Indus Valley Times

ଦୁର୍ଘଟଣାରେ ଗୁରୁତର ଚିକିତ୍ସିତ ବ୍ୟକ୍ତିଙ୍କ ଅଙ୍ଗ ଚୋରୀ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

 Breaking News

ଦୁର୍ଘଟଣାରେ ଗୁରୁତର ଚିକିତ୍ସିତ ବ୍ୟକ୍ତିଙ୍କ ଅଙ୍ଗ ଚୋରୀ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

October 19
09:55 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୧୯/୧୦ :ମୋଟା ଅଙ୍କର ଟଙ୍କା ନେଇ ଅସ୍ତ୍ରପଚାର ସଫଳ ହୋଇଛି କହିବା ପରେ ମେଡିକାଲ ପକ୍ଷରୁ ପରିବାର ଲୋକଙ୍କୁ ମୃତ ହେଇଥିବା ସୂଚନା ଦେଇଛନ୍ତି। ପରିବାର ପକ୍ଷରୁ ମେଡିକାଲ କର୍ମଚାରୀ ଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା।
ବର୍ତ୍ତମାନ ପରିବାର ପକ୍ଷରୁ ଅଭିଯୋଗ ଯେ ଦୁର୍ଘଟଣାରେ ମୁଣ୍ଡରେ ଆଘାତ ହୋଇଥିବା ବେଳେ ପେଟରେ କଣ ପାଇଁ ହେଇଛି ଅସ୍ତ୍ରପଚାର ? ଅନ୍ୟ ପକ୍ଷରେ ମେଡିକାଲ ରେ ଅସ୍ତ୍ରପଚାର ନିମନ୍ତେ ମୋଟା ଅଙ୍କର ଟଙ୍କା ପୈଠ କଲାପରେ ଦେହ ସୁସ୍ଥ ଅଛି ବୋଲି କହି କିଛି ସମୟ ପରେ ହିସ୍ପିଟାଲ ବାବୁଲା ଦିଗାଲ ଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତ ଟିକରବାଜୁ ଗାଁରେ ।
ସୂଚନା ମୁତାବକ ଚଳିତ ମାସ ୧୩ ତାରିଖରେ ଝିଅ ଜ୍ବାଇଁ ଘରକୁ ଯିବା ସମୟରେ ତୁମୁଡିବନ୍ଧ ନିକଟସ୍ଥ ଡଡ଼ଙ୍ଗ ନିକଟରେ ଗୋଟିଏ ଗାଡ଼ି ସହିତ ଧକ୍କା ହେବା ଫଳରେ ଗୁରୁତର ହୋଇ ପ୍ରଥମେ ତୁମୁଡ଼ିବନ୍ଧ ,ବାଲିଗୁଡ଼ା ଓ ଫୁଲବାଣୀ ହସ୍ପିଟାଲ କୁ ରେଫର ହୋଇ ତା ପରେ ଭୁବନେଶ୍ବର ଏମ୍ସ ହସ୍ପିଟାଲ କୁ ରେଫର ହୋଇ ଶେଷରେ କୌଣସି କାରଣ ବଶତଃ ଏକ ଘରୋଇ ହସ୍ପିଟାଲ ଯାହା କି କଟକ ସ୍ଥିତ ରୁଦ୍ର ହସ୍ପିଟାଲ ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଟକରୁ ରୁଦ୍ର ହସ୍ପିଟାଲ ରୁ ଘରୋଇ ଆମ୍ବୁଲାନ୍ସ ଯୋଗେ ମର ଶରୀର ନିଜ ଗାଁ ଟିକରବାଜୁ କୁ ଆସିଥିଲା।
ପରିବାର ପକ୍ଷରୁ ସଂଗୀନ ଅଭିଯୋଗ ହେଉଛି ଯେ ମୃତ ବାବୁଲା ଦିଗାଲ ଙ୍କୁ ମୁଣ୍ଡରେ ଆଘାତ ଲାଗିଥିଲା କିନ୍ତୁ ତାଙ୍କୁ ପେଟରେ କଟାଯାଇ କିଡ଼ନୀ ବାହାର କରାଯାଇଛି। ଏହି ଘଟଣାଟି ଅଞ୍ଚଳ ପାଇଁ ନୂଆ ଥିବା ବେଳେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।ବର୍ତମାନ ମୃତ ବାବୁଲା ଦିଗାଲଙ୍କ ପରିବାର ପକ୍ଷରୁ ବାଲିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ବାଲିଗୁଡା ଥାନାରେ କେସ ସଂଖ୍ୟା ୨୫୭,ତା ୧୭/୧୦/୨୪ ୟୁଏସ ୨୮୧,୧୦୬ ବିଏନଏସ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ସାହୁ।ପୁଣି ଆଜି ବାଲିଗୁଡା ମାଜିଷ୍ଟେଟ ସହକାରୀ କଲେକ୍ଟର ହରେକୃଷ୍ଣ ରାଉତ,ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ, ବାରଖମା ଫାଣ୍ଡି ଅଧିକାରୀ ବିକାଶ କୁମାର ଜାଲି, ଯୁଗଳ ନାୟକ ଙ୍କ ସହ ଟିକରବାଜୁ ଆସି କବର ହୋଇଥିବା ମୃତ ଶରୀର କୁ ପୁନର୍ବାର ଖୋଳି ବାହାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ଉପଖଣ୍ଡ ଚିକିତ୍ସାଳୟ ବାଲିଗୁଡା କୁ ପଠେଇ ଥିବା ଦେଖିବାକୁ ମିଳିଛି।
ସେପଟେ ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବାପରେ ପ୍ରକୃତ ଘଟଣା ଜଣାପଡିବ ବୋଲି କହିଛନ୍ତି ବାଲିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ । ଏହି ଘଟଣାର ପ୍ରକୃତ ରହସ୍ୟ କଣ ଅଛି ସେ ନେଇ ବାଲିଗୁଡା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେଇଛି।
ଗାଧେଇବା ଘରୁ ଯୁବତୀର ମୃତ ଶରୀର ଉଦ୍ଧାର
ବାଲିଗୁଡା,୧୯/୧୦ :ଗାଧେଇବା ଘରୁ ଯୁବତୀ ର ମୃତ ଶରୀର ଉଦ୍ଧାର ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ପଣସପଡ଼ି ଠାରେ। ସୂଚନା ଅନୁଯାଇ ପଣସପଡ଼ି ଠାରେ ଏକ ଭଡା ଘରେ ଈପସିତା ପଟନାୟକ (୨୪) ନିଜ ପରିବାର ସହିତ ରହୁଥିଲେ। ହଠାତ ଘର ଲୋକେ
ଈପସିତା ର ମୃତ ଶରୀର ଗାଧେଇବା ଘରୁ ଦେଖିବା ପରେ ସଙ୍ଗେ ସଙ୍ଗେ ବାଲିଗୁଡା ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ କରିବା ନିମନ୍ତେ ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ।
ଏ ନେଇ ବାଲିଗୁଡା ପୋଲିସ ପକ୍ଷରୁ ଏକ ମାମଲା କେଶ ନଂ. ୨୧/୨୪ ପ୍ରକାରେ ରୁଜୁ କରି ତଦନ୍ତ ଜାରି ରଖିଥିବା ବିଷୟ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930