Indus Valley Times

ଗଜପତି : ବାଣ-ବିକ୍ରି ଓ ଫୁଟାଇବା ନିର୍ଦ୍ଦେଶନାମା ଅନୁପାଳନ ନେଇ ଜିଲ୍ଲାସ୍ତରୀୟ ମିଳିତ ବୈଠକ

 Breaking News

ଗଜପତି : ବାଣ-ବିକ୍ରି ଓ ଫୁଟାଇବା ନିର୍ଦ୍ଦେଶନାମା ଅନୁପାଳନ ନେଇ ଜିଲ୍ଲାସ୍ତରୀୟ ମିଳିତ ବୈଠକ

November 02
21:15 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨/୧୧: ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଗଜପତି ଜିଲ୍ଲାରେ ଆସନ୍ତା ଦୀପାବଳି ଅମାବାସ୍ୟା ଦିନ ବାଣ ବିକ୍ରି ଓ ଫୁଟାଇବା ଉପରେ ନିର୍ଦ୍ଧିଷ୍ଟ ନିର୍ଦ୍ଦେଶନାମା ଅନୁପାଳନ କରିବା ନେଇ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ\’ଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ବୈଠକରେ ଅଧ୍ୟକ୍ଷତା କରି ଆସନ୍ତା ଦୀପାବଳୀ ଅବସରରେ ଜିଲ୍ଲାରେ ବାଣ ବିକ୍ରି ଓ ଫୁଟାଇବା ଉପରେ ମାନ୍ୟବର ସୁପ୍ରିମକୋର୍ଟ , ହାଇକୋର୍ଟ ଓ ଏସଆରସିଙ୍କ ରହିଥିବା ନିର୍ଦ୍ଦେଶ ଓ ନିୟମାବଳୀ ଉପରେ ସୂଚନା ଦେଇଥିଲେ ।
କେବଳ ସବୁଜ ବାଣ ବିକ୍ରି ଓ ଫୁଟାଇବା ଉପରେ କହି ମୁଖ୍ୟତଃ ବାଣ ବିକ୍ରିବଟା ପାଇଁ ଆବଶ୍ୟକ ପ୍ରମାଣପତ୍ର ଥିବା ଓ ନିର୍ଦ୍ଧିଷ୍ଟ ସ୍ଥାନରେ ବିକ୍ରିବଟା କରିବା ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ବାଣ ଫୁଟାଇବା ସୂଚନା ଦେଇଥିଲେ ।
ଅନ୍ୟପକ୍ଷରେ ଏହି ସବୁ ନିର୍ଦ୍ଧାରିତ ନିୟମାବଳୀକୁ ଅବମାନନା କରି ବିକ୍ରି କି ଫୁଟାଇବେ , ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ବାଣ ବିକ୍ରିବଟା ଓ ଫୁଟାଇବା ଉପରେ ରହିଥିବା ମାନ୍ୟବର ସୁପ୍ରିମକୋର୍ଟ , ହାଇକୋର୍ଟ ଓ ଏସଆରସିଙ୍କ ରହିଥିବା ନୀତିନିୟମ ଉପରେ ଅଧିକ ସୂଚନା ପ୍ରଦାନ କରିଥିଲେ ।
ଅନ୍ୟପକ୍ଷରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଗାଇଡ଼ ଲାଇନ ଏବଂ ପେସୁଙ୍କ ନୀତିନିୟମ ପ୍ରକାରେ ବାଣ ବିକ୍ରି ପାଇଁ ଆସିଥିବା ଷ୍ଟକ ଠିକ ରହିଛି ନା ନାହିଁ , ସେ ସବୁକୁ ମାଜିଷ୍ଟ୍ରେଟ , ଥାନାଧିକାରୀ ଓ ଅଗ୍ନିଶମ ଅଧିକାରୀ ମିଳିତ ଭାବେ ଯାଞ୍ଚ କରିବେ ।
ବାଣ ବିକ୍ରି ପାଇଁ ପାରଳାଖେମୁଣ୍ଡି ସହର , ତହସିଲ ଓ ଅନ୍ୟ ସମସ୍ତ ବ୍ଲକଅଞ୍ଚଳରେ ପ୍ରଶାସନର ନିର୍ଦ୍ଧାରିତ ପ୍ରକାରେ ଖୋଲା ପଡିଆ ନଚେତ ସୁରକ୍ଷିତ ଓ ନିରାପଦ ସ୍ଥାନରେ ହେବା ଉପରେ ସୂଚନା ଦେଇଥିଲେ । ମୁଖ୍ୟତଃ ଯେଉଁମାନେ ବାଣ ବିକ୍ରି ପାଇଁ ପ୍ରଶାସନର ଅନୁମତି ପାଇଥିବେ , ସେମାନେ ହିଁ ବାଣ ବିକ୍ରି କରିପାରିବେ ବୋଲି କହିଥିଲେ ।
ଏସପି ଶ୍ରୀ ଜୟରାମ ଶତପଥୀ ଯୋଗଦେଇ ପ୍ରଦୂଷଣ ଓ ଶବ୍ଦ ମୁକ୍ତ ସବୁଜ ବାଣ ବିକ୍ରି ଓ ଫୁଟାଇବା ଉପରେ ଗୁରୁତ୍ୱାରୋପ କରି ଶାନ୍ତିଶୃଙ୍ଖଳାର ସହ ଦୀପାବଳି ଉତ୍ସବ ପାଳନ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ସରୋଜ କୁମାର ବେହେରା ଏବଂ ଏଏସପି ଶ୍ରୀ ବାମଦେବ ସିଂ ମଞ୍ଚଆସିନ ରହିଥିବା ବେଳେ କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ ତହସିଲଦାର , ସମସ୍ତ ଥାନାର ଥାନାଧିକାରୀ ଓ ଅଧିକାରୀ ପାରଳାଖେମୁଣ୍ଡି ଓ ଆର ଉଦାୟଗିରି ପୋଲିସ ଏସଡିପିଓ , ହୋଲସେଲ ବାଣ ବ୍ୟବସାୟୀ , ପିପି , ଏପିପି ଓ ଜିପି ପ୍ରମୁଖ ଉପସ୍ଥିତ ରହି ସମସ୍ତ ଆଲୋଚନା\’ରେ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031