Indus Valley Times

ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ

 Breaking News

ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ

ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
October 11
16:24 2025

ପଶ୍ଚିମବଙ୍ଗ , ୧୧/୧୦ : ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତାଙ୍କ ବାପା।
ସେ ସିଧାସଳଖ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ହୋଇଥିଲେ କାର‌୍ୟ୍ୟାନୁଷ୍ଠାନ ହୋଇସାରନ୍ତାଣି। ‌କିନ୍ତୁ ଏଠି କେହି ଆମ ସହ କଥା ହେଉନାହାନ୍ତି କି କୌଣସି ସହଯୋଗ କରୁନାହାନ୍ତି ବୋଲି କହିଛନ୍ତି।
ପୀଡ଼ିତାଙ୍କ ବାପାଙ୍କ ଆହୁରି ମଧ୍ୟ କହିଛନ୍ତି ଗୁରୁତର ଅବସ୍ଥାରେ ଝିଅକୁ ଏବେ ଆଇସିୟୁରେ ଭର୍ତ୍ତି କରାଯାଇଥିବା କହିଛନ୍ତି । ଘଟଣା ସମ୍ପର୍କରେ ଝିଅର ଜଣେ ବନ୍ଧୁ ପ୍ରଥମେ ଆମକୁ ଜଣାଇଲା, ଆମେ ଖବର ଶୁଣି ତୁରନ୍ତ ଦୌଡ଼ି ଆସିଛୁ। ୬ରୁ ୭ ଜଣ ଦୃବୁର୍ତ୍ତ ଘଟଣାସ୍ଥଳରେ ଥିଲେ, ମୋ ଝିଅକୁ ହଇରାଣ କରୁଥିଲେ। ଝିଅର ଫୋନ ଛଡାଇନେଲେ, ୩ ହଜାର ଟଙ୍କା ମଧ୍ୟ ମାଗିଲେ।
ସୂଚନା ମୁତାବିକ ଗତକାଲି ଛାତ୍ରୀ ଜଣକ ପୁରୁଷ ବନ୍ଧୁ ସହ ରାତ୍ରି ଭୋଜନ ପାଇଁ ବାହାରକୁ ଯାଇଥିଲେ, ସେ ସମୟରେ ୬ରୁ ୭ଜଣ ଦୃବୁର୍ତ୍ତ ଆସି ପିଛା କରିଥିଲେ।
ପରବର୍ତ୍ତୀ ସମୟରେ ନିକଟସ୍ଥ ଜଙ୍ଗଲକୁ ନେଇ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ସେପଟେ କଲେଜର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ ଏବଂ କଲେଜର ଡାକ୍ତରୀ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ନ୍ୟାୟ ଦାବିକରି କଲେଜ ଆଗରେ ଆନ୍ଦୋଳନରେ ବସିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031