Indus Valley Times

ଝଙ୍କଡ ମା’ଶାରଳାଙ୍କ ଚନ୍ଦନଯାତ୍ରାରେ ଅଘଟଣ, ବାଣ ବିସ୍ଫୋରଣରେ ଅନେକ ଆହତ

 Breaking News

ଝଙ୍କଡ ମା’ଶାରଳାଙ୍କ ଚନ୍ଦନଯାତ୍ରାରେ ଅଘଟଣ, ବାଣ ବିସ୍ଫୋରଣରେ ଅନେକ ଆହତ

ଝଙ୍କଡ ମା’ଶାରଳାଙ୍କ ଚନ୍ଦନଯାତ୍ରାରେ ଅଘଟଣ, ବାଣ ବିସ୍ଫୋରଣରେ ଅନେକ ଆହତ
May 13
10:34 2023

ଜଗତସିଂହପୁର,୧୩/୫ : ଜଗତସିଂହପୁରର ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ ଘଟିଛି। ବାଣ ବିସ୍ଫୋରଣ ଘଟି ୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୪ଜଣ ଶିଶୁ ଓ ୨ଜଣ ପୁଲିସ କର୍ମଚାରୀ ଥିବା ସୂଚନା ମିଳିଛି।
ଗତକାଲି ଚନ୍ଦନ ଯାତ୍ରା ଥିବାରୁ ନିକଟରେ ଥିବା ପୋଖରୀରେ ମା’ଙ୍କର ଚାପ ଖେଳ ଚାଲିଥିଲା। ବାଜା ରୋଷଣୀରେ କମ୍ପି ଉଠୁଥିଲା ପରିବେଶ। ଶହଶହ ଲୋକେ ପୋଖରୀ ଚାରିପାଖେ ଠିଆ ହୋଇ ମା’ଙ୍କର ଚାପ ଖେଳ ଦେଖୁଥିଲେ। ଏହି ସମୟରେ ବାଣୁଆ ପୋଖରୀ ନିକଟରେ ବାଣ ଫୁଟାଉଥିଲା। ହଠାତ୍ ନିଆଁ ବାଣ ଗଦା ଉପରେ ପଡ଼ି ଯାଇଥିଲା। ପରେ ଜୋରରେ ବିସ୍ଫୋରଣ ହୋଇଥିଲା।
ନିକଟରେ ଥିବା ଲୋକଙ୍କ ଉପରେ ଏହି ନିଆଁ ପଡ଼ିଯାଇଥିଲା। ଅଘଟଣରେ ୮ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ଗଜତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ୫ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031