Indus Valley Times

ବାତ୍ୟା ‘ଜୱାଦ’ ପାଇଁ ନିୟୋଜିତ ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ରାଜ୍ୟପାଳ

 Breaking News

ବାତ୍ୟା ‘ଜୱାଦ’ ପାଇଁ ନିୟୋଜିତ ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ରାଜ୍ୟପାଳ

December 07
19:48 2021

ସ୍ୱାଗତିକା ଭୂତିଆଙ୍କ ରିପୋର୍ଟ
ଭୁବନେଶ୍ୱର,୭/୧୨: ଓଡ଼ିଶାର ରାଜ୍ୟପାଳ ତଥା ସେଣ୍ଟଜନ୍ ଆମ୍ବୁଲାନ୍‌ସର ସଭାପତି ପ୍ରଫେସର ଗଣେଶି ଲାଲଙ୍କ ନିର୍ଦ୍ଦେଶ କ୍ରମେ ବାତ୍ୟା “ଜୱାଦ”ର କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ତଥା ପ୍ରାଥମିକ ଚିକିତ୍ସା ଯୋଗାଇଦେବା ପାଇଁ ଓଡ଼ିଶା ସେଣ୍ଟଜନ୍ ଆମ୍ବୁଲାନ୍‌ସର ସଚିବ ଡ ସନତ ପଟ୍ଟନାୟକ ଓ ସହକାରୀ କମିଶନର ପୁରୁଷୋତ୍ତମ ବଳଙ୍କ ନେତୃତ୍ୱରେ ୨ ପ୍ଲାଟୁନ୍ ତାଲିମପ୍ରାପ୍ତ ପ୍ରାଥମିକ ଚିକିତ୍ସକ ଆମ୍ବୁଲାନ୍‌ସ, ଔଷଧ ଓ ଆନୁସଙ୍ଗିକ ଉପକରଣ ସହ ପୁରୀରେ ନିୟୋଜିତ ହୋଇଥିଲେ ।
ବାତ୍ୟା ଭୟ ଟଳି ଯାଇଥିବାରୁ ରାଜ୍ୟପାଳ ପୁରୀ ଯାଇ ସେଣ୍ଟଜନ ଆମ୍ବୁଲାନ୍‌ସ, ଭାରତ ସ୍କାଉଟ ଗାଇଡ ଓ ରେଡକ୍ରସର ସ୍ୱେଚ୍ଛାସେବୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସେଣ୍ଟଜନ ଆମ୍ବୁଲାନ୍‌ସର ସ୍ୱେଚ୍ଛାସେବୀ ଡକ୍ଟର ଅଭିପ୍ସା ବଳ, ଡାକ୍ତର ଶୁଶ୍ରୀ ଶ୍ରମିଷ୍ଠା ପାଣିଗ୍ରାହୀଙ୍କ ସହ ଗତ ଫନି ସମୟରେ ଜିଲ୍ଲା ହାସପାତାଲରେ ବହୁ ଗର୍ଭବତୀ ମହିଳା ପ୍ରଶାଂସା କରିବା ସହ ଭବିଷ୍ୟତରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ କିପରି ସୁଚାରୁରୂପେ ପିଡ଼ିତ ଲୋକଙ୍କୁ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇହେବ । ତାଙ୍କୁ ପ୍ରସ୍ତାବ ପଠାଇବାକୁ କହିଥିଲେ ।
ଏହି ଅବସରରେ ପୁରୀରୁ ସ୍ୱେଚ୍ଛାସେବୀ ମଧୁସୂଦନ ମିଶ୍ର , ଲାଲା ଅନନ୍ତ ସିଂହ ଉପସ୍ଥତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031