ୍ଡା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଯୋଗଦେଇ ଚିକିତ୍ସାଳୟ ସମ୍ମୁଖ ମୁଖ୍ୟରାସ୍ତା ଓ ଡ୍ରେନେଜ୍ ସବୁ କୋଡ଼ି – କୋଦାଳ ଓ ଝାଡୁ ଦ୍ଵାରା ସଫେଇ କରିଥିଲେ ।
ପରେ ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ସଭାପତିତ୍ବରେ ଏହି ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାନ୍ତି ଓ ଅହିଂସା ବିଚାରଧାରା ଦ୍ଵାରା ସମସ୍ତ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହି ଗାନ୍ଧିଜୀଙ୍କ ନୀତି ଆଦର୍ଶ\’କୁ ପାଥେୟ କରି କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ ।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଏସପି: ଶ୍ରୀ ଜୟରାମ ଶତପଥି , ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଏଡିଏମ୍ ଶ୍ରୀ ସଂଗ୍ରାମ ପଣ୍ଡା , ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଓ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା , ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଫାଲାଗୁନୀ ମାଝୀ , ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ଗାନ୍ଧିବାଦର ବିଶାଳ ବିଚାରଧାରା ଏବଂ ମୂଳମନ୍ତ୍ର ଯଥା:- ସତ୍ୟ , ଶାନ୍ତି ଓ ଅହିଂସାର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ ।
ଭକ୍ତି ସଙ୍ଗୀତ ସଂସଦ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ଗାନ୍ଧିଜୀ\’ଙ୍କ ପ୍ରିୟ ଭଜନ \”ବୈଷ୍ଣବ ଜନତେ\” ଗାନ କରା ଯାଇଥିଲା ।
ଏହି ଉପଲକ୍ଷେ ଉଚ୍ଚ-ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଜ୍ଝ
ସେହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା । ସେହିପରି ପାରଳାଖେମୁଣ୍ଡି ପୌର ପରିଷଦର ୧୬ଟି ୱାର୍ଡ ବସ୍ତି ମଧ୍ୟରୁ ଶ୍ରେଷ୍ଠ ୩ଟି ବସ୍ତିକୁ ସ୍ୱଛ ଓ ପରିଚ୍ଛନ୍ନତା ବଜାଇ ରଖିଥିବାରୁ ସେହି ବସ୍ତି ତଥା ରାମ ନଗର ବସ୍ତି (ୱାର୍ଡ-୧), ହାଟପଦା ବସ୍ତି (ୱାର୍ଡ-୩) ଓ ତେଲୁଗୁ କୁମ୍ଭାର ସାଇ (ୱାର୍ଡ-୭)ଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ବୁଦ୍ଧିଜିବୀ, ସାମାଜିକ କର୍ମୀ , ସାମ୍ବାଦିକ ବନ୍ଧୁ , କର୍ମଚାରୀ ଗଣ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ସଭା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଡ଼ିଆଇପିଆରଓ: ଶ୍ରୀ ପ୍ରଦୀପ ଗୁରୁମୟୀ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ , ଅର୍ଚ୍ଚନା କୁମାରି ମଙ୍ଗରାଜ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ନରସିଂହ ବାଜୁବନ୍ଦ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031