Indus Valley Times

ଗଜପତି: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟୀ ଉତ୍ସବ ଜିଲ୍ଲା ବିଜେପି ଓ ବିଜେଡି ପାଳିତ କଲେ ଭିନ୍ନ ଭିନ୍ନ ଭାବେ

 Breaking News

ଗଜପତି: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟୀ ଉତ୍ସବ ଜିଲ୍ଲା ବିଜେପି ଓ ବିଜେଡି ପାଳିତ କଲେ ଭିନ୍ନ ଭିନ୍ନ ଭାବେ

July 22
10:21 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୨/୭: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଭାରତର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ତଥା ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟୀ ଉତ୍ସବ ଜିଲ୍ଲା ବିଜେପି ଏବଂ ବିଜେଡି ପକ୍ଷରୁ ଭିନ୍ନ ଭିନ୍ନ ଭାବେ ପାଳିତ ହୋଇ ଯାଇଛି ।
ଦେଶ ସ୍ବାଧୀନତାର ୭୫ ତମ ବର୍ଷରେ ଆଜି ଓଡ଼ିଆକୁ ମିଳିଛି ବଡ଼ ସମ୍ମାନ, ଯାହାକି , ଦେଶ ପାଇଁ ଆଜି ଏକ ବଡ ଗର୍ବ ଓ ଗୌରବର ବିଷୟ ।
ଭାରତର ୧୫ ତମ ମହାମାନ୍ୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ବିଭିନ୍ନ ମହଲରେ ଆଜି ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଓଡିଶା ମାଟିର ପ୍ରଥମ ଓଡ଼ିଆ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅଳଙ୍କୃତ ହେବାକୁ ଯାଉଛନ୍ତି ଏବଂ ଆସନ୍ତା ୨୫ ତାରିଖ ଦିନ ସେ ଶପଥ ନେବେ ।
ପ୍ରକାଶ ଯୋଗ୍ୟ ଯେ , ଗତ ୧୮ ତାରିଖ ଦିନ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଏହି ନିର୍ବାଚନରେ ଶ୍ରୀମତୀ ମୁର୍ମୁ ଏନଡିଏ:ର ରାଷ୍ଟ୍ରପତି ପ୍ରାର୍ଥୀନୀ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ ।
ଗୁରୁବାର ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନ ଠାରେ ଭୋଟ ଗଣତି କାକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଏନଡିଏ: ପ୍ରାର୍ଥୀନୀ ଶ୍ରୀମତୀ ମୁର୍ମୁ ବିଜୟୀ ହୋଇଥିଲେ ।
ଜିଲ୍ଲା ବିଜେପି ପକ୍ଷରୁ ବଡଦାଣ୍ଡ ସ୍ଥିତ ବିଶ୍ୱାନାଥ ଫଙ୍କସନ ସନ ହଲ ଠାରେ ଏହି ଅବସରରେ ବିଜୟ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଶତାଧିକ ଦଳୀୟ ନେତା ଓ କର୍ମୀ ଯୋଗ ଦେଇ ବିଜୟ ଉତ୍ସବ ପାଳନ ପୂର୍ବକ ବାଣ ଫୁଟାଇ ବିଭିନ୍ନ ନାରା ଦେଇ ମିଷ୍ଟାନ୍ନ ବଣ୍ଟନ କରି ଖୁଆ-ଖୁଇ ହୋଇଥିଲେ ।
ଆଜିର ଏହି ବିଜୟୀ ଉତ୍ସବ ଏକା ସ୍ମରଣୀୟ ହୋଇ ରହିବ ବୋଲି ଜିଲ୍ଲା ବିଜେପି ଉପସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର କହିଥିଲେ । ସେହିଭଳି ବିଜେଡି ପକ୍ଷରୁ ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଜୟୀ ଉତ୍ସବ ପାଳିତ ହୋଇଯାଇଛି ।
ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇ ସ୍ଥାନୀୟ ପ୍ୟାଲେସ ଛକ ଠାରୁ ଆଦିବାସୀ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନୃତ୍ୟ ଓ ଗୀତ ସହ ସ୍ଥାନେ ସ୍ଥାନେ ବାଣ ଫୁଟାଇ ଏକ ବିରାଟ ଆନନ୍ଦ-ମୟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ହାଇସ୍କୁଲ ଛକ ଠାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୱରେ ଶତାଧିକ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ , ପାରଳା ସହର ସମେତ ବିଭିନ୍ନ ବ୍ଲକାଞ୍ଚଳରୁ ଆସି ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031