Indus Valley Times

ଛେଳି ଚରାଇବାକୁ ଯାଇ ମହାନଦୀରେ ଫସିଥିଲେ, ୪ ଦିନ ପରେ ଉଦ୍ଧାର ହେଲେ ବାପପୁଅ

 Breaking News

ଛେଳି ଚରାଇବାକୁ ଯାଇ ମହାନଦୀରେ ଫସିଥିଲେ, ୪ ଦିନ ପରେ ଉଦ୍ଧାର ହେଲେ ବାପପୁଅ

ଛେଳି ଚରାଇବାକୁ ଯାଇ ମହାନଦୀରେ ଫସିଥିଲେ, ୪ ଦିନ ପରେ ଉଦ୍ଧାର ହେଲେ ବାପପୁଅ
August 17
11:02 2022

କଟକ,୧୭/୮: କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ନିକଟସ୍ଥ ଅମଙ୍ଗେଇକୁଦରେ ଫସିଥିବା ବାପା ପୁଅଙ୍କୁ ଓଡ୍ରାଫ ଟିମ ଉଦ୍ଧାର କରିଛି ।ଚାରିଦିନ ହେବ ଅମଙ୍ଗେଇକୁଦକୁ ଯାଇଥିବା ବେଳେ ହଠାତ ନଦୀରେ ପାଣି ଆସିବା ଯୋଗୁ ବାପ-ପୁଅ ସେଠାରେ ଫସି ରହିଥିଲେ ।
ଆଉ ସେମାନଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକ ଅନୁରୋଧ କରିଥିଲେ । ଏହା ପରେ ଉଦ୍ଧାର ପାଇଁ ଓଡ୍ରାଫର ଏକ ଟିମ ଅମଙ୍ଗେଇକୁଦ ଯାଇଥିଲେ । ଏହା ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି ।
ଉଲ୍ଲେଖ ଥାଉ କି କନ୍ଦରପୁର ଗ୍ରାମର ବାପ-ପୁଅ ଧର୍ଯ୍ୟଧର ଦଳାଇ, ଭଜମନ ଦଳାଇ ନିଜ ହୁଲି ଡ଼ଙ୍ଗା ଯୋଗେ ଖାଦ୍ୟ ଓ ବସ୍ତ୍ର ଧରି ମହାନଦୀ ମଝିରେ ଥିବା ଅମଙ୍ଗେଇକୁଦକୁ ଆଜିକୁ ଚାରିଦିନ ହେବ ଯାଇଥିଲେ । ୫୦ରୁ ଉର୍ଧ୍ଵ ଛେଳିକୁ ଚରେଇବାକୁ ନେଇ ଯାଇଥିଲେ ।
ତେବେ ମହାନଦୀରେ ବନ୍ୟା ଆସିବାରୁ ଆଉ ମହାନଦୀ ପାର ହୋଇ ଘରକୁ ଆସି ନ ପାରି ସେଠାରେ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକ ପ୍ରଶାସନକୁ ଅନୁରୋଧ କରିଥିବାବେଳେ ଆଜି ଓଡ୍ରାଫ ଟିମ ସେମାନଙ୍କୁ ଉଦ୍ଧାର କରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031