Indus Valley Times

ବହୁ ପ୍ରତୀକ୍ଷିତ ବ୍ୟୟବହୁଳ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ୱନାଥ’ରେ ଏକାଠି ଦେଖିବାକୁ ମିଳିବେ ମିହିର, ସଲିଲ୍

 Breaking News

ବହୁ ପ୍ରତୀକ୍ଷିତ ବ୍ୟୟବହୁଳ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ୱନାଥ’ରେ ଏକାଠି ଦେଖିବାକୁ ମିଳିବେ ମିହିର, ସଲିଲ୍

ବହୁ ପ୍ରତୀକ୍ଷିତ ବ୍ୟୟବହୁଳ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ୱନାଥ’ରେ ଏକାଠି ଦେଖିବାକୁ ମିଳିବେ ମିହିର, ସଲିଲ୍
February 27
12:20 2022

ଭୁବନେଶ୍ୱର, ୨୭/୨ : ରାଇମୋହନ, ପୃଥ୍ବୀରାଜ, ଚୌଧୁରୀ ବିକାଶ ଦାସଙ୍କ ସହ ସ୍ବର୍ଗତ ମିହିର ଦାସ ଏକାଠି ଦେଖିବାକୁ ମିଳିବେ ଏଇ ଚଳଚ୍ଚିତ୍ରରେ। ପୁଣି ସ୍ବର୍ଗତ ସଲିଲ୍ ମିତ୍ରଙ୍କ ସହ ଅଭିନେତ୍ରୀ ପ୍ରତିଭା ପଣ୍ଡା, ମନୀଷା ମିଶ୍ର, ନୂପୁର ଘୋଷ, ପିଣ୍ଟୁ ନନ୍ଦ, ଭବାନୀ, ବିଶ୍ବ, ପବନ ଏବଂ ଚଳଚ୍ଚିତ୍ରରେ ଥିବା ଆଇଟମ୍ ଗୀତଦୃଶ୍ୟରେ ନାୟିକା ଅଛନ୍ତି ଅନନ୍ୟା।
ବହୁ ପ୍ରତୀକ୍ଷିତ ବ୍ୟୟବହୁଳ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ବନାଥ’ ଅନେକ ଦିନରୁ ନିର୍ମାଣ ହେଇଆସୁଥିଲେ ମଧ୍ୟ ଅଦ୍ୟାବଧି ଏହା ମୁକ୍ତିଲାଭ କରିପାରି ନ ଥିଲା। ମହୁରତ ଓ ସୁଟିଂଫ୍ଲୋର୍ରେ ଥିବାବେଳେ ଚର୍ଚ୍ଚାରେ ଥିବା ଏଇ ଚଳଚ୍ଚିତ୍ରର ଟ୍ରେଲର୍ ଏବେ ରିଲିଜ୍ କରିଛି। ଏଥିରେ ନାୟକ ଭାବେ ସମ୍ବିତ ଓ ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ସମ୍ଭାବନା।
ଏ ଦୁହିଁଙ୍କ ସହ ‘ବିଶ୍ବନାଥ’ ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ ବଡ଼ ପରଦାକୁ ଆସୁଛନ୍ତି ଅଭିନେତ୍ରୀ ସଙ୍ଗୀତା। ଏଚ୍ଏମ୍ଟି ନିବେଦିତ ଏବଂ ଶଙ୍କର ଗୌଡ଼ଙ୍କ ପ୍ରଯୋଜିତ ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ତେଲୁଗୁ ସିନେ ଇଣ୍ଡଷ୍ଟ୍ରିର ପରିଚିତ ନିର୍ଦ୍ଦେଶକ ବବ୍ଲି କିରଣ।
ଏଥିରେ ସଂଳାପ ରଚନା କରିଛନ୍ତି ରଜନୀ ରଂଜନ। ନିକଟରେ ଚଳଚ୍ଚିତ୍ର ସହ ଜଡ଼ିତ ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତା, ଅଭିନେତ୍ରୀ ଏକାଠି ହେଇ ଏକ ରଙ୍ଗାରଙ୍ଗ ପରିବେଶରେ ଏହାର ଟ୍ରେଲର୍ ଲୋକାର୍ପଣ କରିଛନ୍ତି। ଚଳଚ୍ଚିତ୍ରଟି ଖୁବଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଏହାର କ୍ରିଏଟିଭ୍ ହେଡ୍ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031