Indus Valley Times

ପାରାଦୀପ ବନ୍ଦରରେ ଲାଗିଲା ବୃହତ୍ତ ଜାହାଜ

 Breaking News

ପାରାଦୀପ ବନ୍ଦରରେ ଲାଗିଲା ବୃହତ୍ତ ଜାହାଜ

March 15
21:09 2022

ବୋଝେଇ ହେବ ରେକର୍ଡ ପରିମାଣର ଆଇରନ୍ ଓର୍‌

Report by Pravakar Sahoo
ପାରାଦୀପ,15/3 -ପାରାଦୀପ ବନ୍ଦରରେ ସୋମବାର ଅପରାହ୍ନରେ ଏକ ବୃହତ୍ତ ପଣ୍ୟବାହୀ ଜାହାଜ ଷ୍ଟାର ଲିରା । ବନ୍ଦରର ନ୍ୟୁ ଆଇରନ୍ ଓର୍ ବର୍ଥ(ଏନ୍‌.ଆଇ.ଓ.ବି)ରେ ଲାଗିଛି । ଏହି ଜାହାଜରେ ୧,୪୧,୨୦୦ ମେଟ୍ରିକ ଟନ୍ ର ରେକର୍ଡ ପରିମାଣର ଆଇରନ୍ ଓର୍ ବୋଝେଇ ହେବ ଯାହାକି ବନ୍ଦର ଇତିହାସର ସର୍ବକାଳୀନ ରେକର୍ଡ ହେବ । ଏହି ଜାହାଜଟି ଆଇରନ୍ ବୋଝେଇ କରି ମହାରାଷ୍ଟ୍ରରେ ଥିବା ଜେ.ଏସ୍‌.ଡବ୍ଲ୍ୟୁ ର ଜୟଗଡ ବନ୍ଦରରେ ଖଲାସ ହେବ ।

ସେହିପରି ଅନ୍ୟ ଏକ ବୃହତ ଜାହାଜ ଲିଲା ଲିସ୍ ବନ୍ ଜିପସମ୍ ବୋଝେଇ କରି ପାରାଦୀପ ବନ୍ଦରରେ ମାର୍ଚ୍ଚ ୭ ତାରିଖରେ ଲାଗିଛି । ଏହି ଜାହାଜର ଆମଦାନୀକାରି ସଂସ୍ଥା ଓସିଆନିକ୍ ଟ୍ରେଡ୍ ମିନେରାଲ୍ସ ପ୍ରା.ଲି.ଥିବା ବେଳେ ସ୍ୱସ୍ତିକ ଷ୍ଟିଭେଡୋର୍ସ ଏହାର ଷ୍ଟିଭେଡୋରିଙ୍ଗ ଦାୟିତ୍ୱରେ ରହିଛି । ଏହି ଦୁଇଟି ଜାହାଜର ଏଜେଣ୍ଟ ହେଉଛି ସିଟ୍ରାନ୍ସ ସିପ୍‌ମ୍ୟାନେଜମେଣ୍ଟ ସର୍ଭିସେସ୍ ପ୍ରା.ଲି. ।

ପାରାଦୀପ ପୌର ନିର୍ବାଚନ-୧୨ ପାରିଷଦ ପ୍ରାର୍ଥୀଙ୍କ ସମେତ ୨ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର

ପାରାଦୀପ,15/3- ଚଳିତ ପୌର ନିର୍ବାଚନ ନିମନ୍ତେ ପାରାଦୀପ ପୌର ପାଳିକା ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ସୋମବାର ଦିନ ମୋଟ ୧୪ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ଅଧ୍ୟକ୍ଷ ପ୍ରାର୍ଥୀ ହୋଇଥିବା ବେଳେ ୧୨ଜଣ ପାରିଷଦ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ବର୍ତ୍ତମାନ ନିର୍ବାଚନ ମଇଦାନରେ ମୋଟ ୬୪ ଜଣ ପ୍ରାର୍ଥୀ ପାରିଷଦ ନିମନ୍ତେ ନିର୍ବାଚନ ମଇଦାନରେ ଅଂଶ ଗ୍ରହଣ କରିବେ । ସେହିପରି ଅଧ୍ୟକ୍ଷ ପଦବୀ ନିମନ୍ତେ ହେବାକୁ ଥିବା ଲଢେଇରେ ୪ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ ।

ସୋମବର ଦିନ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା । ଅସନ୍ତ୍‌ୁଷ୍ଟଙ୍କୁ ମନେଇ ସେମାନଙ୍କୁ ପ୍ରତ୍ୟାହାର କରେଇବାରେ ସଫଳ ହୋଇଛନ୍ତି ବିଭିନ୍ନ ଦଳର ନେତାମାନେ । ପାରାଦୀପର ୧୯ ଗୋଟି ଓାର୍ଡରେ ଆଗାମୀ ୨୪ ତାରିଖ ଦିନ ମତଦାନ ହେବ । ପାରାଦୀପ ପୌରାଂଚଳର ପ୍ରାୟ ୪୨ ହଜାର ମତଦାତା ସେମାନଙ୍କର ମତଦାନ କରିବେ । ଥଣ୍ଡା ପଡିଥିବା ପାରାଦୀପର ରାଜନୈତିକ ମହୋଲ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଉଷ୍ମ ହେବ । ଏହା ମଧ୍ୟରେ ପ୍ରାର୍ଥୀମାନେ ଘରକୁ ଘର ବୁଲି ସେମାନଙ୍କର ପ୍ରଚାର ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ବିଭିନ୍ନ ବସ୍ତି ଅଂଚଳରେ ଦଳ ପକ୍ଷରୁ ପ୍ରାର୍ଥୀମାନେ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ସହିତ ପ୍ରଚାର ଆରମ୍ଭ କଲେଣି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031