Indus Valley Times

ପୂର୍ବତନ ସଂସ୍କୃତ ଶିକ୍ଷକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଦଶପଲ୍ଲା ବିଧାୟକ

 Breaking News

ପୂର୍ବତନ ସଂସ୍କୃତ ଶିକ୍ଷକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଦଶପଲ୍ଲା ବିଧାୟକ

October 06
20:40 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୬/୧୦: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ର ଛାତ୍ର ବତ୍ସଳ ପୂର୍ବତନ ସଂସ୍କୃତ ଶିକ୍ଷକ ଗୋପବନ୍ଧୁ ଷଡ଼ଙ୍ଗୀ ଙ୍କ ସୋମବାର ଦିନ ଅପରାହ୍ନ ରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ବିୟୋଗ ଘଟିଛି।ତାଙ୍କ ବିୟୋଗରେ ରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଶୋକ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମା ର ସଦ୍ ଗତି ଏବଂ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଶକ୍ତି ସାହସ ପ୍ରଦାନ କରିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ସ୍ବର୍ଗତ ଗୋପବନ୍ଧୁ ଷଡ଼ଙ୍ଗୀ ଜଣେ କର୍ତ୍ତବ୍ୟ ନିଷ୍ଠ , ଦାୟିତ୍ବବାନ,ପରୋପକାରୀ, ଛାତ୍ର ବତ୍ସଳ ,ଶିକ୍ଷକ ଥିଲେ।ସେ ସର୍ବଦା ଛାତ୍ର ଛାତ୍ରୀ ମାନଙ୍କୁ ସତ୍ୟ , ଅଂହିସା ନିଷ୍ଠା,ତ୍ୟାଗ,ଉତ୍ତମ ଆଚରଣ ,କଠିନ ପରିଶ୍ରମ ଆଦି ଗୁଣ ର ଅଧିକାରୀ ହେବା ପାଇଁ ପ୍ରେରଣା ଦେଉଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031