Indus Valley Times

ବିରୁଟ୍ ବିସ୍ଫୋରଣ ଭୟାବହ ଆକ୍ରମଣ ସଦୃଶ ବୋଲି ଆମେରିକା ଜେନେରାଲ୍ମାନେ ମନେକରନ୍ତି : ରାଷ୍ଟ୍ରପତି ଟ୍ରମ୍ପ୍

 Breaking News

ବିରୁଟ୍ ବିସ୍ଫୋରଣ ଭୟାବହ ଆକ୍ରମଣ ସଦୃଶ ବୋଲି ଆମେରିକା ଜେନେରାଲ୍ମାନେ ମନେକରନ୍ତି : ରାଷ୍ଟ୍ରପତି ଟ୍ରମ୍ପ୍

August 05
11:49 2020

ବେରୁଟ୍ ୫।୮ : ଲେବାନନ୍ ରାଜଧାନୀ ବେରୁଟ୍ ସହରରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ମାତ୍ରା ଏତି ଅଧିକ ଥିଲା ଯେ ସ୍ଥାନୀୟ ଅଞ୍ଚଳ ଥରି ଉଠିବା ସହ କୋଠା ଗୁଡିକ ବାଲିଘର ଭଳି ଭୁଶୁଡ଼ି ପଡ଼ିଛି । ଏଥିରେ ଶତାଧିକ ଆହତ ହୋଇଥିବା ଖବର ଆସୁଛି । ତେବେ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ଏତେ ପର‌୍ୟ୍ୟନ୍ତ ଜଣାପଡିନାହିଁ । କିନ୍ତୁ ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। କେଉଁ କାରଣରୁ ଏତେ ବଡ଼ ବିସ୍ଫୋରଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ରାଜଧାନୀ ସଂପୂର୍ଣ୍ଣ ଧୁଆଁମୟ ହୋଇଯାଇଥିଲା । ପୂରା ସହର ଥରି ଉଠିଥିଲା । କୋଣସି ପରମାଣୁ ବୋମା ପଡ଼ିବାର ଭ୍ରମ ସୃଷ୍ଟି ହୋଇଥିଲା । ପ୍ରଥମେ ଏକ ସ୍ଥାନରେ ନିଆଁ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ଏବଂ କିଛି ସମୟ ପରେ ଏଥିରେ ବିସ୍ଫୋରଣ ହୋଇଥିଲା । ଲେବାନନ ସରକାର ସମସ୍ତ ହସ୍ପିଟାଲ୍ କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


ମଙ୍ଗଳବାର ସନ୍ଧ୍ୟାରେ ଲେବାନାନର ରାଜଧାନୀ ବେରୁଟ ବିସ୍ଫୋରଣ ହୋଇଥିଲା। ନଦୀ କୂଳରେ ଠିଆ ହୋଇଥିବା ଏକ ଜାହାଜରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଯାହାଫଳରେ କି ନିଆଁ ଚାରିଆଡେ ଲାଗିଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ପର‌୍ୟ୍ୟନ୍ତ ଘରଗୁଡିକ ନଷ୍ଟ ହୋଇଯାଇଥିଲା। ବିସ୍ଫୋରଣରେ କାରଗୁଡିକ ତିନି ମହଲାକୁ ଛାତର ଉଚ୍ଚତା ପର‌୍ୟ୍ୟନ୍ତ ଉଡିଥିଲା । ସ୍ଥାନିୟ ଅଞ୍ଚଳରେ ଥିବା କିଛି ବିଲଡିଂ ମଧ୍ୟ ଭୁଶୁଡି ପଡିଛି ।
ଘଟଣାକୁ ନେଇ ଲେବାନନ୍ ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ, ବିସ୍ଫୋରଣର ଶବ୍ଦ ସାରା ଦେଶରେ ଶୁଣିବାକୁ ମିଳିଛି। କେଉଁ ପ୍ରକାର ବିସ୍ଫୋରଣ, ଆମେ ରକେଟ୍ ଷ୍ଟ୍ରାଇକ୍ କିମ୍ବା ବିସ୍ଫୋରକ ସହିତ ଜାହାଜ ଉଡ଼ାଇଥିବାର ସନ୍ଦେହ କରୁଛୁ ଜ୍ଝ ଏହା ଉଦ୍ଦେଶ୍ୟମୂଳକ ଭାବରେ ହୋଇଥାଇପାରେ, କିମ୍ବା କାରଣ ଅନ୍ୟ କିଛି ହୋଇପାରେ ଜ୍ଝ ସେହିପରି ଲେବାନାନର ଭାରତୀୟ ଦୂତାବାସ ସହାୟତା ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି।
ଲେବାନନରେ ହୋଇଥିବା ବିସ୍ଫୋରଣ ପରେ ଅନେକ ଦେଶ ସହାୟତାର ହାତ ବଢାଇଛନ୍ତି । ଆମେରିକାର ବୈଦେଶିକ ସଚିବ କହିଛନ୍ତି ଯେ, ଆମେରିକା ସମସ୍ତ ପ୍ରକାର ସାହାଯ୍ୟ ପାଇଁ ପ୍ରସ୍ତୁତ ଅଛି। ସେହିପରି ସାଉଦି ଆରବ ମଧ୍ୟ ଲେବାନନ୍ ସରକାରଙ୍କୁ ସହାୟତା ପଠାଇବା ବିଷୟରେ କଥା ହୋଇଛନ୍ତି।

-News7

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031