Indus Valley Times

ପଶ୍ଚିମବଙ୍ଗ ରାଜ୍ୟପାଳ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

 Breaking News

ପଶ୍ଚିମବଙ୍ଗ ରାଜ୍ୟପାଳ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

ପଶ୍ଚିମବଙ୍ଗ ରାଜ୍ୟପାଳ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ
July 16
21:09 2022

ନୂଆଦିଲ୍ଲୀ, ୧୬/୭: ଉପ ରାଷ୍ଟ୍ରପତି ନିର୍ବାଚନ ନେଇ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ନେତୃତ୍ଵାଧୀନ ଏନଡିଏ ନିଜର ପ୍ରାର୍ଥୀ ଘୋଷଣା କରିଛି।
ସବୁ ଚର୍ଚ୍ଚା ଏବଂ କଳ୍ପନାଜଳ୍ପନାରୁ ବିପରୀତ ବିଜେପି ଜଗଦୀପ ଧନଖଡଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ଧନଖଡ ବର୍ତ୍ତମାନ ପଶ୍ଚିମବଙ୍ଗର ରାଜ୍ୟପାଳ ଅଛନ୍ତି।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି। ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଏହା ପୂର୍ବରୁ ଦିଲ୍ଲୀରେ ସଂସଦୀୟ ବୋର୍ଡର ବୈଠକ ବସିଥିଲା। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ, ନୀତିନ ଗଡକରୀ, ରାଜନାଥ ସିଂହ ଏବଂ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯୋଗ ଦେଇଥିଲେ। ଆଲୋଚନା ପରେ ଧନଖଡଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଆଜି ଅପରାହ୍ନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ।
ଏହା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ
କରିଛି। ତେବେ ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ସମ୍ଭାବିତ ପ୍ରାର୍ଥୀ ଦୌଡରେ ନଥିଲେ ଜଗଦୀପ ଧନଖଡ। ପୂର୍ବତନ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ମୁକ୍ତାର ଅବାସ ନକଭି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା।
ଏପରିକି କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ, କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ରହିଥିଲେ। ହେଲେ ବିଜେପି ଜଗଦୀପ ଧନଖଡଙ୍କୁ ପ୍ରାର୍ଥୀ କରି ସଭିଙ୍କୁ ଚକିତ କରିଛନ୍ତି।
ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବାକୁ ଯାଉଛି। ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବାର ଶେଷ ତାରିଖ ହେଉଛି ଜୁଲାଇ ୧୯।
ଜୁଲାଇ ୨୦ ନାମାଙ୍କନ ପତ୍ର ଯାଞ୍ଚ ଏବଂ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁଲାଇ ୨୨ ପର୍ଯ୍ୟନ୍ତ ରହିଛି। ଦେଶର ପରବର୍ତ୍ତୀ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଗଷ୍ଟ ୬ରେ ମତଦାନ ହେବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031