Indus Valley Times

ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାରେ ଆସିଲା ଡିଏନଏ ରିପୋର୍ଟ, ସୀମାଞ୍ଚଳଙ୍କ ମୃତ୍ୟୁ

 Breaking News

ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାରେ ଆସିଲା ଡିଏନଏ ରିପୋର୍ଟ, ସୀମାଞ୍ଚଳଙ୍କ ମୃତ୍ୟୁ

October 29
20:45 2020

ଭୁବନେଶ୍ବର ୨୯।୧୦: ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାରେ ଆସିଲା ମାଂସଖଣ୍ଡର ଡିଏନଏ ରିପୋର୍ଟ । ଯେଉଁଥିରେ ସ୍ପଷ୍ଟ ହୋଇଛି ବିସ୍ଫୋରଣରେ ନିରୁଦ୍ଦିଷ୍ଟ ଥିବା ସୀମାଞ୍ଚଳ ପରିଡାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର । ଘଟଣାସ୍ଥଳରୁ ମିଳିଥିବା ମାଂସଖଣ୍ଡ ଓ ହାଡ଼ର ଡିଏନ୍ ଟେଷ୍ଟ୍ ରିପୋର୍ଟରୁ ଏହା ଜଣାପଡ଼ିଛି। ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ସାମାଞ୍ଚଳଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଭୁବନେଶ୍ବର-କଟକ ପୁଲିସ୍ କମିସନର ଡା.ସୁଧାଂଶୁ ଷଡ଼ଙ୍ଗୀ।
ସେ କହିଛନ୍ତି ଯେ ଫରେନ୍ସିକ୍ ଲାବୋରାଟୋରିରୁ ମିଳିଥିବା ଡିଏନ୍ଏ ପରୀକ୍ଷା ରିପୋର୍ଟ ଅନୁସାରେ ସୀମାଞ୍ଚଳ ପରିଡ଼ାଙ୍କର ବିସ୍ଫୋରଣରେ ମୃତ୍ୟୁ ଘଟିଛି କିନ୍ତୁ ଆଉ କୌଣସି ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିନାହାନ୍ତି। ଏହି ଖବର ତାଙ୍କ ପରିବାରକୁ ଜଣାଇ ଦିଆଯାଇଛି। ଏଥିସହ ତାଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଥିଲେ ପୁଲିସ୍ କମିସନର୍। ଏହାଫଳରେ ପେଟ୍ରୋଲ୍ ଟାଙ୍କି ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି।
ସୀମାଞ୍ଚଳଙ୍କ ମୃତ୍ୟୁ ଖବର ତାଙ୍କ ପରିବାରଲୋକଙ୍କୁ ଜଣାଇ ଦିଆଯାଇଛି । ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପୋଲିସ କମିଶନର । ଆଇଓସିଏଲ କର୍ତ୍ତୃପକ୍ଷଙ୍କୁ ଏନେଇ ଜଣାଇ ଦିଆଯାଇଛି । ଫଳରେ ତାଙ୍କ ପରିବାରଲୋକଙ୍କୁ କ୍ଷତିପୂରଣ ମିଳିପାରିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031