Indus Valley Times

ଗାଁ ରାସ୍ତାରେ ନାଥୁରାମ ଗଡ଼ସେଙ୍କ ନାମ ଫଳକକୁ ନେଇ ଉତ୍ତେଜନା

 Breaking News

ଗାଁ ରାସ୍ତାରେ ନାଥୁରାମ ଗଡ଼ସେଙ୍କ ନାମ ଫଳକକୁ ନେଇ ଉତ୍ତେଜନା

ଗାଁ ରାସ୍ତାରେ ନାଥୁରାମ ଗଡ଼ସେଙ୍କ ନାମ ଫଳକକୁ ନେଇ ଉତ୍ତେଜନା
June 06
20:27 2022

କର୍ଣ୍ଣାଟକ/ ଉଡୁପୀ, ୬/୬: ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗୋଡସେଙ୍କ ନାଁରେ ଗାଁ ରାସ୍ତାର ନାମକରଣ ପରେ ଥାନାରେ ମାମଲା।
କର୍ଣ୍ଣାଟକ ଉଡୁପୀ ଜିଲ୍ଲାର ଏକ ଗାଁରେ ଏଭଳି ଘଟଣା ଘଟିଛି। ଏହି ମାମଲାରେ ପଞ୍ଚାୟତକୁ ସତର୍କ କରାଯାଇଥିଲା। ହେଲେ ତଥାପି ସାଇନ ବୋର୍ଡ ନ ହଟିବାରୁ ଏନେଇ ଥାନାରେ ମାମଲା ହୋଇଛି।
‘ପୁଡୁଗିରି ନାଥୁରାମ ଗଡ୍ସେ ରୋଡ୍’ ନାମରେ ରାସ୍ତା ଲାଗିଥିବା ସାଇନ ବୋର୍ଡକୁ ପୁଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଖୋଲାଯାଇଛି।
ତା ସହ ବୋର୍ଡ କିଏ ଲଗାଇଲା ଦୁର୍ବୃତ୍ତକୁ ଖୋଜୁଛି ପୁଲିସ୍। ତେବେ ପୁଲିସ ସାଇନବୋର୍ଡ ଉଠାଇବା ପୂର୍ବରୁ ଏହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ସାଇନ୍ବୋର୍ଡଟି କର୍ଣ୍ଣାଟକ ଶକ୍ତିମନ୍ତ୍ରୀଙ୍କର ନିର୍ବାଚନ ମଣ୍ଡଳୀ କର୍କଲା ବ୍ଲକ ବୋଲୋ ଗ୍ରାମ ପଞ୍ଜାୟତରେ ଲାଗିଥିଲା।
ତେବେ ଏହା ସରକାର କିମ୍ବା ପଞ୍ଚାୟତ ପକ୍ଷରୁ ଲଗାଯାଇ ନଥିଲା। କିଛି ଦୁର୍ବୃତ୍ତ ଏଭଳି ଅସାମାଜିକ କାର୍ଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031