Indus Valley Times

ନୟାଗଡ : ନ୍ୟାୟ ପାଇଁ ମଶାଲ ଶୋଭାଯାତ୍ରା

 Breaking News

ନୟାଗଡ : ନ୍ୟାୟ ପାଇଁ ମଶାଲ ଶୋଭାଯାତ୍ରା

ନୟାଗଡ : ନ୍ୟାୟ ପାଇଁ ମଶାଲ ଶୋଭାଯାତ୍ରା
April 15
22:08 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୫/୪ : ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ନୟାଗଡ ବ୍ଲକ ଏବଂ ମୁନିସିପାଲିଟି କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଙ୍କ ନେତୃତ୍ୱ ରେ ନାରୀ ନ୍ୟାୟ ପାଇଁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟରେ ଗତ ୨୫ ବର୍ଷ ଧରି ନାରୀ ଶୋଷଣ, ନାବାଳିକା ଅତ୍ୟାଚାର, ସ୍କୁଲ ଛାତ୍ରୀ ଗର୍ଭବତୀ ପ୍ରସଙ୍ଗ ପ୍ରତି ବିଜେପି ସରକାର ଙ୍କ ଉଦାସୀନତା, ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଅହେତୁକ ଦରବୃଦ୍ଧି, ମେଡ଼ିସିନ ଦର ଆକାଶଛୁଆଁ, ଯୁବ ବର୍ଗ ଙ୍କ ପାଖେ ରୋଜଗାର ନଥାଇ ହୁ ହୁ ହୋଇ ବଢୁଥିବା ବେକାରୀ ସମସ୍ୟା ସମାଧାନ ପ୍ରତି ମୋହନ ସରକାର ଙ୍କ ଅବହେଳା ଏବଂ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପ୍ରତିବାଦ ରେ ଆଜି କଂଗ୍ରେସ କର୍ମୀ ମାନେ ମଶାଲ ଶୋଭାଯାତ୍ରା ମାଧ୍ୟମରେ ରାଜ୍ୟ କେନ୍ଦ୍ର ସରକାର ଙ୍କୁ ଟାର୍ଗେଟ କରିଛନ୍ତି ।
ପିସିସି ପର୍ଯ୍ୟବେକ୍ଷକ ରାଜ୍ୟ କିସାନ କଂଗ୍ରେସ ଅଧ୍ୟକ୍ଷ ତଥା ବିଶିଷ୍ଟ କୃଷକ ନେତା ଶ୍ରୀ ଅମୀୟ ପଟ୍ଟନାୟକ, ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ବରିଷ୍ଠ ନେତା ହୁସେନ ଖାନ, ଲକ୍ଷ୍ମୀଧର ତ୍ରିପାଠୀ,ଦଳିତ ନେତା ଜିତେନ୍ଦ୍ର କୁମାର ନାଏକ, ଯୁବ ଆଇନଜୀବୀ କୂଳେଶ ଚନ୍ଦ୍ର ମହାନ୍ତି, ପୀତବାସ ଖୁଣ୍ଟିଆ, ଛାତ୍ର କଂଗ୍ରେସ ନେତା ଶିବରଞ୍ଜନ ସାହୁ, ଜୀବନ୍ୟ୍ୟୋତି ରାଉତ, ଅମ୍ଲାନ ଅଂଶୁମାନ ସାହୁ ଏବଂ ଓମ ପ୍ରସାଦ ପ୍ରଧାନ, ମହିଳା କଂଗ୍ରେସ ନେତ୍ରୀ ମିନି ମାଝୀ, ସୁଜାତା ନାଏକ, ସୌଦାମିନୀ ନାଏକ, ନୂଆଗାଁ ବ୍ଲକ କଂଗ୍ରେସ ସଭାପତି ଅଶୋକ ନାୟକ ପ୍ରମୁଖ ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଯୋଗଦେଇ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930