Indus Valley Times

ବାଲିଗୁଡ଼ା : କୋଟଗଡ ଅଭୟାରଣ୍ୟ ରେ ବାଘ ଗଣନା କାର୍ଯ୍ୟ ଆରମ୍ଭ

 Breaking News

ବାଲିଗୁଡ଼ା : କୋଟଗଡ ଅଭୟାରଣ୍ୟ ରେ ବାଘ ଗଣନା କାର୍ଯ୍ୟ ଆରମ୍ଭ

ବାଲିଗୁଡ଼ା : କୋଟଗଡ ଅଭୟାରଣ୍ୟ ରେ ବାଘ ଗଣନା କାର୍ଯ୍ୟ ଆରମ୍ଭ
October 20
21:47 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୨୦/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନରେ ଥିବା କୋଟଗଡ ଅଭୟାରଣ୍ୟ ରେ ବାଘ ଗଣନା କାର‌୍ୟ୍ୟକ୍ରମ ଆରମ୍ଭ ହୋଇଛି। ଅକ୍ଟୋବର ୧୫ରୁ ବାଘ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କୋଟଗଡ ବନାଞ୍ଚଳ ର ରେଞ୍ଜର ରମାକାନ୍ତ କହଁର ଙ୍କ ନେତୃତ୍ବରେ ଏହି ଗଣନା କାର୍ଯ୍ୟକ୍ରମ କୋଟଗଡ ସମେତ ଲାସେରି, ସୁବର୍ଣ୍ଣଗିରି, ଶ୍ରୀରାମପୁର ସଂରକ୍ଷିତ ଜଙ୍ଗଲରେ ଥିବା ବିଭିନ୍ନ ସ୍ଥାନରେ ବନ କର୍ମଚାରୀ ମାନେ ପହଞ୍ଚି ବାଘ ଗଣନା କାର୍ଯ୍ୟକ୍ରମ କୁ ତ୍ଵରାନିତ କରୁଛନ୍ତି।
ବାଘର ପାଦ ଚିହ୍ନ କୁ ଠାବ କରି ଏହାର ଫୋଟ ଉଠାଇବା ସହ ଲମ୍ବ ପ୍ରସ୍ତ ସବୁ ସର୍ଭେ ଅନୁସାରେ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଏହି ଗଣନା କାର୍ଯ୍ୟକ୍ରମରେ ରେଞ୍ଜର ଶ୍ରୀ କହଁରଙ୍କ ସମେତ ଫରେଷ୍ଟର ଦେବାଶିଷ ଚୌଧୁରୀ ଓ,ଯୋଗେଶ୍ୱର ଧାରୁଆ ,ଭୀମରାଜ ବେହେରଦଳାଇ, ବିନୋଦ କୁମାର ସାହୁ, ରାହୁଲ କୁମାର ଦିଗାଲ, ବିଶ୍ୱଜିତ ମିଶ୍ର, ସୌଭାଗ୍ୟ ରଞ୍ଜନ ସାମଲ, ଧର୍ମେନ୍ଦ୍ର ଦିଗାଲ, କିରଣବାଳା ସ୍ୱାଇଁ, ଦୀପକ କୁମାର ଖଣ୍ଡଗିରିଙ୍କ ସମେତ ପ୍ରମୁଖ ଫରେଷ୍ଟ ଗାର୍ଡ ଏଥିରେ ସାମିଲ ହୋଇଛନ୍ତି
ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟସ୍ ପ୍ରତିଯୋଗିତା ଉଦଯାପିତ
ବାଲିଗୁଡା,୨୦/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏହି ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଏବିଇଓ ବଳରାମ ବେହେରା, ବଂଶୀଧର ସାହୁ, ପ୍ରଭାକର ତ୍ରିପାଠୀ, ନୂଆସାହି ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁକା ବତୀ ସାହାଣୀ ଙ୍କ ସମେତ ବାଲିଗୁଡ଼ା ବ୍ଲକ୍ ର ସମସ୍ତ ସିଆରସିସି ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ଥିଲେ ।
ଏହି ପ୍ରତିଯୋଗିତା ରେ ବାଲିଗୁଡା ବ୍ଲକ ର ୧୬ ଟି କ୍ଲଷ୍ଟର ରୁ ବିଭିନ୍ନ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ରୁ ୧୨ଶ ଶ୍ରେଣୀ ପର‌୍ୟ୍ୟନ୍ତ ପ୍ରାୟ ୪୫୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ବହୁ ବରିଷ୍ଠ ଓ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଚାରକ ଭାବରେ ଯୋଗଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ନିର୍ବାଚିତ କରିଥିଲେ।
ସନ୍ଧ୍ୟା କାଳୀନ ଉଦଯାପନୀ ଉତ୍ସବରେ ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝି ଙ୍କ ସଭାପତିତ୍ୱ ରେ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଏନଏସି ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ବାଲିଗୁଡ଼ା ଥାନା ସବ ଇନ୍ସପେକ୍ଟର ଶ୍ରୀମତୀ ସସ୍ମିତା ପ୍ରଧାନ, ସମ୍ମାନିତ ଅତିଥି ଭାବରେ ବଳରାମ ବେହେରା, ବଂଶୀଧର ସାହୁ, ଶ୍ରୀମତୀ ରେଣୁକା ବତୀ ସାହାଣୀ, ବିଦ୍ୟାଳୟର ସଭାପତି ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ପ୍ରତିଯୋଗିତା ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶିଶିରକାନ୍ତ ଦାସ, ଦୟାନିଧି ମହାରଣା, ଅମରେନ୍ଦ୍ର ପ୍ରଧାନ, ଅମୂଲ୍ୟ କୁମାର ନାୟକ, ଗୌରୀଶଙ୍କର ପାଢ଼ୀ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସୂଚାରୁରୂପେ ପରିଚାଳନା କରିବାରେ ସହାୟତା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031