Indus Valley Times

ଗଜପତି: ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ଅବସରରେ କତଲକଇଠା ଏବଂ ଖରସଣ୍ଡା ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ଅବସରରେ କତଲକଇଠା ଏବଂ ଖରସଣ୍ଡା ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

December 07
20:31 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୭/୧୨: ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା-୨୦୨୩ ସଚେତନତା ରଥ ଆଜି ୩-ୟ ପର୍ଯ୍ୟାୟରେ ଗୋଷାଣୀ ବ୍ଲକର କତଲକଇଠା ଏବଂ ଖରସଣ୍ଡା ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସଚେତନ କରାଯାଇଛି।
ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ ପ୍ରଥମେ କତଲକଇଠା ପଞ୍ଚାୟତରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ବିଭିନ୍ନ ବିଭାଗୀୟ ଅଧିକାରୀ , ପଞ୍ଚାୟତ ଜନ ପ୍ରତିନିଧି ଏବଂ ବିଭିନ୍ନ ସ୍ତରର ଶତାଧିକ ମହିଳା ହୁଳହୁଳି ସହ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀ ଏନ: ବୀରରାଜୁ , ବିଡ଼ିଓ ଶ୍ରୀ ଅଜୟ କୁମାର ପ୍ରଧାନ , ସରପଞ୍ଚ ଶ୍ରୀ ଏସ ଲିଙ୍ଗରାଜ , ନୋଡାଲ ଅଧିକାରୀ ଶ୍ରୀ ବିନୋଦ ଗୌଡ଼ , ଡ୍ରୋନ ପ୍ରତିନିଧି ଓମିତା ପାତ୍ର ପ୍ରମୁଖ ମଞ୍ଚାସିନ ହୋଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ଯଥା: ଆୟୁଷ୍ମାନ ଭାରତ , ପିଏମ କିସାନ , ପିଏମ ଆବାସ , ଉଜ୍ଜଲା ଯୋଜନା , ସ୍ଵଚ୍ଛ ଭାରତ ଶୌଚାଳୟ , ଜଳ ଜୀବନ ମିଶନ ପ୍ରଭୃତି ଯୋଜନା ଉପରେ ସଚେତନ କରାଇ ତାର ସଫଳତା ସଂପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇବା ସହ ଯୋଜନାର ଲାଭ କିଭଳି ତୃଣମୂଳ ସ୍ତରରେ ହିତାଧିକାରୀଙ୍କ ଦ୍ଵାରା ଉଠା ଯାଇପାରିବ ସେ ସମ୍ପର୍କରେ କହିଥିଲେ ।
ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଚେତନତା ସଂକଳ୍ପ ଯାତ୍ରା ରଥରେ ଲାଗିଥିବା ଏଲଇଡି: ର କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ପ୍ରଦର୍ଶିତ କରା ଯାଇଥିଲା ।
ସେହିଭଳି କେନ୍ଦ୍ରୀୟ ଯୋଜନାର ଉତ୍ତମ ହିତାଧିକାରୀ ଭାବେ ଚୟନ ହୋଇଥିବା ୩ ଜଣଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା ।
ଶେଷରେ ଡ୍ରୋନ ମାଧ୍ୟମରେ ଚାଷ ଜମିରେ କିଭଳି ସାର , କୀଟନାଶକ ଔଷଧ ଓ ସାର ପ୍ରଭୃତି ପକାଇବା କ୍ଷେତ୍ରରେ ବ୍ୟବହାର କରିବାକୁ ହେବ , ତାହା ଚାଷ ଜମି ଠାରେ ପ୍ରଦର୍ଶନ କରା ଯାଇଥିଲା ।
ସେହିଭଳି ଖରସଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଧ୍ୟ ଅନୁରୂପ ଭାବେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ପିଇଓ: ଶ୍ରୀ ଜାକୋବ ଗମାଙ୍ଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ କାର୍ଯ୍ୟକ୍ରମ ଅବସରରେ ସେଠାରେ ଉଜ୍ଜଲା ଯୋଜନା ହିତାଧିକାରୀ ମାନଙ୍କ ଆଧାର-ଲିଙ୍କ ବାୟୋମେଟ୍ରିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର କତଲକଇଠା ପଞ୍ଚାୟତର ୩ ଜଣ ହିତାଧିକାରୀ ଯଥା:- କତଲକଇଠା ଗ୍ରାମର ଜଗନ୍ନାଥ ପଣ୍ଡା – ପିଏମ କିସାନ ଯୋଜନା ସମ୍ପର୍କରେ , କତଲକଇଠା ଗ୍ରାମର ଏନ: ନିରଞ୍ଜନ – ପିଏମ: ଆବାସ ଯୋଜନା ସମ୍ପର୍କରେ , ଯାଜପୁର ଗ୍ରାମର ଉମା ଆପଟ-ପିଏମ: ସ୍ଵଚ୍ଛ ଭାରତ ମିଶନ ଶୌଚାଳୟ ସମ୍ପର୍କରେ ଏବଂ ସେହିଭଳି ଖରସଣ୍ଡା ପଞ୍ଚାୟତ ଖରସଣ୍ଡା ଗ୍ରାମର ନର୍ମଦା ରାଉଳ ପିଏମ ଉଜ୍ଜଲା ଯୋଜନା ସମ୍ପର୍କରେ ଓ ଚନ୍ଦ୍ର ଶେଖର ଘାଣ୍ଟା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କରେ ପ୍ରଭୃତି କିଭଳି ସେମାନେ ଏହି କେନ୍ଦ୍ରୀୟ ଯୋଜନା ପାଇ ଉପକୃତ ହେଉଛନ୍ତି , ସେ ସମ୍ପର୍କରେ କହି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ।
ସେହିଭଳି ବିଭିନ୍ନ କେନ୍ଦ୍ରୀୟ ଯୋଜନାର ୩ଜଣ ହିତାଧିକାରୀଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031