ଜ଼ିଲ୍ଲାପାଳ ଙ୍କ ସଦଭାବନା ସଭାଗୃହ ଠାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୪ : ମଙ୍ଗଳବାର ଆଜି ଅପରାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ମାନ୍ୟବର ମନ୍ତୀ ଙ୍କ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ୨୦୨୫ ଅନୁଷ୍ଠିତ ହୋଇଯାଇଛି ।
ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ଏବଂ ସାର୍ବଜନୀନ ଉଦ୍ୟୋଗ, ଓଡ଼ିଶା ସରକାର ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ର ଜିଲ୍ଲା ଓ ଏହାର ସହରାଞ୍ଚଳର ପାନୀୟଜଳ ସମସ୍ୟା, ପରିମଳ ବ୍ୟବସ୍ଥା ପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି କହିଥିଲେ ଯେ ଆମ ସରକାର ଲୋକଙ୍କ ସରକାର ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୋଜନା ତଳ ସ୍ତର ଲୋକ ଯୋଜନାର ହକଦାର ତାଙ୍କ ପାଖରେ ବିନା ବାଟମାରଣାରେ ସଠିକ ଭାବରେ ପହଞ୍ଚିବ ।
ସେଥିପାଇଁ ସରକାର ପ୍ରତିଶୃତିବଦ୍ଧ,ଏଥିରେ ଖିଲାପକାରୀ ଦଣ୍ଡର ଭାଗୀଦାରୀ ହେବେ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା ମାନ୍ୟବର ମନ୍ତ୍ରୀଙ୍କୁ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ ।
ସେହିପରି ଭାବରେ ଅନ୍ୟ ଅଧିକାରୀମାନେ ନିଜ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇବା ସହିତ ସମୁଖୀନ ହେଉଥିବା ସମସ୍ୟା ବିଷୟରେ ମଧ୍ୟ ଅବଗତ କରାଇଥିଲେ ।
ମାନ୍ୟବର ମୁଖ୍ୟ ସଚେତକ ତଥା ବିଧାୟକ, ବୌଦ୍ଧ ଶ୍ରୀ ସରୋଜ କୁମାର ପ୍ରଧାନ,ସାଂସଦ, କନ୍ଧମାଳ ଶ୍ରୀ ସୁକାନ୍ତ ପାଣିଗ୍ରାହୀ, ମାନ୍ୟବର କଣ୍ଟାମାଳ ବିଧାୟକ ଶ୍ରୀ କନ୍ହାଇ ଚରଣ ଡାଙ୍ଗ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏହି ବୈଠକରେ ଜିଲ୍ଲାପାଳ,ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ରାହୁଲ୍ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ,ଅତିରିକ୍ତ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ଚାର୍ଲସ ନାଏକ,ଉପ-ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ମନ୍ତ୍ରୀ ମହୋଦୟ, ସମୀକ୍ଷା ବୈଠକ ରେ ଅଧିକାରୀ ମାନଙ୍କ କାମ କୁ ସମୀକ୍ଷା କରି ଖୁସି ବ୍ୟକ୍ତ କରିଥିଲେ । ଆଗକୁ ଆହୁରି ଭଲଭାବେ ଟିମ ସ୍ପିରିଟ ନେଇ କାମ କରିବା ପାଇଁ ସମସ୍ତ ଙ୍କୁ ଆହ୍ୱାନ କରିଥିଲେ ।