Indus Valley Times

ବିଜେପି ବୌଦ୍ଧ ଜିଲ୍ଲାର ସକ୍ରିୟ ସଦସ୍ୟ କର୍ମଶାଳା

 Breaking News

ବିଜେପି ବୌଦ୍ଧ ଜିଲ୍ଲାର ସକ୍ରିୟ ସଦସ୍ୟ କର୍ମଶାଳା

October 14
20:46 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୪/୧୦ : ଅଦ୍ୟ ଭାରତୀୟ ଜନତା ପାର୍ଟୀ ବୌଦ୍ଧ ଜିଲ୍ଲା ତରଫରୁ ଏକ ଦିବସୀୟ ” ସକ୍ରିୟ ସଦସ୍ୟ କର୍ମଶାଳା ” ଜିଲ୍ଲା ଟାଉନ ହଲ ବୌଦ୍ଧ ଠାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ।
କର୍ମଶାଳା ପ୍ରାରମ୍ଭରେ ଶ୍ରୀ ମହାନ୍ତି ଆଜିର ସକ୍ରିୟ ସଦସ୍ୟ କର୍ମଶାଳା ଉପରେ ଅଭିଭାଷଣ ପ୍ରଦାନ କରି ଜିଲ୍ଲାର ୧୦ ଗୋଟି ମଣ୍ଡଳ, ୪୧୧ ବୁଥ ଓ ଦୁଇଗୋଟି ବିଧାନସଭା ରେ ଗତକାଲି ପର‌୍ୟ୍ୟନ୍ତ ମୋବାଇଲ ଉନଲାଇନ ରେ ମୋଟ ୩୯ ହଜାର ୭୫୭ ଓ ଉପଲଇନା ରେ ମୋଟ ୫ ହଜାର ୨୫୮ ଜଣ ଏମିତି ମୋଟ ୪୫ ହଜାର ୧୫ ଜଣ
ବିଜେପି ର ସଦସ୍ୟତା ଜିଲ୍ଲାରେ ହୋଇଥିବା ର ସୂଚନା ପ୍ରଦାନ କରିଥିଲେ ।
ଆଜିର ଏହି ସକ୍ରିୟ କର୍ମଶାଳ କୁ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ, ବିଧାୟକ ବୌଦ୍ଧ ତଥା ସରକାରୀ ଦଳର ମୁଖ୍ୟସଚେତକ ମୁଖ୍ୟଅତିଥି ରୂପେ ଯୋଗଦାନ କରି, ଉପସ୍ଥିତ ଥିବା ବିଜେପି ମଣ୍ଡଳ ସଭାପତି, ଦଳୀୟ ପଦାଧିକାରୀ ମାନଙ୍କୁ ଆଗାମୀ ଦିନ ରେ ଜିଲ୍ଲାର ଲକ୍ଷ୍ୟ,୫୦ ହଜାରରୁ ଉର୍ଦ୍ଧ ସଦସ୍ୟତା କରିବାକୁ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ ।
ରାଜ୍ୟ ବିଜେପି ଓଡିଶା ଙ୍କ ତରଫରୁ ସକ୍ରିୟ ସଦସ୍ୟତା ତନଖି କମିଟି ର ମୁଖ୍ୟ ଶ୍ରୀଯୁକ୍ତ ଲିଙ୍ଗରାଜ ଦଳ ବେହେରା ସମସ୍ତ ମଣ୍ଡଳ ର ସଦସ୍ୟ କାଗଜ ପତ୍ର ତନଖି କରିବା ସହିତ, ଉପ ଲାଇନ ଓ ଅଫଲାଇନ କୁ ପ୍ରୋଫୋରମା ରେ ଠିକ ଭାବେ ପୂରଣ କରି ରେଜିଷ୍ଟର ରେ ପୂରଣ କରିବା ସହିତ ସମସ୍ତ ଉଫ ଲାଇନ ଫୋର୍ମ କୁ ଉନଲାଇନ ରେ ପୂରଣ କରିବାକୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ ।
ସମସ୍ତ ସକ୍ରିୟ ସଦସ୍ୟ ଙ୍କ ମଣ୍ଡଳ ୱାରୀ ସୂଚୀ ତିଆରି କରି ନମୋ ଆପ ରେ ସୂଚୀ ତିଆରି କରି ସକ୍ରିୟ ସଦସ୍ୟ ପିଛା ୧୦୦ ଟଙ୍କା ର ଶୁଳ୍କ କୁ ପୈଠ କରିବାକୁ ବୁଝାଇଥିଲେ ।
ଆଜିର ଏହି କର୍ମଶକ୍ଷଳା ରେ ଜିଲ୍ଲା କମିଟି ସଦସ୍ୟ ସଦସ୍ୟା ଙ୍କ ସହିତ ସମସ୍ତ ମଣ୍ଡଳ ସଭାପତି ଓ ତାଙ୍କ ତିନିଜଣିଆ ଟିମ ସଦସ୍ୟ, ଜିଲ୍ଲାର ସଦସ୍ୟତା ଟିମ ର ୫ ଜଣ ସଦସ୍ୟ ଓ ବରିଷ୍ଠ ବିଜେପି ନେତୃବୃନ୍ଦ ସର୍ବଶ୍ରୀ ପ୍ରେମାନନ୍ଦ ମିଶ୍ର, ଶ୍ୟାମ ସୁନ୍ଦର ପୁରୋହିତ, ନିରଞ୍ଜନ ଦାନୀ, ସୁଦାମ ମେଣ୍ଡିଲି,ତାପସ କୁମାର ପଟ୍ଟନାୟକ,ସୁଶାନ୍ତ ବାଘ, ପ୍ରିୟଦର୍ଶି ପ୍ରତ୍ଵିଷ ରଥ, ମାଗୁଣି ଗାଈ ଗଉରିଆ, ମନରଞ୍ଜନ ଦାସ, ନିବେଦିତା ମହାକୁଡ଼,ଅଙ୍କିତା ଭଞ୍ଜ,ନମିତାରାଣୀ ଦାସ ପ୍ରଭୁତି ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031